ଷ୍ଟ୍ରେଚର ମିଳିଲାନି ଡାକ୍ତରଖାନାରେ : ରୋଗଗ୍ରସ୍ତ ସ୍ୱାମୀଙ୍କୁ ଘୋଷାଡି ଘୋଷାଡି ନେଲେ ସ୍ତ୍ରୀ

43

2ଦିନକୁ ଦିନ ସମାଜରେ ଅଜବଗଜବ ଘଟଣା ସବୁ ଘଟିଚାଲିଛି । ଦୁନିଆ ଯେତେ ଆଗାଉଛି । ସେତିକି ସେତିକି ମଣିଷ ନିଷ୍ଠୁର ପାଲଟି ଯାଉଛି । ମଣିଷ ପାଖରୁ ଦୟା ଭାବ ବି ଉଭାନ ହେଇଗଲାଣି । ସମସ୍ତେ ନିଜସୁଖ ସୁବିଧା ପାଇଁ ଧାଇଁଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଛି ଏକ ଦୁଃଖଦ ଖବର । ଯାହା ଜାଣିଲେ ଆପଣଙ୍କ ହୃଦୟ ବ୍ୟଥିତ ହୋଇଯିବ । ଏକ ସରକାରୀ ଡାକ୍ତରଖାନାରେ ରୋଗଗ୍ରସ୍ତ ସ୍ୱାମୀକୁ ତଳ ଫ୍ଲୋରରୁ ଫାଷ୍ଟ ଫ୍ଲୋରକୁ ନେବାପାଇଁ ଷ୍ଟ୍ରେଚରଟିଏ ପାଇନାହାଁନ୍ତି ଜଣେ ସ୍ତ୍ରୀ । ନିରୁପାୟ ହୋଇ ଘୋଷାଡି ଘୋଷାଡି ନେଇଛନ୍ତି ନିଜ ସ୍ୱାମୀକୁ ।

osmania-hospitalଏହି ଘଟଣା ଆନ୍ଧ୍ରପ୍ରଦେଶ ଅନନ୍ତପୁରର ଏକ ସରକାରୀ ଡାକ୍ତରଖାନାରର । ଡାକ୍ତରଖାନାରେ ଷ୍ଟ୍ରେଚର ଦିଆଗଲାନାହିଁ । ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏପରି ଯେ ଚାଲି ଚାଲି ଯିବାକୁ ଅସମର୍ଥ । ମହିଳା ଜଣଙ୍କ ନିରୁପାୟ ହୋଇ ଶେଷରେ ତାଙ୍କ ସ୍ୱାମୀଙ୍କ ହାତକୁ ଧରି ଘୋଷାଡି ଘୋଷାଡି ୱାର୍ଡ ପର୍ଯ୍ୟନ୍ତ ନେଇଛନ୍ତି । ପୀଡିତଙ୍କ ନାଁ ୪୫ ବର୍ଷୀୟ ଶ୍ରୀନିବାସ ଚାରୀ । ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା । ଶ୍ରୀନିବାସଙ୍କ ସ୍ତ୍ରୀ ୪୦ ବର୍ଷୀୟ ଶ୍ରୀବାଣୀ ଡାକ୍ତରଖାନା କର୍ମଚାରୀଙ୍କୁ ଷ୍ଟ୍ରେଚର ଆଣିବାକୁ ନେହୁରା ହୋଇଥିଲେ । ମାତ୍ର ତାଙ୍କ କଥାକୁ କେହି ଶୁଣିନଥିଲେ । ତାଙ୍କ ପାଖରେ ଆଉ କିଛି ଚାରା ନଥିଲା । ଶେଷରେ ତଳ ମହଲାରୁ ପ୍ରଥମ ମହଲାରେ ଥିବା ୱାର୍ଡକୁ ଘୋଷାଡି ଘୋଷାଡି ନେଇଥିଲେ ।

ଏହି ଦୃଶ୍ୟ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି । ସେପଟେ ଘଟଣାର ତଦନ୍ତ ହେବ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡାକ୍ତରଖାନା କର୍ତୃପକ୍ଷ ।

ଏହାସହ ଦେଖନ୍ତୁ ଏହି ଭିଡିଓ –

ଏହାସହ ମଧ୍ୟ ଦେଖନ୍ତୁମା’ର ଚିକିତ୍ସା ପାଇଁ ନିଜକୁ ବିକିବେ ଯୁବତୀ : ଅନଲାଇନରେ ଦେଲେ ବିଜ୍ଞାପନ