ଚର୍ଚ୍ଚାରେ ହଙ୍କକଙ୍ଗର ଏକ ସହର ! ଯେଉଁଠି ପଶୁ ନୁହେଁ ବରଂ ମଣିଷ ଅତିବାହିତ କରନ୍ତି ବନ୍ଦୀର ଜୀବନ

39

ସାଧାରଣତଃ ଆପଣ ଦେଖିଥିବେ ବିଶ୍ୱରେ ଏବେବି ଅନେକ ଲୋକ ଅଛନ୍ତି ଯାହାଙ୍କ ପାଖରେ ରହିବାକୁ ଭଲ ଘର ଖଣ୍ଡେ ନାହିିଁ । ଖାଲି ସେତିକି ନୁହେଁ ଏମାନେ ଦିନରେ ଦୁଇ ଓଳି ଭଲରେ ଖାଇବା ତ ବଡ କଥା ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନ ପାଇ ରାସ୍ତା କଡରେ ରହୁଥିବାର କରୁଣ ଦୃଶ୍ୟ । ମାତ୍ର କେବେ ଆପଣ ଶୁଣିଛନ୍ତି ବିଶ୍ୱରେ ଏଭଳି ଏକ ସହର ରହିଛି ଯେଉଁଠି ଏହିଭଳି ଅନେକ ଲୋକ ଜୀବଜନ୍ତୁଙ୍କ ପରି ପିଞ୍ଜରାରେ ରହିବାକୁ ବାଧ୍ୟ ହୋଇଛନ୍ତି । କଥାଟା ଆପଣଙ୍କୁ ମନଗଢା କାହାଣୀ ଭଳି ଲାଗୁଥିଲେ ମଧ୍ୟ ବାସ୍ତବରେ ଏହା ସତ୍ୟ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଚୀନର ହଙ୍କକଙ୍ଗ୍ ସହରରେ ।

ତେବେ ଆପଣଙ୍କ ଜାଣିବା ପାଇଁ ଏଠାରେ କହି ରଖୁଛୁ ଯେ, ବିଶ୍ୱର ଧନୀ ରାଷ୍ଟ୍ର ତଥା ସହରମାନଙ୍କ ତାଲିକାରେ ହଙ୍କକଙ୍ଗ୍’ ମଧ୍ୟ ସ୍ଥାନ ପାଇଛି । ମାତ୍ର ବାସ୍ତବରେ ଏଠାରେ ବାସ କରୁଥିବା ଅଧିକାଂଶ ଲୋକ ଅଛନ୍ତି ଅତ୍ୟନ୍ତ ଗରିବ ।

ସୂଚନା ଅନୁସାରେ, ଏଠାରେ ଆଜି ମଧ୍ୟ ଅଧିକାଂଶ ଲୋକ ରହିଛନ୍ତି, ଯେଉଁମାନେ ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡେ ପାଉନାହାଁନ୍ତି ଆଉ ପଶୁଙ୍କ ଭଳି ପିଞ୍ଜରାରେ ରହିବାକୁ ବାଧ୍ୟ ହୋଇଛନ୍ତି । ଖାଲି ସେତିକି ନୁହେଁ ଏହାର ପ୍ରତିବଦଳରେ ସେମାନଙ୍କୁ ଦେବାକୁ ପଡିଥାଏ ପାଖାପାଖି ୧୧ ହଜାର ଟଙ୍କା ।

ତେବେ ଏହି ପିଞ୍ଜରାଗୁଡିକ ଲୁହାରେ ତିଆରି ହୋଇଥାଏ । ଆଉ ଯାହାର ସାଇଜ୍ ପୂର୍ବ ନିର୍ଦ୍ଧାରିତ ହୋଇଥାଏ । ଉପଯୁକ୍ତ ଜାଗା ଅଭାବରୁ ଏହି ପିଞରାଗୁଡିକୁ ଗୋଟିଏ ସ୍ଥାନରେ ହିଁ ରଖାଯାଇଥାଏ । ତେବେ ଘର ଅଭାବରୁ ହଙ୍ଗକଙ୍ଗରେ ଥିବା ଏଭଳି ପିଞ୍ଜରାଗୁଡିକରେ ତଥା ଗୋଟିଏ ଆପାର୍ଟମେଂଟରେ ୧୦୦ ଲୋକ ବାସ କରୁଥିବାବେଳେ ମୋଟ ଉପରେ କହିବାକୁ ଗଲେ ଏହି ସହରରେ ପାଖାପାଖି ଏକ ଲକ୍ଷ ଲୋକ ଏଭଳି ସ୍ଥାନରେ ରହିବାକୁ ବାଧ୍ୟ ଅଛନ୍ତି ।