ଚୀନରେ ଦର୍ଶକ ଦେଖିବେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଆକ୍ସନ୍ ! ୧୦ରୁ ୧୫ ହଜାର ସ୍କ୍ରିନରେ ରିଲିଜ ହେବ ସିନେମା ‘୨.୦’
ସାଉଥ୍ ସୁପରଷ୍ଟାର୍ ରଜନୀକାନ୍ତ ଓ ଖିଲାଡ଼ି ତାରକା ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଭାରତ ପରି ଚୀନରେ ମଧ୍ୟ ଉଭୟ ଅଭିନେତାଙ୍କ ଅଭିନୀତ ସିନେମା ଚୀନରେ ମଧ୍ୟ ଦେଖିବା ପାଇଁ ମିିଳିବ । ଏହି ଦୁଇ ସୁପରଷ୍ଟାର ବହୁ ପ୍ରତିକ୍ଷୀତ ସିନେମା ୨.୦ ଏବେ କେବଳ ଭାରତୀୟ ପ୍ରଶଂସକଙ୍କ ପାଇଁ ନୁହେଁ ଚୀନ ପ୍ରଶଂସକଙ୍କୁ ଦୃଷ୍ଟିରେ ରଖି ମଧ୍ୟ ସେଠାର ୧୦-୧୫ ହଜାର ସ୍କ୍ରିନରେ ରିଲଜି କରାଯିବ । ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଆଗମାୀ ସିନେମା ‘୨.୦’କୁ ନେଇ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି । ସିନେମା ‘୨.୦’ ତାମିଲର ବ୍ଲକବଷ୍ଟର ସିନେମା ‘ଏନଥୀରନ’ର ସ୍ୱିକେଲେ ଅଟେ । ଏହି ସିନେମାରେ ରଜନୀକାନ୍ତ ଦୈତ ଭୂମିକାରେ ନଜର ଆସିବେ । ଖଳନାୟକ ଭୂମିକାରେ ନଜର ଆସିବ ଅକ୍ଷୟ କୁମାର । ଏହି ସିନେମାରେ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଶଙ୍କର ।
Kanak News is now on WhatsApp
Join and get latest news updates delivered to you via WhatsApp
‘ବାହୁବଲୀ ୨’ ସିନେମା ପରେ ଏହା ଭାରତୀୟ ସିନେମାରର ସବୁଠାରୁ ବଡ଼ ସିନେମା ହେବ ଯାହା ଆସନ୍ତା ବର୍ଷ ଜାନୁୟାରୀ ମାସରେ ରିଲିଜ ହେବ । ତେବେ ଏହି ସିନେମାର ସବୁଠାରୁ ଖାସ କଥା ହେଲା ଏହା ବିଦେଶୀ ସିନେମା ହଲରେ ମଧ୍ୟ ପ୍ରଦର୍ଶିତ ହେବ । ତେବେ ଏହାର ସୂଚନା ନିଜେ ଟ୍ରେଡ଼୍ ବିଶେଷଜ୍ଞ ରମେଶ ବାଲା ଦେଇଛନ୍ତି । ସେ କହିଛନ୍ତି ସିନେମା ୨.୦ ପାଖାପାଖି ୧୦,୦୦୦ରୁ ୧୫,୦୦୦ ସ୍କ୍ରିନରେ ରିଲିଜ ହେବ । ସୂଚନାଯୋଗ୍ୟ ଆଜି ପର୍ଯ୍ୟନ୍ତ ଚୀନରେ ଏତେ ସଂଖ୍ୟକ ସ୍କ୍ରିନରେ କୌଣସି ସିନେମା ରିଲିଜ ହୋଇନାହିଁ । ସିନେମା ‘ଦଙ୍ଗଲ’ର ସଫଳତାକୁ ଦେଖିଲେ ଲାଗୁଛି ଚୀନ ଡିଷ୍ଟ୍ରିବ୍ୟୁଟର ଭାରତୀୟ ସିନେମାରୁ ଅଧିକରୁ ଅଧିକ ଲାଭ ଆୟ କରିପାରୁଛନ୍ତି । ତେବେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଏହି ସିନେମା ଚୀନରେ କେବେ ରିଲିଜ ହେବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।