ଅତ୍ୟନ୍ତ ଥଣ୍ଡାରେ ବି ଏହି ସ୍ଥାନରେ ପାଣି ଲାଗେ ଗରମ ! ସ୍ନାନ କଲେ ରୋଗ ହୋଇଯାଏ ଦୂର

72

greenlandଏବେ ଚାରିଆଡେ ଖୁବ୍ ଥଣ୍ଡାର ମାହୋଲ । ଲୋକେ ପାଣିକୁ ଚୁଇଁବାକୁ ବି ଡରୁଛନ୍ତି । ପାଣି ଯେମିତି ଶତ୍ରୁ ପାଲଟି ଯାଇଛି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଥଣ୍ଡା ସମୟରେ ବି ପାଣି ଗରମ ଲାଗେ । ଲୋକେ ଏହି ଜଳରେ ଖୁସିରେ ଗାଧୋଇଥାନ୍ତି । ବହୁ ସଂଖ୍ୟାରେ ଏଠାକୁ ଆସି ସ୍ନାନର ମଜା ନିଅନ୍ତି ।

1420134624-2ଦକ୍ଷିଣ ଗ୍ରୀନଲ୍ୟାଣ୍ଡରେ ଉନାରଟୋକ ଆଇଲ୍ୟାଣ୍ଡ ହେଉଛି ଏମିତି ଏକ ସ୍ଥାନ ଯେଉଁଠି ବର୍ଷ ତମାମ ପାଣି ଗରମ ରହିଥାଏ । ଗ୍ରୀନଲ୍ୟାଣ୍ଡର ଏକମାତ୍ର ହଟସ୍ପ୍ରିଙ୍ଗ ହୋଇଥିବାରୁ ଏଠାକୁ ଅଧିକ ସଂଖ୍ୟାରେ ଲୋକେ ନିଜର ପରିବାର ସହ ସ୍ନାନ କରିବାକୁ ଆସିଥାନ୍ତି । କ୍ୱୋରଟୋକ ଓ ନାନୋରଟାଲିକ୍ ସହରର ମଧ୍ୟ ଭାଗରେ ଥିବା ଏହି ଆଇଲ୍ୟାଣ୍ଡକୁ ଲୋକେ ନୈାକା ସାହାଯ୍ୟରେ ଆସିଥାନ୍ତି ।

ପ୍ରାକୃତିକ ଭାବେ ଏହି ଆଇଲ୍ୟାଣ୍ଡର ପାଣି ବର୍ଷ ସାରା ଗରମ ରହିଥାଏ । ଏହାର ତାପମାତ୍ରା ଅତ୍ୟନ୍ତ ଥଣ୍ଡାରେ ବି ୩୪ ରୁ ୩୮ ଡିଗ୍ରୀ ଭିତରେ ଥାଏ । ଏହି ହଟସ୍ପ୍ରିଙ୍ଗର ଚାରିକଡେ ଘାସର ବଡ ମଇଦାନ ଅଛି । ଏହାର ପାଣିରେ ଗାଧୋଇଲେ ଅନେକ ରୋଗ ଭଲ ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ।

ଏହାସହ ଦେଖନ୍ତୁ ଏହି ଭିଡିଓ –