କର୍ମଚାରୀଙ୍କୁ କଂପାନୀ ଦେଉଛି ନୂଆ ସୁବିଧା ! ଆତ୍ମୀୟସ୍ୱଜନଙ୍କ ମୃତ୍ୟୁରେ ଶୋକ ପାଇଁ ମିଳୁଛି ‘ଆତ୍ମୀୟ ବିୟୋଗ ’ ଛୁଟି !

57

60444444ସାରା ବିଶ୍ୱରେ ବେସରକାରୀ ସଂସ୍ଥାରେ ଅନେକ କର୍ମଚାରୀ ସବୁ ନିଯୁକ୍ତ ହୋଇଛନ୍ତି । ସେମାନେ ନିଜର ରୋଜଗାର ପାଇଁ ଅନେକ ଛୋଟ ଓ ବଡ କଂପାନୀରେ ଚାକିରୀ କରିଥାନ୍ତି । ଆଉ ଯେଉଁଥିରେ ଛୁୁଟି ଥାଏ ଖୁବ୍ କମ୍ । ନିଜର ଅଫିସ କାମ ଭିତରେ ପରିବାର ପାଇଁ ଅଧିକ ସମୟ ଦେଇପାରିନଥାନ୍ତି । ଆଉ ଯଦି ଏ ସମୟରେ କୈାଣସି ସଂପର୍କୀୟଙ୍କ ମୃତ୍ୟୁ ହୁଏ ତ ସେମାନେ ଏଥିରେ ସମୟ ଦେଇପାରିନଥାନ୍ତି । ଯାହା ଖୁବ୍ ଅସୁବିଧା ହୋଇଥାଏ କଂପାନୀରେ ଚାକିରୀ କରିଥିଲା ଲୋକଙ୍କୁ । ଏମିତି ଏକ ଘଟଣା ଘଟିଥିଲା । ଆଉ ଏହା ପରଠୁ ବଦଳିଥିଲା କଂପାନୀର ନିୟମ ।

Sheryl-Sandberg-Facebook-Headshot-1-1024x683ଯେତେବେଳେ ଫେସବୁକରେ ସିଓଓ ଶେରିଲ୍ ସାଣ୍ଡବର୍ଗ ୨୦୧୫ ମସିହାରେ ନିଜର ପତିଙ୍କୁ ହରାଇଥିଲେ, ସେତେବେଳେ କଂପାନୀର ସିଇଓ ମାର୍କ ଜୁକରବର୍ଗ ତାଙ୍କୁ କହିଥିଲେ , ଏହି ସମୟରେ ନିଜ ଦୁଃଖକୁ ସମ୍ଭାଳିବାକୁ ଯେତେ ଇଚ୍ଛା ସେତିକି ସମୟ ନେଇପାରିବେ । ଏମିତି କରି ମାର୍କ ଏଚଆର୍ ପଲିସ୍ ରେ ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିଥିଲେ ଏବଂ ଏହାର ନାମ ଦିଆଯାଇଥିଲା ‘ବିରିଭମେଂଟ ଲିଭ’ ଅର୍ଥାତ୍ ‘ଆତ୍ମୀୟ ବିୟୋଗ ’ ଛୁଟି ।

44ଏହି ବର୍ଷର ଆରମ୍ଭରେ ସାଣ୍ଡବର୍ଗ ନିଜର ଫେସବୁକ୍ ପେଜରେ କହିଛନ୍ତି, ପତିଙ୍କ ମୃତ୍ୟୁର ତୁରନ୍ତ ତାଙ୍କ ପାଇଁ କାମକୁ ଫେରିବା ଖୁବ୍ ମୁସ୍କିଲ୍ ଥିଲା ଏବଂ ବିରିଭମେଂଟ ଲିଭ୍ କାରଣରୁ ତାଙ୍କୁ ଏହି ଦୁଃଖରୁ ଆଶ୍ୱାସନା ପାଇବାକୁ ସାହାଯ୍ୟ ମିଳିଥିଲା । ଏହାପରେ ସେ ଫେସବୁକ୍ କର୍ମଚାରୀଙ୍କ ପାଇଁ ୨୦ ଦିନର ବିରିଭିମେଂଟ ଲିଭ୍ ‘ଆତ୍ମୀୟ ବିୟୋଗ ’ ଛୁଟି  ଘୋଷଣା କରିଥିଲେ । ଶୋକ ପାଳିବା ପାଇଁ କୈାଣସି କଂପାନୀ ଦେଉଥିବା ଏହି ଛୁଟି ସବୁଠୁ ଲମ୍ବା ଛୁଟି ଅଟେ ।

r4rଫେସବୁକ୍ ଦ୍ୱାରା ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାର ପ୍ରଭାବ ଏବେ ଭାରତ ସହ ବିଶ୍ୱର ଅନେକ କଂପାନୀରେ ଦେଖିବାକୁ ମିଳିଛି । ଏବେ ଅନେକ କଂପାନୀ କୈାଣସି ଲୋକର ନିଜର ସଂପର୍କୀୟଙ୍କ ମୃତ୍ୟୁରେ କର୍ମଚାରୀଙ୍କୁ ଏକ ଦିନରୁ ୫ଦିନ ଯାଏ ଛୁଟି ଦେଉଛନ୍ତି । ଏହି କଂପାନୀଗୁଡିକରେ ଟିସିଏସ୍ , ଇନଫୋସିସ୍ , ସିପଲା ଓ ହିଲଟନ ଇଣ୍ଡିଆ ଭଳି ପ୍ରସିଦ୍ଧ କଂପାନୀ ମଧ୍ୟ ସାମିଲ ଅଛନ୍ତି ।

