ପାସପୋର୍ଟକୁ ନେଇ ହେବାକୁ ଯାଉଛି ୩ଟି ବଡ ପରିବର୍ତ୍ତନ ! କିନ୍ତୁ ଆପଣଙ୍କ ମୁଣ୍ଡବ୍ୟଥାର କାରଣ ହୋଇପାରେ ଗୋଟିଏ ନିୟମ

68

ଯଦି ଆପଣ ପାସପୋର୍ଟ ବନାଇବାକୁ ଯାଉଛନ୍ତି ତେବେ ଏଥିରେ ହୋଇଥିବା ତିନୋଟି ବଡ ପରବର୍ତ୍ତନ ସଂପର୍କରେ ନିଶ୍ଚୟ ଜାଣି ରଖନ୍ତୁ । ନଚେତ୍ ଏହି ନୂଆ ନିୟମ କାରଣରୁ ଆପଣ ଭବିଷ୍ୟତରେ ଅସୁବିଧାରେ ପଡିପାରନ୍ତି । ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

ଅନଲାଇନ୍ ପୁଲିସ ଭେରିଫିକେସନ

ପାସପୋର୍ଟ ଅଧିକାରୀ ତଥା ଶିବାସ କବିରାଜଙ୍କ ସୂଚନା ଅନୁସାରେ, ପାସପୋର୍ଟ ପାଇଁ ଅନଲାଇନ ପୁଲିସ୍ ଭେରିଫିକେସନ ଆରମ୍ଭ କରାଯିବ । ଗତ ବର୍ଷ ଅଗଷ୍ଟ ମାସରେ କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟୱର୍କ ଆଣ୍ଡ ସିଷ୍ଟମ ପ୍ରୋଜେକ୍ଟ ତଥା ସିସିଟିଏନେସକୁ ପାସପୋର୍ଟ ସର୍ଭିସ ସହିତ ଲିଙ୍କ କରିଦିଆଯାଇଛି । ଯାହାଦ୍ୱାରା ଖୁବ ଶୀଘ୍ର ଫିଜିକାଲ ପୁଲିସ ଭେରିଫିକେସନକୁ ବନ୍ଦ କରିଦିଆଯିବ । ତେବେ ଏହି ବ୍ୟବସ୍ଥା ଲାଗୁ ହେବା କ୍ଷଣି ହିଁ ଭେରିଫିକେସନ ମଧ୍ୟ ଅନଲାଇନ ହୋଇଯିବ । ଏହାଦ୍ୱାରା ପାସପୋର୍ଟ ତିଆରି ପାଇଁ ଲାଗୁଥିବା ସମୟ ଆହୁରୀ ମଧ୍ୟ କମ ହୋଇଯିବ ।

କମଳା ରଙ୍ଗର ମିଳିବ ପାସପୋର୍ଟ

ନୂଆ ନିୟମ ମୁତାବକ, ଏଣିକି ଇମିଗ୍ରେସନ ଚେକ୍ ପଏଂଟ ଉପରେ କମଳା ରଙ୍ଗର ପାସପୋର୍ଟ ପ୍ରଚଳନ କରାଯିବ । ପାସପୋର୍ଟ କାର୍ଯ୍ୟାଳୟ ତରଫରୁ ଏହି ସେବା ଖୁବ ଶୀଘ୍ର ହିଁ ଆରମ୍ଭ ହୋଇଯିବ । ତେବେ ଇସିଆର ପରିସରରେ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ନାରଙ୍ଗି ରଙ୍ଗର ପାସପୋର୍ଟ ପ୍ରଦାନ କରାଯିବ । ସେହିପରି ନନ୍ ଇସିଆରଙ୍କୁ ନୀଳ ରଙ୍ଗର ପାସପୋର୍ଟ ହିଁ ପ୍ରଦାନ କରାଯିବ । ବର୍ତ୍ତମାନ ତିନି ପ୍ରକାରର ପାସପୋର୍ଟ ଜାରି କରାଯାଉଛି । ଧଳା ରଙ୍ଗର ପାସପୋର୍ଟ ଅଧିକାରୀ ଲୋକଙ୍କୁ ଦିଆଯାଇଥାଏ । ଲାଲ୍ ରଙ୍ଗର ପାସପୋର୍ଟ ରାଜନିତିଜ୍ଞଙ୍କୁ ଏବଂ ନୀଳ ରଙ୍ଗର ପାସପୋର୍ଟ ସାଧାରଣ ଲୋକଙ୍କୁ ଦିଆଯାଇଥାଏ ।

ଆଡ୍ରେସ ପ୍ରଫ୍ ଆଧାରରେ ବ୍ୟବହାର ହେବ ନାହିଁ

ପାସପୋର୍ଟକୁ ଏବେ ଲୋକେ ଆଡ୍ରେସ ପ୍ରୁଫ୍ ଆଧାରରେ ବ୍ୟବହାର କରିପାରିବେ ନାହିଁ । କାରଣ ଏହାର ଶେଷ ପେଜ୍ ଏବେବି ଖାଲି ରହିଛି । ଏହି ପେଜରେ ଆଡ୍ରେସ ସମେତ ଲିଗାଲ୍ ଗାର୍ଡିୟନଙ୍କ ନାମ, ମାଆ, ପତ୍ନୀ, ପତ୍ନୀଙ୍କ ନାମ ଏବଂ ପୁରୁଣା ପାସପୋର୍ଟର ନମ୍ବର ଇତ୍ୟାଦିର ତଥ୍ୟ ଦେବାକୁ ପଡିବ । ଏହି ପେଜ ଏବେ ନୂଆ ପାସପୋର୍ଟରେ ମିଳିବ ନାହିଁ । ଏଭଳି ପରିସ୍ଥିତିରେ ଆଡ୍ରେସ ପ୍ରୁଫ ଆଧାରରେ ଏବେ ପାସପୋର୍ଟ କାମ କରିପାରିବ ନାହିଁ । ଖୁବ ଶୀଘ୍ର ଏହି ସୁବିଧା ମଧ୍ୟ ଲାଗୁ କରିଦିଆଯିବ ।