କନକ ବ୍ୟୁରୋ : ବାରମ୍ବାର ଟଙ୍କା ବଦଳାଇବା ପାଇଁ ହାତ ଆଙ୍ଗୁଳିରେ କଳା ଦାଗ ଲାଗିବା ନିଷ୍ପତି ଉପରେ ଆପତ୍ତି ଉଠାଇଛନ୍ତି ନିର୍ବାଚନ କମିଶନ । ଏନେଇ ନିର୍ବାଚନ କମିଶନ ଚିଠି ଲେଖିଛନ୍ତି ଅର୍ଥମନ୍ତ୍ରୀଙ୍କୁ । ବିଶେଷ କରି ଆଗକୁ ନିର୍ବାଚନ ଥିବା ଅଂଚଳରେ ଏହି କାଳି ଲଗାଇବା ଉପରେ ଆପତ୍ତି ଉଠାଇଛନ୍ତି । ଏହି କାଳି ଦୀର୍ଘ ସମୟ ପର୍ଯ୍ୟନ୍ତ ଲିଭୁ ନଥିବାରୁ ଏହା ମତଦାନ ବେଳେ ଦ୍ୱନ୍ଦ୍ୱ ଉପୁଜାଇ ପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ ।
Kanak News is now on WhatsApp
Join and get latest news updates delivered to you via WhatsApp
ବୁଧବାର ଦିନ ଅର୍ଥନେତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ ଘୋଷଣା କରିଥିଲେ ଯେ ଅନେକ ଅସାଧୁ ବ୍ୟକ୍ତି ବିଭିନ୍ନ ଲୋକଙ୍କ ଜରିଆରେ ବାରମ୍ବାର ଟଙ୍କା ବଦଳାଉଛନ୍ତି । ସେମାନଙ୍କୁ ରୋକିବା ପାଇଁ ଟଙ୍କା ବଦଳାଇବା ବେଳେ ଆଙ୍ଗୁଳିରେ କାଳି ଲଗାଯିବ । ତେବେ ଏହି ବ୍ୟବସ୍ଥା ନିର୍ବାଚନ ହେବାକୁ ଥିବା ଅଂଚଳରେ ସମସ୍ୟା ସୃଷ୍ଟି କରିବ ବୋଲି କହିଛନ୍ତି ନିର୍ବାଚନ କମିଶନ ।