ଏହା ପୂର୍ବରୁ ଏପରି ସ୍ଥିତିରେ କର୍ମଚାରୀଙ୍କୁ ପ୍ରାଟିସ୍ ଲିଭ୍ ପାଇଁ ଆବେଦନ କରିବାକୁ ପଡୁଥିଲା । ଆର୍ଥର ଡି ଲିଟିଲ ନାମକ କନସଲଟାନ୍ସି ଫାର୍ମରେ ୩ଦିନର ବିରିଭିମେଂଟ ଲିଭ୍ ଦିଆଯାଉଛି । ଫାର୍ମର ମ୍ୟାନେଜିଂ ପାର୍ଟନର ଥୋମାସ୍ କୁରୁଭିଲ୍ଲା କହିଛନ୍ତି , ଦୁଃଖ ସମୟରେ କର୍ମଚାରୀଙ୍କୁ ନିଜର ପରିବାର ସହ ଅତି କମରେ କିଛି ଦିନ ବିତେଇବାର ସମୟ ପାଇଁ ବିରିଭମେଂଟ ଲିଭ୍ ର ଆରମ୍ଭ କରାଯାଇଛି । ସେ କହିଛନ୍ତି, ‘କର୍ମଚାରୀଙ୍କ ପରିବାରକୁ ମଧ୍ୟ ଆମେ ନିଜର ଗ୍ରୁପର ଅଂଶ ବିଶେଷ ଭାବିଥାଉ ।’

animaux-deces-deuil-coverଅଧିକ ସ୍ଥାନରେ ବିରିଭମେଂଟ ଲିଭ୍ ଅନୁସାରେ , ପରିବାରର ଖାସ୍ ଲୋକ , ଯେମିତି କି ପତି-ପତ୍ନୀ , ମାତା-ପିତା , ଭାଇ-ଭାଉଣୀ, ପିଲା , ଜେଜେ-ଜେଜି ମା , ଅଜା-ଆଈ , ପୁତୁରା-ଝିଆରୀ ଆଦିଙ୍କୁ ସାମିଲ କରାଯାଏ । ଅନ୍ୟ ସଂପର୍କୀୟଙ୍କ ମୃତ୍ୟୁରେ ଏହି ଲିଭ୍ ଦିଆଯାଏ ନାହିଁ । କିଛି ବଛା ବଛା କଂପାନୀ ଘରର ପେଟ୍ସ (ପୋଷା ଜୀବ)ର ମୃତ୍ୟୁରେ ମଧ୍ୟ ବିରିଭମେଂଟ ଲିଭ୍  (ଆତ୍ମୀୟ ବିୟୋଗ) ଛୁଟି ଦେଇଥାନ୍ତି । ଗୋଜୁପ ନାମକ ଡିଜିଟାଲ ମାର୍କେଟିଂ କଂପାନୀ ପେଟ୍ସ ର ମୃତ୍ୟୁରେ ବିରିଭମେଂଟ ଲିଭ୍ ଦେଇଥାଏ । କଂପାନୀର ସିଇଓ କହିଛନ୍ତି, ‘ପେଟ୍ସ ମଧ୍ୟ ଆମ ପରିବାରର ଖାସ୍ ଅଂଶ ଅଟେ ।’

GettyImages-533336860-300x200ସୂଚନାଯୋଗ୍ୟ ଯେ, ମ୍ୟାଟରନେଟି ଲିଭ୍ ଅନୁସାରେ କର୍ମଚାରୀଙ୍କୁ ବିରିଭମେଂଟ ଲିଭ୍ ଦେବାକୁ କୈାଣସି ଆଇନ ଭାବେ ବାଧ୍ୟତା ନୁହେଁ । କିନ୍ତୁ କଂପାନୀଗୁଡିକୁ ଲାଗେ କି ଦୁଃଖ ସମୟରେ ସାଥିରେ ଠିଆ ହେବା କର୍ମଚାରୀଙ୍କର କଂପାନୀ ଉପରେ ଭରସା ଓ ବିଶ୍ୱାସ ଦୃଢ ହୋଇଥାଏ । ସିପଲାର ଗ୍ଲୋବଲ ଚିଫ୍ ପିପଲ ଅଫିସର ପ୍ରବୀର ଝା କହିଛନ୍ତି, ‘୨୦୧୭ରେ କରାଯାଇତିବା ଏକ ଅନୁଧ୍ୟାନରୁ ଏହା ଜଣାପଡିଛି କି କଂପାନୀଗୁଡିକ ଏବେ କର୍ମଚାରୀଙ୍କୁ ଲୋଭାଇବା ପାଇଁ ସେମାନଙ୍କୁ ଦିଆଯାଇଥିବା ସୁବିଧାକୁ ବଢାଇଛନ୍ତି । ବିରିଭମେଂଟ ଲିଭ୍ ବା ‘ଆତ୍ମୀୟ ବିୟୋଗ ’ ଛୁଟି ମଧ୍ୟ ଏହାର ଏକ ଅଂଶ ଅଟେ ।’ ଛୁଟି ଦେବା ଛଡା କଂପାନୀଗୁଡିକ ଏମିତି କର୍ମଚାରୀମାନଙ୍କୁ ଭାବନାତ୍ମକ ସ୍ତରରେ ସାହାଯ୍ୟ କରିବାକୁ କାଉଂସେଲିଂ ବ୍ୟବସ୍ଥା ମଧ୍ୟ କରୁଛନ୍ତି ।
(ସୌଜନ୍ୟ- ନବଭାରତ ଟାଇମ୍ସ)