ଭୁଲି ପାରିଲେନି ରହୁଥିବା ପ୍ରିୟ ଘରକୁ ! ମହିଳା ବିବାହ କରି ଘରକୁ କଲେ ଜୀବନସାଥୀ

30

ବିବାହକୁ ନେଇ ଦୁନିଆରେ ଅନେକ ରୋଚକ କଥା ସବୁ ଶୁଣିବାକୁ ମିଳେ । ଲୋକେ ଗ୍ରହଦୋଷ ହଟାଇବା ପାଇଁ କେତେବେଳେ ଘରକୁ ତ କେତେବେଳେ ଗାଈ ସହ ବିବାହ କରିଥାନ୍ତି । କିନ୍ତୁ ନିଜର ଇଚ୍ଛାରେ ଜଣେ ଯଦି ନିଜ ଘର ସହ ବିବାହ କରେ । ଏହା ନିଶ୍ଚୟ ଆଶ୍ଚର୍ଯ୍ୟକର କଥା ହେବ । ଆଉ ଅନେକ ଏହାକୁ ପାଗଳାମୀ ବି କହିବେ । କିନ୍ତୁ ଏକଥା ସତ । ଜଣେ ମହିଳା ନିଜ ଘରକୁ କରିଛନ୍ତି ବିବାହ । ନବଭାରତ ଟାଇମ୍ସରେ ପ୍ରକାଶିତ ଏ ଖବର ଏବେ ଚର୍ଚ୍ଚାରେ ।

ବେକ୍ସଲିହିଥ୍ ରେ ରହୁଥିବା ଡେବୋରା ହାଂଜ୍ ନାମ୍ନୀ ଜଣେ ମହିଳା ନିଜ ଘରକୁ କରିଛନ୍ତି ଜୀବନସାଥୀ । ଆଉ କରିଛନ୍ତି ବିବାହ । ୪୩ ବର୍ଷୀୟା ଡେବୋରା କହନ୍ତି ଏହା ମୋର ପାଗଳାମୀ ନୁହେଁ । ଲୋକେ ବି କଣ କହୁଛନ୍ତି , ମୁଁ ଶୁଣେନା । ସେ ଭଡ଼ାରେ ରହୁଥିବା ଘରକୁ ବିକ୍ରି ହେବାରୁ ବଂଚାଇବା ପାଇଁ ଏମିତି କରିଛନ୍ତି ବୋଲି କହିଛନ୍ତି । ନିଜ ପ୍ରିୟ ଘରକୁ ହରାଇ ଦେବାର ଭୟରେ ଡେବୋରା ଏପରି ନକଲି ବିବାହର ଆୟୋଜନ କରିଥିଲେ । ଏଥିରୁ ଯେଉଁ ଟଙ୍କା ମିଳିବ ସେଥିରେ ସେ ଘରକୁ କିଣିବେ ବୋଲି ଇଚ୍ଛା ରଖିଥିଲେ ।