ମହିଳା ବେଶରେ ଯୁବକ ! ଭାରତୀୟ ପରମ୍ପରାକୁ ଭଲ ପାଇ ଶାଢୀ ପିନ୍ଧିଲେ ଦୁଇ ଜାପାନୀ

94

ଆଜିକା ସମୟରେ କିଛି ବି ଜିନିଷ ଏକ ଫ୍ୟାଶନ ବୋଲି ଲୋକେ ଧରିନିଅନ୍ତି । ଯେଉଁଠି ଗୋଟେପଟେ ଭାରତୀୟ ବିଦେଶୀ ଜିନିଷକୁ ଆପଣେଇବାରେ ଲାଗିଛନ୍ତି , ଅନ୍ୟପଟେ ବିଦେଶୀମାନେ ଭାରତୀୟ ସଭ୍ୟତାକୁ ଆଦର କରିବାରେ ଲାଗିଛନ୍ତି । ଭାରତୀୟ ମହିଳାମାନେ ପ୍ରଥମେ ସାଢୀ ପିନ୍ଧୁଥିଲେ । ଏବେ ପୁରୁଷଙ୍କ ଭଳି ସାର୍ଟ-ପ୍ୟାଣ୍ଟ , ଜିନ୍ସ-ଟିସର୍ଟ ପିନ୍ଧୁଥିବା ବେଳେବେଳେ ଜାପାନର ଦୁଇ ଯୁବକ ଭାରତୀୟ ମହିଳାଙ୍କ ପାରମ୍ପରିକ ବସ୍ତ୍ର ଶାଢୀକୁ ପିନ୍ଧୁ ଥିବାର ଦେଖାଯାଇଛି ।

ସୂଚନା ଅନୁସାରେ ଜାପାନର ଦୁଇ ଯୁବକ ସାଢୀ ପିନ୍ଧି ଯାତ୍ରା କରୁଛନ୍ତି । ବିଶ୍ୱର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହମ୍ପିରେ ଅନ୍ୟ ପର୍ଯ୍ୟଟକମାନେ ବି ସେମାନଙ୍କୁ ଦେଖି ଭାରତୀୟ ସଭ୍ୟତା ପ୍ରତି ଆକର୍ଷିତ ହେଉଛନ୍ତି । ବେଶ ଚର୍ଚ୍ଚାର ବିଷୟ ସାଜିଛି ଏହି ଦୁଇ ଜାପାନୀ ଯୁବକଙ୍କ ଭାରତୀୟ ଶାଢୀ ପ୍ରୀତି । ଯାହା ସେମାନେ ଯୁବକ ହୋଇ ବି ଏହାକୁ ପରିଧାନ କରିଛନ୍ତି ।