ମେଦବହୁଳତା ସମସ୍ୟା ! ବ୍ରିଟେନର ୯ଲକ୍ଷ ଲୋକ କାମ କରିବାକୁ ଅଯୋଗ୍ୟ

47

ବ୍ରିଟେନର ମେଦବହୁଳତା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାର ୯ଲକ୍ଷରୁ ଅଧିକ ନାଗରିକ ଏତେ ମୋଟା ଯେ ସେମାନଙ୍କ ଦ୍ୱାରା କୈାଣସି କାମ କରିବା ସମ୍ଭବ ନୁହେଁ । ସରକାରୀ ରେକର୍ଡ ଅନୁଯାୟୀ ଏହି ସଂଖ୍ୟା ପ୍ରାୟ ଦେଢ଼ ଲକ୍ଷ ।

ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହି ସଂଖ୍ୟା ବାସ୍ତବରେ ଆହୁରି ୫ଗୁଣ ଅଧିକ । ‘ଡିପାର୍ଟମେଂଟ ଫର୍ ୱାର୍କ ଆଣ୍ଡ ପେନସନ୍’ ମେଦବହୁଳତା ସମ୍ବନ୍ଧିତ ଏକ ରିପୋର୍ଟ ପ୍ରସ୍ତୁତ କରିଛି । ରିପୋର୍ଟରେ ପ୍ରଫେସର ଡେମ୍ କେରୋଲ୍ କହିଛନ୍ତି , ମେଦବହୁଳତା ଯେକୈାଣସି ପ୍ରକାର ଲୋକର କାର୍ଯ୍ୟ କ୍ଷମତା ହ୍ରାସ କରିଥାଏ । ଏମାନଙ୍କୁ ଠିକ୍ କରିବାକୁ ସରକାରୀ ସ୍ତରରେ ସହାୟତା ମିଳିବା ଦରକାର । ଏପରିକି କଂପାନୀ ଓ ଅନ୍ୟ ଅଫିସ୍ ସେମାନଙ୍କ ମୋଟା କର୍ମଚାରୀଙ୍କୁ ସ୍ଲିମିଂ ସେଂଟର ପଠାଇବା ଉଚିତ୍ । ଯଦ୍ୱାରା ସେମାନେ ପୁଣିଥରେ କାର୍ଯ୍ୟକ୍ଷମ ହୋଇପାରିବେ ।