୧୩ଟଙ୍କା ମୂଲ୍ୟର ଖଜୁୁରି ପ୍ୟାକେଟକୁ ୧୫ଟଙ୍କାରେ କିଣିବାରୁ ଉପଭୋକ୍ତା ଲଢିଲେ କେସ୍ ! ମିଳିଲା କ୍ଷତି ପୂରଣ ବାବଦକୁ ୧୨ହଜାର ଟଙ୍କା

34

ଚେନ୍ନାଇ : ଏକ ଖଜୁୁରି ପ୍ୟାକେଟର ଦାମକୁ ନେଇ ଯେ ଜଣେ କେସ୍ ଲଢିବ । ଆଉ ଦୀର୍ଘ ବର୍ଷ ପରେ ପାଇବ କ୍ଷତିପୂରଣ , ଏହା କେବେ ଆପଣ ବିଶ୍ୱାସ କରୁଛନ୍ତି । କିନ୍ତୁ ଏ କଥା ସତ । ଏମିତି ଏକ ଘଟଣା ଘଟିଛି ଚେନ୍ନାଇରେ । ନବଭାରତ ଟାଇମ୍ସରେ ପ୍ରକାଶିତ ଏହି ଖବର ଏବେ ଚର୍ଚ୍ଚାରେ ।

ପ୍ରକାଶିତ ତଥ୍ୟ ଅନୁସାରେ, ଖଜୁୁରିର ଏକ ପ୍ୟାକେଟ କିଣିବା ବେଳେ ସୂଚିତ ଦାମ୍ ଠାରୁ ୨ଟଙ୍କା ଅଧିକ ଗ୍ରାହକଙ୍କ ଠାରୁ ନେଇଥିଲେ ଦୋକାନୀ । ଆଉ କେବିନ ଜୋସେଫ ରେବଲୋ ନାମକ ଏହି ଗ୍ରାହକ ଜଣକ ଦୀର୍ଘ ୧୧ ବର୍ଷ ଲଢିଥିଲେ ଆଇନର ଲଢେଇ । ଆଉ ଶେଷରେ ହୋଇଛି ତାଙ୍କର ଜିତାପଟ । ଉପଭୋକ୍ତା ଅଦାଲତ ଏହି ବ୍ୟକ୍ତିଙ୍କୁ ୧୨ହଜାର ଟଙ୍କାର କ୍ଷତିପୂରଣ ପାଇବାକୁ ଆଦେଶ ଦେଇଛନ୍ତି ।

ଅଗଷ୍ଟ ୨୦୦୬ । କେବିନ୍ ରୋୟାପେଟା ସ୍ଥିତ ସୁପରମାର୍କେଟ ସ୍ପେନ୍ସରରୁ ୨୦୦ ଗ୍ରାମର ଏକ ଖଜୁୁରି ପ୍ୟାକେଟ୍ କିଣିଥିଲେ । କେବିନ୍ ଦାବୀ କରିଛନ୍ତି ଯେ,ପ୍ୟାକେଟଟିରେ ସୂଚିତ ମୂଲ୍ୟ ୧୩ଟଙ୍କା ଥିଲା । କିନ୍ତୁ ଦୋକାନୀ ତାଙ୍କ ଠାରୁ ୧୫ଟଙ୍କା ନେଇଥିଲେ । ଖଜୁୁରି ପ୍ୟାକେଟରୁ ମଧ୍ୟ ଅନେକ କୀଟ ଥିବାର ନଜର ଆସିଥିଲା । ଖଜୁୁରି ପ୍ୟାକେଟର ଏକ୍ସପାୟର ଡେଟର ୪ମାସ ପରେ ବିକ୍ରି କରାଯାଇଥିଲା ।

କେବିନ୍ ଜିଲ୍ଲା ଉପଭୋକ୍ତା ଫୋରମ୍ ରେ ନିଜର ମତାମତ ଦେବାବେଳେ କହିଥିଲେ । ସେ ସୁପରମାର୍କେଟ୍ ଓ ମାନ୍ୟୁଫାକଚର ବିରୋଧରେ ଏତଲା ଦେଇଥିଲେ । ଖଜୁରୀକୁ ଫୁଡ୍ ପ୍ରୋସେସିଂ ଲ୍ୟାବ୍ କୁ ପରୀକ୍ଷା ପାଇଁ ପଠାଇଯାଇଥିଲା । ସେପ୍ଟେମ୍ବର ୨୦୦୬ରେ ଲ୍ୟାବ୍ ନିଜର ରିପୋର୍ଟ ଦେଇଥିଲେ । ରିପୋର୍ଟରେ କୁହାଯାଇଥିଲା କି ସାମ୍ପୁଲ୍ ରେ ୨୦ଟି ଜିଅନ୍ତା କୀଟ ମିଳିଥିଲେ ଏବଂ ଏହା ମାନବ ଉପଭୋକ୍ତା ପାଇଁ ଅନୁପଯୁକ୍ତ ବୋଲି କୁହାଯାଇଥିଲା ।

ମାନ୍ୟୁଫାକଚର କଂପାନୀ ଦାବୀ କରିଥିଲା ଯେ, ସେମାନେ ସରକାରୀ ମେସିନ୍ ବ୍ୟବହାର କରି ଏହି ଖଜୁୁରିକୁ ପ୍ୟାକେଜିଂ କରାଯାଇଥିଲା । ଆଉ ମଧ୍ୟ କଂପାନୀ କହିଥିଲା ସୁପରମାର୍କେଟ ଏକ୍ସପାୟରୀ ଡେଟ୍ ପରେ ଖଜୁୁରି ପ୍ୟାକେଟକୁ ବିକ୍ରିବାକୁ ଜରୁରୀ ନଥିଲା । ଏଣୁୁ ଏହି ମାମଲାରେ କଂପାନୀର କୈାଣସି ସଂପୃକ୍ତି ନାହିଁ । ଫୋରମ୍ କିନ୍ତୁ ସେମାନଙ୍କର ସବୁ ଦାବୀକୁ ଖାରଜ କରିଦେଇଥିଲା ଏବଂ ଜାଣିବାକୁ ପାଇଥିଲା କି ଏକ୍ସପାୟରୀ ଡେଟ୍ ପରେ ବିକା ଯାଇଥିବା ଖଜୁୁରୀର ଗୁଣବତ୍ତା ନିମ୍ନ ମାନର ଥିଲା । ଫୋରମ୍ ମାନ୍ୟୁଫାକଚର କଂପାନୀ ଓ ସୁପରମାର୍କେଟକୁ ୧୨,୦୧୫ଟଙ୍କା କ୍ଷତିପୂରଣ ସ୍ୱରୂପ ଦେବାକୁ ଆଦେଶ ଦେଇଥିଲେ ।