ଜମ୍ମୁ-କାଶ୍ମୀର: ପୁଲବାମା ଜିଲ୍ଲାରେ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି

19

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରର ପୁଲବାମା ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଏନକାଉଂଟର ଚାଲିଛି । ପୁଲବାମାର ବାମନୁ ଅଂଚଳରେ ଏକ ଘରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପରେ ଗତକାଲି ରାତିରେ ବଡ ଅପରେସନ ଆରମ୍ଭ ହୋଇଥିଲା । ସଂପୃକ୍ତ ଘରକୁ ସିଆରପିଏଫ ଓ କଶ୍ମୀର ପୋଲିସ ଘେରାବନ୍ଦୀ କରି ଅପରେସନ ଆରମ୍ଭ କରିଥିଲେ ।

ଏଥିରେ ହିଜବୁଲର ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଛି । ଏବେ ବି ଆହୁରି ଜଣେ ଆତଙ୍କବାଦୀ ସେହି ଘରେ ଲୁଚିରହିଥିବା ଜଣାପଡିବା ପରେ ଅପରେସନ ଜାରି ରହିଛି । ସୁରରକ୍ଷାବଳର ଘେରାବନ୍ଦୀ ବିରୋଧରେ ସ୍ଥାନୀୟ କିଛି ଲୋକେ ପଥରମାଡ ବି କରିଛନ୍ତି ।

କିଛି ଦିନ ତଳେ ମଧ୍ୟ ଅନନ୍ତନାଗ ଅଂଚଳରେ କିଛି ଆତଙ୍କବାଦୀ ଏକ ଘରେ ଲୁଚିରହିଥିବାଖବର ମିଳିବା ପରେ ଅପରେସନ ହୋଇଥିଲା । ଏଥିରେ ଲସ୍କରର କମାଣ୍ଡର ବସିର ଲସ୍କରି ପ୍ରାଣ ହରାଇଥିଲା । ବସିର ନାଁରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା ।