ହ୍ୟାକ୍ ହୋଇପାରିବନି ହ୍ୱାଟ୍ସ ଆପ୍ ମେସେଜ୍ ! ଦୃଢୋକ୍ତି ପ୍ରକାଶ କଲା କମ୍ପାନୀ

31

କନକ ବ୍ୟୁରୋ : କୌଣସି ପରିସ୍ଥିତିରେ ହ୍ୟାକ୍ ହୋଇ ପାରିବନି ହ୍ୱାଟସ ଆପ୍ ମେସେଜ୍ । ହ୍ୱାଟସ ଆପ୍ ପକ୍ଷରୁ ଏପରି ଦୃଢୋକ୍ତି ପ୍ରକାଶ କରାଯାଇଛି । ସୋସିଆଲ୍ ନେଟୱର୍କିଂ ସାଇଟ୍ ଜରିଆରେ ୟୁଜର୍ସ ମାନଙ୍କୁ ଆଶ୍ୱାସନା ବାଣୀ ଶୁଣାଇଛନ୍ତି “ହ୍ୱାଟସ ଆପ୍’ର ସହ ପ୍ରତିଷ୍ଠାତା ବ୍ରିଆନ୍ ଆକ୍ଟନ୍ । ସେ କହିଛନ୍ତି ଯେ କୌଣସି ଦେଶର ସରକାରଙ୍କୁ ସହାୟତା ପାଇଁ ୟୁଜର୍ସମାନଙ୍କ ମେସେଜ୍ ହ୍ୟାକ୍ କରିବାକୁ ଦିଆଯିବନି । ଏ ସଂପର୍କରେ ୟୁଜର୍ସମାନେ ସଂପୂର୍ଣ ନିଶ୍ଚିତ ରହିପାରିବେ ।

ନିଜ ୟୁଜର୍ସମାନଙ୍କ ପାଇଁ ଏକ ସିକ୍ୟୁରିଟି ନୋଟିଫିକେସନ୍ ବ୍ୟବସ୍ଥା ମଧ୍ୟ କରିଛି ହ୍ୱାଟସ ଆପ୍ । ଯାହା ଦ୍ୱାରା ସେମାନେ କାହା ସହ ବାର୍ତାଳାପ କରୁଛନ୍ତି ସେ ନେଇ ସଚେତନ ରହିପାରିବେ । ଗାର୍ଡିଆନ ରିପୋର୍ଟରେ ଗତ ଶୁକ୍ରବାର ଏକ ରିପୋର୍ଟ ଅନୁଯାୟୀ ସୋସିଆଲ ନେଟୱର୍କିଂ ସାଇଟରେ ହେଉଥିବା ବାର୍ତାଳାପ ଉପରେ ନଜର ରଖାଯାଇ ପାରିବ । କିନ୍ତୁ ଏହାକୁ ଖଣ୍ଡନ କରିବା ସହ ହ୍ୱାଟସ ଆପ୍ ୟୁଜର୍ସଙ୍କୁ ବ୍ୟସ୍ତ ହେବା ଆବଶ୍ୟକ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି “ହ୍ୱାଟସ ଆପ୍’ର ସହ ପ୍ରତିଷ୍ଠାତା ।