ବଜାରକୁ ଆସିଲା ବୁଲେଟ ପ୍ରୁଫ କଫି । ଜାଣନ୍ତୁ କ’ଣ ମିଳିବ ଫାଇଦା

32

ସକାଳବେଳାକୁ ତାଜା କରିବା ପାଇଁ ହେଉ କିମ୍ବା କାର୍ଯ୍ୟାଳୟରେ ଅଳସ ଭାଙ୍ଗିବାକୁ ହେଉ ଅଧିକାଂଶ ଲୋକ କଫି କିମ୍ବା ଚା’ ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି । ବର୍ତ୍ତମାନ ସମୟରେ ବଜାରରେ ୧୦୦ରୁ ଅଧିକ ପ୍ରକାର ସ୍ୱାଦର କଫି ଉପଲବ୍ଧ ହେଉଛି । ତନ୍ମଧ୍ୟରୁ ଲୋକପ୍ରୟତାର ଶୀର୍ଷରେ ରହିଛି ବୁଲେଟ ପ୍ରୁଫ କଫି । ଲଣ୍ଡନ ବିଶେଷଜ୍ଞଙ୍କ ମତରେ ଯୁବପିଢିଠାରୁ ବୟସ୍କ ସମସ୍ତେ ଏହି ବୁଲେଟ ପ୍ରୁଫ କଫି ପିଇବାକୁ ପସନ୍ଦ କରୁଛନ୍ତି । ଏହା ପିଇବାର ସବୁଠୁ ବଡ ଉପଯୋଗୀତା ହେଲା :

– ଶରୀରରେ କୋଲେଷ୍ଟରଲସ୍ତରକୁ ନିୟନ୍ତ୍ରଣ କରିବା ସହ ମେଦକୁ ନିୟନ୍ତ୍ରଣ କରେ । ଏହା ସହ ଶରୀରକୁ ପ୍ରଚୁର ପରିମାଣରେ ଶକ୍ତି ଯୋଗାଇଥାଏ ।

– ଯେକୌଣସି ବୟସର ବ୍ୟକ୍ତି ଜଳଖିଆ କରିବା ପରିବର୍ତ୍ତେ ବୁଲେଟ ପ୍ରୁଫ କଫି ପିଇଲେ ହିଁ ସେମାନଙ୍କ ଶରୀରକୁ ସମସ୍ତ ପ୍ରକାର ପୋଷକତତ୍ୱ ମିଳିଥାଏ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି ।

– ଦିନକୁ ୨ଥର ଏହି କଫି ପିଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇଥାଏ ।

ଲଣ୍ଡନ, ଆମେରିକା ବଜାରରେ ବୁଲେଟ ପ୍ରୁଫ କଫି କିଲୋ ପିଛା ୧୧୦୦ ଟଙ୍କାରେ ବିକ୍ରି ହେଉଛି ।