କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ଯୁବତୀଙ୍କ ଫଟୋକୁ ନେଇ ଜୋର ଧରିଲା ଚର୍ଚ୍ଚା ! ଜାଣନ୍ତୁ ଫଟୋରେ ଥିବା ଯୁବତୀ ଜଣକ କିଏ

68

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଯେତେବେଳେ ବିଦେଶ ଗସ୍ତରେ ଥାନ୍ତି ସେତେବେଳେ ସମସ୍ତ ଗଣମାଧ୍ୟମଗୁଡିକର ନଜର କେବଳ ତାଙ୍କ ଉପରେ ହିଁ ରହିଥାଏ ଆଉ ବିଦେଶରେ ରାହୁଲଙ୍କ ଭାଷଣ ସାରା ଦେଶରେ ପାଲଟିଯାଏ ଚର୍ଚ୍ଚାର ବିଷୟ । କାରଣ ରାହୁଲ ଗାନ୍ଧି ତାଙ୍କ ଭାଷଣରେ କେତେବେଳେ ନିଜ ଦଳର ଗୁଣଗାନ କରିଥାନ୍ତି ତ ପୁଣି କେତେବେଳେ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଥାନ୍ତି । ତେବେ ସୋସିଆଲ ମିଡିଆରେ ରାହୁଲ ଗାନ୍ଧିଙ୍କୁ ନେଇ ଅନେକ ଖବର ଏବଂ ଫଟୋ ମଧ୍ୟ ଭାଇରାଲ ହୋଇଥାଏ । ଏବଂ ଯେଉଁଥିରେ କି କେବଳ ରାଜନୈତିକ ଗନ୍ଧ ବାରି ହୋଇଯାଇଥାଏ । ହେଲେ ଏଥରକ କିନ୍ତୁ ରାହୁଲଙ୍କର ଏକ ବିଶେଷ ଫଟୋ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯାହାକୁ ନା ତ ରାହୁଲ ଗାନ୍ଧି ପୋଷ୍ଟ କରିଛନ୍ତି ନା ହିଁ ରାହୁଲ ଗାନ୍ଧିଙ୍କର କୌଣସି ବନ୍ଧୁ କିମ୍ବା ସାଥୀ ନେତା ବରଂ ଜଣେ ଯୁବତୀ ୧୪ ସେପ୍ଟେମ୍ବରରେ ଇଷ୍ଟାଗ୍ରାମ ଏବଂ ଟୁଇଟରରେ ପୋଷ୍ଟ କରିଛନ୍ତି ।

ଏହି ଫଟୋରେ ରାହୁଲ ଗାନ୍ଧି ଏବଂ ଉକ୍ତ ଯୁବତୀ ଜଣକ ବେଶ୍ ଖୁସି ଥିବାର ନଜର ଆସିଛନ୍ତି । ତେବେ ପୋଷ୍ଟ କରିଥିବା ମହିଳା ଜଣକ ହେଉଛନ୍ତି ନଥାଲିୟା ରାମୋସ ।

ସୂଚନା ମୁତାବକ, ନିକଟରେ ନଥାଲିୟା ଇଷ୍ଟାଗ୍ରାମ ଏବଂ ଟୁଇଟରରେ ରାହୁଲ ଗାନ୍ଧି ଏବଂ ନିଜର କିଛି ଫଟୋ ପୋଷ୍ଟ କରିଛନ୍ତି । ଖାଲି ସେତିକି ନୁହେଁ ସେ ଏହି ଫଟୋକୁ ପୋଷ୍ଟ କରିବା ସହ କିଛି କଥା ମଧ୍ୟ ସେଠାରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ଯେ, ରାହୁଲ ଗାନ୍ଧିଙ୍କ ସହିତ ଦୁନିଆର ଭିନ୍ନ ଭିନ୍ନ ସ୍ଥାନ ଏବଂ ନାଇଜେରିଆରୁ ଆସିଥିବା ସକରାତ୍ମକ ଚିନ୍ତାଧାରା ରଖିଥିବା ଲୋକଙ୍କ ସହ ମିଶି ମୋତେ ବହୁତ ଖୁସି ଲାଗିଲା । ସେ ଆହୁରୀ ମଧ୍ୟ ଲେଖିଥିଲେ, ଖୋଲା ମିଜାଜ୍ ଏବଂ ଖୋଲା ହୃଦୟ ସହିତ ହିଁ ଆମେ ଏହି ପୃଥିବୀକୁ ସବୁଠୁ ଭଲ ସ୍ଥାନ ଭାବେ ଗଢିପାରିବା । ଆଉ ମୋତେ ଏହି ଅନୁଭୂତି ସହ ପରିଚୟ କରିଥିବାରୁ ଧନ୍ୟବାଦ ।

ତେବେ ସୋସିଆଲ ମିଡିଆରେ ଏହି ଫଟୋ ଏବେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଏବଂ ସମସ୍ତଙ୍କ ମନରେ ଏବେ ଉତ୍କଣ୍ଠା ଦେଖାଦେଇଛି କି ଏହି ମହିଳା ଜଣକ ବାସ୍ତବରେ କିଏ । ଏଠାରେ ଆମେ କହି ରଖୁଛୁ କି, ନଥାଲିୟାଙ୍କ ସଂପୂର୍ଣ୍ଣ ନାଁ ହେଉଛି, ନଥାଲିୟା ନୋରା ରାମୋସ କୋହେନ । ନଥାଲିୟା ଉଭୟ ସ୍ପେନିସ- ଅଷ୍ଟ୍ରେଲିୟାର ଜଣେ ଖ୍ୟାତନାମା ଅଭିନେତ୍ରୀ ଏବଂ ଏବେ ତାଙ୍କ ନିକଟରେ ଆମେରକାର ନାଗରିକତା ମଧ୍ୟ ରହିଛି ।

୨୦୦୭ରେ ସିମେନା ‘ଯସ୍ମିନ’ ଏବଂ ୨୦୧୩ରେ  ‘ଆଇ ଦଲ ଡେମ୍ଡ’ ପାଇଁ ତାଙ୍କୁ ସେ ଖୁବ୍ ପରିଚିତ । ନଥାଲିୟଙ୍କ ଜନ୍ମ ୧୯୯୨ରେ ସ୍ପେନର ମେଡ୍ରିଡ ସହରରେ ହୋଇଥିଲା । ନଥାଲିୟାଙ୍କ ମାଆ ଅଷ୍ଟ୍ରେଲିୟାର ନିବାସୀ ଅଟନ୍ତି ଏବଂ ବାପା ସ୍ପେନିସ ପପ୍ ସିଙ୍ଗର ଜୁଆନ କାର୍ଲାସ ରାମୋସ ବକେରୋ । ଯିଏ କି ଇୱାନ ନାଁରେ ଜଣାଶୁଣା । ନଥାଲିୟା ଯେତେବେଳେ ଦୁଇ ବର୍ଷର ହୋଇଥିଲେ ସେତେବେଳେ ସେ ଅଷ୍ଟ୍ରେଲିୟା ଚାଲି ଆସିଥିଲେ ଆଉ ସେଠାରେ ହିଁ ତାଙ୍କର ଲାଳନ ପାଳନ ହୋଇଥିଲା ।

ସୌଜନ୍ୟ- ବିବିସି ନ୍ୟୁଜ୍