ରେଳ ମନ୍ତ୍ରଣାଳୟର ନବକଳେବର ! ଜାଣନ୍ତୁ କଣ ରହିଛି ଆପଣଙ୍କ ପାଇଁ ସୁବିଧା

73

ଜୁଲାଇ ପହିଲାରୁ ରେଳ ମନ୍ତ୍ରଣାଳୟ ଯାତ୍ରୀମାନଙ୍କର ସୁବିଧା ପାଇଁ ପୂର୍ବରୁ ଥିବା ସେବାଗୁଡିକରେ କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯାହା ଦ୍ୱାରା ସମସ୍ତ ଯାତ୍ରୀମାନଙ୍କୁ ରେଳ କ୍ଷେତ୍ରରେ ଏକ ବଡ ଧରଣର ପରିବର୍ତ୍ତନ ହେବା ଭଳି ପ୍ରତୀୟ ହୋଇପାରେ । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ ଅଧିକ ସୂଚନା ।

ରେଳ ବିଭାଗର ସ୍ପଷ୍ଟି କରଣ

ଏହି ବାବଦରେ ରେଳ ମନ୍ତ୍ରଣାଳୟ ନିଜର ସ୍ପଷ୍ଟିକରଣ ଦେଇ କହିିଛି କି, ଜୁଲାଇ ପହିଲାରୁ ସେଭଳି କିଛି ପରିବର୍ତ୍ତନ କରାଯାଇନାହିଁ । ରେଳ ମନ୍ତ୍ରଣାଳୟ ପୁଣି ମଧ୍ୟ କହିଛି, ଶତାଦ୍ଦି ଓ ରାଜଧାନୀ ଟ୍ରେନ କିମ୍ବା ଟେନର କୌଣସି ବି ଶ୍ରେଣୀ ପାଇଁ କାଗଜ ଟିକେଟକୁ ବନ୍ଦ କରାଯିବାର କୌଣସି ପ୍ରକାରର ପ୍ରସ୍ତାବ ଆସିନାହିଁ ।

ହଁ ଅନଲାଇନ୍ ଟିକେଟ୍ ବୁକ୍ କରୁଥିବା ଯାତ୍ରୀମାନଙ୍କ ପାଇଁ ଏସଏମଏସଦ୍ୱାରା ପ୍ରାପ୍ତ ଟିକେଟ୍ ସହ ନିଜର ପରିଚୟ ପତ୍ର ସହିତ ବୈଧ ଅଟେ । ସେହିପରି ବିଜ୍ଞପ୍ତି ଅନୁସାରେ ନଭେମ୍ବର, ୨୦୧୫ରେ ଅଧିସୂଚିତ ରିଫଣ୍ଡ ନିୟମଗୁଡିକରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନାହିଁ । ରେଳବାଇ ଅକ୍ଟୋବରରୁ ଏନେଇ ନୁଆ ସମୟ ବିବରଣୀ ଆଣିବାକୁ ଯାଉଛି ।

ଆଂଚଳିକ ଭାଷାରେ ମଧ୍ୟ ମିଳିବ ଟିକେଟ୍

ବଦଳିଥିବା ନିୟମ ଆଧାରରେ ଜୁଲାଇ ୧ରୁ ଅନଲାଇନରେ ୱେଟିଂ ଟିକେଟ୍ ମିଳିବନାହିଁ । ଏଥିସହିତ ଶତାଦ୍ଦି, ରାଜଧାନୀ ଭଳି ଅନ୍ୟ ଟ୍ରେନମାନଙ୍କରେ ମଧ୍ୟ କୋଚର ସଂଖ୍ୟା ବଢାଇ ଦିଆଯିବ । ତତକାଳୀନ ଟିକେଟର ଆରକ୍ଷଣ ରଦ୍ଦ କରିବାଦ୍ୱାରା ଏଣିକି ତାର ଅଧା ରିଫଣ୍ଡ ଯାତ୍ରୀମାନଙ୍କୁ ମିଳିବ । ଏଥିସହିତ ଯାତ୍ରୀମାନଙ୍କ ଦାବିକୁ ଦୃଷ୍ଟିରେ ରଖି ଏଣିକି ଆଂଚଳିକ ଭାଷାରେ ମଧ୍ୟ ଟ୍ରେନ୍ ଟିକେଟ୍ ଉପଲବ୍ଧ ହେବ ।

ଯାତ୍ରୀଙ୍କୁ ମିଳିବ ନାହିଁ ୱେଟିଂ ଟିକେଟ୍

ଟିକେଟ୍ ରଦ୍ଦ କରିବା ପରେ ଏହାର ଅଧା ଟଙ୍କା ଯାତ୍ରୀଙ୍କୁ ମିଳିବ ଏବଂ ଏହାର କୋଚ୍ ହିସାବରେ ଚାର୍ଜ ଲାଗିବ । ତେବେ ଏସି ଫାଷ୍ଟ ଏବଂ ସେକେଣ୍ଡର ଟିକେଟ୍ ରଦ୍ଦ କରିବା ଦ୍ୱାରା ୧୦୦ ଟଙ୍କା ଅତିରିକ୍ତ ବାବଦକୁ କାଟି ଦିଆଯିବ । ଏସି ଥାର୍ଡ ଉପରେ ୯୦ ଟଙ୍କା ଏବଂ ସ୍ଲିପର କ୍ଲାସର ଟିକେଟ୍ ରଦ୍ଦ କରିବା ବାବଦକୁ ଉପରେ ୬୦ ଟଙ୍କା ଅତିରିକ୍ତ ବାବଦକୁ କାଟି ଦିଆଯିବ ।

