ମାତ୍ର ୧୦ ଟଙ୍କା ଦେଇ ପୋଷ୍ଟ ଅଫିସରେ ଖୋଲନ୍ତୁ ଏହି ଆକଉଂଟ ! ୫ବର୍ଷରେ ଆପଣଙ୍କୁ ମିଳିବ ୧.୪୪ ଲକ୍ଷ ଟଙ୍କାର ରିଟର୍ଣ୍ଣ

109

ଅଧିକାଂଶ ଲୋକେ ଏଫଡି କିମ୍ବା ଅନ୍ୟ ତରିକାରେ ଟଙ୍କା ନିବେଶ କରିଥାନ୍ତି, ଯେଉଁଠୁ ତାଙ୍କୁ ଏକ ଭଲ ରିଟର୍ଣ୍ଣ ମିଳି ପାରିବ । କିନ୍ତୁ ଫାଇନାନ୍ସିଆଲ ମାର୍କେଟରେ ଏଭଳି ନିବେଶ ଜରୁରୀ ନୁହେଁ କି ତାହା ସୁରକ୍ଷିତ ହୋଇପାରେ । ଏଭଳି ପରିସ୍ଥିତିରେ ସ୍ୱଳ୍ପ ସଂଚୟ ଯୋଜନାଗୁଡିକ ବି ଆପଣଙ୍କର ବହୁତ କାମରେ ଆସିପାରେ । ଆଜି ଆମେ ଆପଣଙ୍କୁ ପୋଷ୍ଟ ଅଫିସର ଏଭଳି ହିଁ ଏକ ସ୍ୱଳ୍ପ ସଂଚୟ ଯୋଜନା ତଥା ରେକରିଂ ଡିପୋଜିଟ ସଂପର୍କରେ ଜଣାଇବୁ , ଯେଉଁଠି ଆପଣଙ୍କର ଟଙ୍କା ଉପରେ୍ ଅଧିକ ସୁଧ ମିଳିବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ଏଠାରେ ପ୍ରତିଟି ଟଙ୍କା ଉପରେ ସୁରକ୍ଷା ଗ୍ୟାରେଂଟି ମଧ୍ୟ ସରକାରଙ୍କ ତରଫରୁ ମିଳିବ । ତେବେ ଏହି ଯୋଜନାଟିକୁ ଆପଣ ମାତ୍ର ୧୦ ଟଙ୍କାରୁ ବି ଆରମ୍ଭ କରିପାରିବେ ।

ସୂଚନା ମୁତାବକ, ବ୍ୟାଙ୍କର ସେଭିଂ ଆକାଉଂଟଠୁ ଦୁଇଗୁଣା ରିଟର୍ଣ୍ଣ ପାଇବା ପାଇଁ ସବୁଠାରୁ ଭଲ ବିକଳ୍ପ ହେଉଛି ପୋଷ୍ଟ ଅଫିସର ସ୍ମଲ ସେଭିଂ ସ୍କିମ ବା ରେକରିଂ ଡିପୋଜିଟ୍ ତଥା ଆରଡି । ପୋଷ୍ଟ ଅଫିସର ୧ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତର ଏହି ଆରଡି ସ୍କିମ ଉପରେ ବର୍ଷକୁ ମିଳୁଛି ୬.୯ ପ୍ରତିଶତ ସୁଧ ।

ସେଭିଂ ଆକାଉଂଟ

ଯଦି ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସର ସେଭିଂ ଆକାଉଂଟରେ ପ୍ରତି ମାସ ୨ ହଜାର ଟଙ୍କା ଲେଖାଏଁ ଜମା କରନ୍ତି ତେବେ ୫ ବର୍ଷରେ ଆପଣଙ୍କର ମୋଟ୍ ନିବେଶ ୧.୨୦ ଲକ୍ଷ ଟଙ୍କା ହେବ । ସେହିପରି, ବର୍ଷକୁ ୪ ପ୍ରତିଶତ ମିଳୁଥିବା ସୁଧ ହିସାବରେ ୫ ବର୍ଷରେ ଆପଣଙ୍କ ଟଙ୍କା ୧,୩୫,୧୯୧ ଟଙ୍କା ହୋଇଯିବ । ଅର୍ଥାତ୍ ଆପଣଙ୍କୁ ସୁଧ ବାବଦକୁ ମିଳିଲା ୧୫୧୯୧ ଟଙ୍କା ।

ଆରଡି

ଯେବେକି ଆରଡିରେ ପ୍ରତି ମାସ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କଲେ ୫ ବର୍ଷରେ ଆପଣଙ୍କର ମୋଟ ନିବେଶ ୧.୨୦ ଲକ୍ଷ ଟଙ୍କା ହୋଇଯିବ । ସେହିପରି , ଆପଣଙ୍କୁ ପୋଷ୍ଟ ଅଫିସ ଆରଡି ଉପରେ କ୍ୱାର୍ଟଲି କଂପାଉଣ୍ଡିଂ ଉପରେ ବାର୍ଷିକ ୬.୯ ପ୍ରତିଶତ ସୁଧ ମିଳିଥାଏ । ଏହି ଦୃଷ୍ଟିରୁ ଆପଣଙ୍କର ଟଙ୍କା ୫ ବର୍ଷରେ ପାଖାପାଖି ୧,୪୪,୩୦୫ ଟଙ୍କା ହୋଇଯିବ । ଅର୍ଥାତ୍ ଆପଣଙ୍କୁ ୨୪୩୦୫ ଟଙ୍କା ଅତିରିକ୍ତ ମିଳିଲା ।

କିପରି ଖୋଲିବେ ଖାତା

ଆରଡି ଆକାଉଂଟ ପୋଷ୍ଟ ଅଫିସ, ବ୍ୟାଙ୍କ ଯାଇ କିମ୍ବା ଅନଲାଇନରେ ବି ଖୋଲି ପାରିବେ । ଆପଣ ମୋବାଇଲ ଆପରୁ ବି ଏହାକୁ ଖୋଲି ପାରିବେ । ଯଦି ଆପଣ ପୋଷ୍ଟ ଅଫିସରେ ଆରଡି ଖୋଲୁଛନ୍ତି ତେବେ କ୍ୟାସ କିମ୍ବା ଚେକ ଦେଇ ଏହାକୁ ଖୋଲି ପାରିବେ । ଆପଣଙ୍କର ଆକାଉଂଟ ଗୋଟିଏ ପୋଷ୍ଟ ଅଫିସରୁ ଅନ୍ୟ ଏକ ପୋଷ୍ଟ ଅଫିସକୁ ଟ୍ରାନ୍ସଫର ମଧ୍ୟ କରିପାରିବେ । ଦୁଇ ଜଣେ ଆଡଲ୍ଟଙ୍କ ନାଁରେ ଆପଣ ଜଏଂଟ ଆକାଉଂଟ ମଧ୍ୟ ଖୋଲି ପାରିବେ । ତେବେ ଆରଡି ଆକାଉଂଟ ଖୋଲିବା ପୂର୍ବରୁ ଧ୍ୟାନ ରଖିବେ କି ଏଥିରୁ ଆପଣଙ୍କୁ କେତେ ପରିମାଣରେ ସୁଧ ମିଳୁଛି । ଯଦି ଆରଡି ଉପରେ ୧୦ ହଜାରରୁ ଅଧିକ ସୁଧ ମିଳେ ତେବେ ତାହା ଟ୍ୟାକ୍ସେବୁଲ ହେବ ।