ଏଣିକି ଦରକାର ପଡିବନି ଆଧାରକୁ ପ୍ୟାନ୍ ସହ ସଂଯୋଗ କରିବା, ଆୟକର ବିଭାଗ ପକ୍ଷରୁ ମିଳିଲା ଏହି ବ୍ୟକ୍ତିମାନଙ୍କୁ କୋହଳ

46

ଜୁଲାଇ ୧ରୁ ଆଧାରକୁ ପ୍ୟାନ୍ ସହ ସଂଯୋଗ କରିବା ଏକପ୍ରକାରେ ବାଧ୍ୟତାମୂଳକ କରିଛି ଇନକମ୍ ଟ୍ୟାକ୍ସ ଡିପାର୍ଟମେଂଟ୍ । ଆୟକର ବିଭାଗ ପକ୍ଷରୁ ଏହି ନିୟମ ଜାରି ହେବା ପରେ ପରେ ଦେଶର ଅଧିକାଂଶ ଲୋକେ ଏବେ ନିଜର ଆଧାରକୁ ପ୍ୟାନ୍ ସହିତ ସଂଯୋଗ କରିବାରେ ଲାଗିପଡିଛନ୍ତି । କାରଣ ଲୋକମାନଙ୍କୁ ଲାଗିଛି କି ଏପରି ନକଲେ ଭବିଷ୍ୟତରେ ସେମାନଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡିବ ବୋଲି ।

ଯଦିଓ ଏନେଇ ଆୟକର ବିଭାଗ ଅନେକ ଲୋକଙ୍କୁ ଆଧାରକୁ ପ୍ୟାନ୍ ସହିତ ଲିଙ୍କ କରିବାରେ କୋହଳ କରିଦେଇଛନ୍ତି ତେବେ ସେମାନଙ୍କ ମଧ୍ୟରେ ଏନଆରଆଇ, ବିଦେଶୀ , ୮୦ ବର୍ଷରୁ ଅଧିକ ଆୟୁଧାରୀ ବ୍ୟକ୍ତି ବିଶେଷ ସାମିଲ ଅଛନ୍ତି । ଏହାବ୍ୟତୀତ ଆସାମ, ମେଘାଳୟ ଏବଂ ଜମ୍ମୁ-କାଶ୍ମୀରବାସୀଙ୍କୁ ମଧ୍ୟ ଆଧାର-ପ୍ୟାନ୍ ଲିଙ୍କ କରିବା ଜରୁରୀ ନୁହେଁ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏହି କୌହଳ ବ୍ୟବସ୍ଥା ସେତେବେଳେ ଉକ୍ତ ବ୍ୟକ୍ତି ବିଶେଷଙ୍କୁ ମିଳିବ ଯଦି ସେମାନଙ୍କର ଆଧାର କାର୍ଡ ନଥିବ ।

ଜିଏସଟି ଲାଗୁ ହେବାପରେ ଆୟକର ବିଭାଗ କରଦାତାଙ୍କ ଉଦ୍ଦେଶ୍ୟରେ ମାନୁଆଲ୍ ରୂପରେ ଆଧାର କାର୍ଡକୁ ପ୍ୟାନ୍ ସହିତ ଯୋଡିବା ପାଇଁ ଏକ ଫର୍ମ ଜାରି କରିଛି । ଏହା ପୂର୍ବରୁ ଅନଲାଇନ୍ ଏବଂ ଏସଏମଏସ ଜରିଆରେ ମଧ୍ୟ ଆଧାର ନମ୍ବରକୁ ପ୍ୟାନ୍ ନମ୍ବର ସହିତ ଯୋଡା ଯାଇ ପାରିବ । ତେବେ ଆବେଦକଙ୍କୁ ପ୍ୟାନ୍ ନମ୍ବର ଓ ଆଧାର ନମ୍ବର ଉଭୟରେ ଉଲ୍ଲେଖ ହୋଇଥିବା ନାମର ସ୍ପେଲିଂ ଲେଖିବାକୁ ପଡିବ ଏବଂ ଏକଥାର ଏକ ଲିଖିତ ଆନାଉନ୍ସମେଂଟ କରିବାକୁ ହେବ କି ଆବେଦନ ପତ୍ରରେ ତାଙ୍କର ଯେଉଁ ଆଧାର ନମ୍ବର ଦିଆଯାଇଛି ତାହା ଅନ୍ୟ କୌଣସି ପ୍ୟାନ୍ କାର୍ଡ ସହିତ ଯୋଡା ଯାଇନାହିଁ ।

ଖାଲି ସେତିକି ନୁହେଁ ତାଙ୍କୁ ପୁଣି ମଧ୍ୟ ଆନାଉନ୍ସମେଂଟ୍ କରିବାକୁ ପଡିବ କି, ସେ ଫର୍ମଟିରେ ଯେଉଁ ପ୍ୟାନ୍ ନମ୍ବର ଉଲ୍ଲେଖ କରିଛନ୍ତି ତାକୁ ଅନ୍ୟ କୌଣସି କାର୍ଯ୍ୟ ପାଇଁ ଆସାଇଂଡ କରାଯାଇ ନାହିଁ ବୋଲି । ତେବେ କର ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଏହି ଫର୍ମ ଆଧାରକୁ ପ୍ୟାନ୍ ଡାଟାବେସ ସହିତ କାଗଜ ମାଧ୍ୟମରେ ସଂଯୋଗ କରିବାର ଏକ ପ୍ରକ୍ରିୟା ଅଟେ ।

ଜୁଲାଇ ୧ରୁ ଆଧାର ଏବଂ ପ୍ୟାନ୍ ସହିତ ସଂଯୋଗ କରିବା ବାଧ୍ୟତାମୂଳକ କରିଦିଆଯାଇଛି । ଯଦି ଆପଣ ଏହି ପ୍ରକ୍ରିୟା କରିନାହାଁନ୍ତି ତେବେ ଏସଂପର୍କରେ ଇନକମ୍ ଟ୍ୟାକ୍ସର ଏକ ନୋଟିଫିକେସନରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି କି, ଯଦି କୌଣସି ବ୍ୟକ୍ତି ବିଶେଷ ଏହି ନିୟମକୁ ପାଳନ ନକରନ୍ତି ତେବେ ତାଙ୍କୁ ଦିଆଯାଇଥିବା ଆଧାର ଆକାଉଂଟ ନମ୍ବରକୁ ନିଷ୍କ୍ରିୟ କରିଦିଆଯିବ ଏବଂ ଇନକମ୍ ଟ୍ୟାକ୍ସ ଆକ୍ଟ ୧୯୬୧ ଆଧାରରେ ତାଙ୍କ ବିରୋଧରେ ଅନ୍ୟ ବ୍ୟବସ୍ଥା ମଧ୍ୟ ଲାଗୁ କରାଯିବ । ଏହାଦ୍ୱାରା ବୁଝାଯିବ କି ଉକ୍ତ ବ୍ୟକ୍ତିବିଶେଷ ଜଣକ ପ୍ୟାନ୍ ପାଇଁ କୌଣସି ଆବେଦନ କରି ନାହାଁନ୍ତି ବୋଲି ।

ସୌଜନ୍ୟ: ଅମର ଉଜାଲା

ଏହାସହ ମଧ୍ୟ ପଢନ୍ତୁ- ଜାଣନ୍ତୁ, କିପରି କରିବେ ଆଧାର କାର୍ଡ ନମ୍ବରକୁ ପାନ୍ କାର୍ଡ ସହିତ ସଂଯୋଗ?