କମ୍ ବୟସରୁ ବାହାରି ପଡିଥିବା ପେଟକୁ କିପରି କରିବେ ନିୟନ୍ତ୍ରଣ ?

20

ଅସନ୍ତୁଳିତ ଖାଦ୍ୟପେୟ ଏବଂ ଅଫିସରେ ଘଂଟା ଘଂଟା ଧରି ବସିରହିବା କାରଣରୁ ବହୁତ କମ୍ ବୟସରୁ ହିଁ ଅନେକ ଯୁବକମାନଙ୍କର ପେଟ ବାହାରି ପଡିଥାଏ । ଯାହାଦ୍ୱାରା ସେମାନଙ୍କର ଆତ୍ମବିଶ୍ୱାସ ହ୍ରାସ ପାଇଥାଏ । ସେମାନଙ୍କୁ ଲାଗିଥାଏ କି , ବୟସ ପୂର୍ବରୁ ହିଁ ସେମାନେ ବୃଦ୍ଧ ହୋଇଯାଛନ୍ତି ବୋଲି । ତେବେ ଯଦି ଆପଣ ମଧ୍ୟ ଏଭଳି ପରିସ୍ଥିତି ଦେଇ ଗତି କରୁଛନ୍ତି ତେବେ ପଢନ୍ତୁ ଏହି ଖବର ।

ଗେଲିସ’ର ବ୍ୟବହାର କରନ୍ତୁ ନାହିଁ

ବାହାରି ପଡୁଥିବା ପେଟକୁ ନିୟନ୍ତ୍ରଣରେ ଆଣିବା ପାଇଁ ଗେଲିସ’ର ବ୍ୟବହାର ଆଦୌ କରନ୍ତୁ ନାହିଁ । କାରଣ ଏହା ପେଟକୁ ଅଧିକ ହାଇଲାଇଟ୍ କରିଥାଏ । ତେଣୁ ଏଥିପାଇଁ ଲୋ-ୱେଟ୍-ଜିନ୍ସ ପିନ୍ଧନ୍ତୁ ।

ଗାଢା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ

ଡାର୍କ କଲର ଯେପରିକି ବ୍ଲାକ୍, ଡାର୍କବ୍ଲୁ, ନେଭିବ୍ଲୁ, ଡାର୍କଗ୍ରୀନ୍, ମେରୁନ୍ ଆଦି ରଙ୍ଗର ପୋଷାକ ପିନ୍ଧିବାଦ୍ୱାରା ମୋଟାପଣ ଅଧିକମାତ୍ରାରେ ଦେଖାଯାଇନଥାଏ । ତେଣୁ ଏଭଳି ରଙ୍ଗର ପୋଷାକ ପିନ୍ଧିବାଦ୍ୱାରା ପତଳା ଦେଖାଯିବା ସହ ପେଟ ମଧ୍ୟ ନଜର ଆସିନଥାଏ ।

ଲୋ-ୱେଟ୍-ଜିନ୍ସ ପିନ୍ଧନ୍ତୁ

ଯେତେବେଳେ ନିଜ ପାଇଁ ପ୍ୟାଂଟ କିଣୁଛନ୍ତି ସବୁବେଳେ ଚେଷ୍ଟା କରନ୍ତୁ ଲୋ-ୱେଟ୍ ଥିବା ଜିନ୍ସ କିଣିବାକୁ । କାରଣ ଏଭଳି ଜିନ୍ସ ପିନ୍ଧିବାଦ୍ୱାରା ମୋଟାପଣ କମ୍ ଦେଖାଦେଇଥାଏ । ଏଥିସହିତ ଢିଲା ଟି-ସାର୍ଟ ମଧ୍ୟ ପିନ୍ଧିପାରିବେ । ଏପରି କରିବାଦ୍ୱାରା ଆପଣ ପତଳା ଦେଖାଯିବେ ।

ଟାଇଟ୍ ପୋଷାକଠାରୁ ଦୁରେଇ ରୁହନ୍ତୁ

ଯେଉଁ ଲୋକମାନଙ୍କର ପେଟ ବାହାରକୁ ବେଶି ବାହାରି ପଡିଥାଏ ସେମାନେ ସାଧାରଣତଃ ଟାଇଟ୍ ପୋଷାକଠାରୁ ଦୁରେଇ ରହିବା ଉଚିତ । କାରଣ ଏପରି ପୋଷାକ ବ୍ୟକ୍ତିକୁ ଆହୁରୀ ଅଧିକ କୁତ୍ସିତ କରିଦେଇଥାଏ । ତେବେ ପୋଷାକ ଚୟନ ସମୟରେ ସବୁବେଳେ ଢିଲା ପୋଷାକ ହିଁ ଚୟନ କରନ୍ତୁ । ଏହା ଶରୀରକୁ ଆରାମ ଦେବା ସହିତ ସୁନ୍ଦର ବି ଲାଗିଥାଏ ।

ଏହାସହ ମଧ୍ୟ ପଢନ୍ତୁ- ଜାଣନ୍ତୁ, ଯୁବତୀମାନେ ଶୋଇବା ପୂର୍ବରୁ କଣ ଭାବନ୍ତି ?