ତତକାଳୀନ ଟିକେଟ୍ ରଦ୍ଦ ହେବା ଉପରେ ଫେରି ପାଇବେ ୫୦ ପ୍ରତିଶତ ଭଡା

ତତକାଳ ଟିକେଟ୍ ରଦ୍ଦ କରିବା ଉପରେ ଏଣିକି ୫୦ ପ୍ରତିଶତ ଭଡା ଫେରସ୍ତ ମିଳିବ । ଅର୍ଥାତ୍ ଏଣିକି ଟିକେଟ୍ ବାବଦକୁ ଦେଇଥିବା ପୁରା ଟଙ୍କାର କ୍ଷତି ଯାତ୍ରାଙ୍କୁ ସହିବାକୁ ପଡିବ ନାହିଁ । ଖାଲି ସେତିକି ନୁହେଁ, ରେଳ ଟିକେଟ୍ କାଉଂଟରର ଝରକା ଖୋଲିବା କ୍ଷଣି ଯାତ୍ରୀମାନେ ଅନଲାଇନ୍ ତତକାଳ ଟିକେଟ୍ ବୁକ୍ କରିପାରିବେ । ତେବେ ଏସି କ୍ଲାସ ପାଇଁ ତତକାଳ ଟିକେଟର ବୁକିଂ କରିବାର ସମୟ ସକାଳ ୧୦ରୁ ୧୧ ଟା ଯାଏଁ ରଖାଯାଇଥିବା ବେଳେ ସ୍ଲିପର ପାଇଁ ୧୧ରୁ ୧୨ଟା ମଧ୍ୟରେ ରଖାଯାଇଛି ।

ରାଜଧାନୀ-ଶତାଦ୍ଦିରେ କୋଚ୍ ସଂଖ୍ୟା ବଢିବ

ରାଜଧାନୀ-ଶତାଦ୍ଦିରେ ଯାତ୍ରୀମାନଙ୍କ ଭିଡକୁ ଦୃଷ୍ଟିରେ ରଖି ଏହି ଟ୍ରେନମାନଙ୍କରେ କୋଚ୍ ସଂଖ।। ବଢାଇ ଦିଆଯିବ । ଯାହାଦ୍ୱାରା ଯାତ୍ରୀମାନଙ୍କୁ ଅଧିକ ସଂଖ୍ୟାରେ କନଫର୍ମ ଟିକେଟ୍ ମିଳିପାରିବ । ଏଥସହିତ ରାଜଧାନୀ- ଶତାଦ୍ଦିରେ ଯାତ୍ରୀମାନଙ୍କ ପାଇଁ ପେପରଲେସ୍ ଟିକେଟିଂର ସୁବିଧା ମଧ୍ୟ କରାଯିବ ।

ଯାହାର ଅର୍ଥ ସେମାନେ ଦେଇଥିବା ମୋବାଇଲ ନମ୍ବରରେ ଟିକେଟ୍ ବାବଦର ସମସ୍ତ ତଥ୍ୟ ଉପଲବ୍ଧ ହେବ । ଯାହା ଯାତ୍ରା ସମୟରେ ପରିଚୟ ପତ୍ର ସହିତ ଟିଟିଇଙ୍କୁ ଦେଖାଇବାକୁ ପଡିବ ।

୫୦ ହଜାର ଟଙ୍କାରେ ସାତଦିନ ପାଇଁ କୋଚ୍ ବୁକ୍

ନୁଆ ନିୟମ ଅନୁସାରେ କୌଣସି ବି ବ୍ୟକ୍ତି ୫୦ ହଜାର ଟଙ୍କାରେ ସାତଦିନ ପାଇଁ କୋଚ୍ ବୁକ୍ କରିପାରିବେ । ସେହିପରି ୯ ଲକ୍ଷ ଦେଇ କୌଣସି ବି ବ୍ୟକ୍ତି କିମ୍ବା ସଂଗଠନ ସାତଦିନ ପାଇଁ ୧୮ ବଗି ବିଶିଷ୍ଟ ପୁରା ରେଳଗାଡିଟିକୁ ବୁକିଂ କରିପାରିବେ ।

ଯଦି ତାଙ୍କୁ ୧୮ ବଗିରୁ ଅଧିକ ବଗି ଆବଶ୍ୟକ ପଡେ ତେବେ ସେ ୫୦ ହଜାର ଟଙ୍କା ପ୍ରତି କୋଚ୍ ବାବଦରେ ଅତରିକ୍ତ ଜମା କରି ବୁକ୍ କରିପାରିବେ । ତେବେ ସାତ ଦିନରୁ ଅଧିକ କୋଚ କିମ୍ବା ରେଳଗାଡି ବୁକିଂ କରିବାକୁ ହେଲେ ପ୍ରତିଦିନ ହିସାବରେ ୧୦ ହଜାର ଟଙ୍କା ପ୍ରତି କୋଚ ପାଇଁ ଦେବାକୁ ପଡିବ ।

ସୌଜନ୍ୟ: ଦୈନିକ୍ ଜାଗରଣ

ଏହାସହ ମଧ୍ୟ ପଢନ୍ତୁ- ଜିଏସଟିକୁ ନେଇ ଗୋଟିଏ ସତ୍ୟ ! ଯାହା ସଂପର୍କରେ ଜନତା ଅଜ୍ଞ