ତାଳି ମାରିଲେ ବାପା , ଖୁସି ହେଲେ ମା’ ! ନିର୍ଭୟା ଦୋଷୀଙ୍କୁ ଫାଶୀ ଶୁଣାଇଲେ ସୁପ୍ରିମକୋର୍ଟ

71

ସୁପ୍ରିମକୋର୍ଟ ଆଜି ଶୁଣାଇଛନ୍ତି ଐତିହାସିକ ରାୟ । ନିର୍ଭୟା ଦୁଷ୍କର୍ମ ଓ ହତ୍ୟାକରୀଙ୍କୁ ଦେଇଛନ୍ତି ଫାଶୀ ଦଣ୍ଡାଦେଶ । ସୁପ୍ରିମକୋଟର ଏହି ଗୁରୁତ୍ୱପୂର୍ଣ୍ଣ ରାୟକୁ ସ୍ୱାଗତ କରିଛନ୍ତି ସାରା ଜନତା । ପୂରା ଦେଶର ନଜର ଥିଲା ଏହି ରାୟ ଉପରେ । କୋର୍ଟ ଯେମିତି ଫାଶୀ ଦଣ୍ଡାଦେଶରେ ମୋହର ମାରିଲେ ନିର୍ଭୟାଙ୍କ ମା-ବାପା ଓ ଅନ୍ୟ ଲୋକମାନେ ତାଳି ମାରିଥିଲେ । ନିର୍ଭୟାଙ୍କ ମା’ଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା । ନଜ ଝିଅ ବୋଧେ ପାଇଛି ପ୍ରକୃତ ନ୍ୟାୟ ଭାବି ଆଖିରୁ ଝରିଥିଲା ଆନନ୍ଦର ଲୁହ । ନିର୍ଭୟାର ପିତା କୋର୍ଟରରାୟ ଶୁଣିବା ପରେ କହିଥିଲେ–‘ ଆମକୁ ବିଶ୍ୱାସ ଥିଲା ସୁପ୍ରିମକୋର୍ଟ ସଠିକ ନ୍ୟାୟ ବିଚାର କରିବ ’ ।

୨୦୧୨ ମସିହା ଡିସେମ୍ବର ୧୬ ତାରିଖ ରାତିର ଘଟଣା । ସାରା ବିଶ୍ୱ ସ୍ତବଧ ହୋଇଗଲା । ୨୩ ବର୍ଷୀୟା ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ କରାଯାଇଥିଲା ଗଣଦୁଷ୍କର୍ମ । ଯାହା ଥରାଇ ଦେଇଥିଲା ସାରା ଦେଶକୁ । ଆଉ ଆଜି ଏ ମାମଲାର ଚର୍ଚ୍ଚିତ ରାୟ ଦେଲେ ସୁପ୍ରିମକୋର୍ଟ ।