ପ୍ୟାନ କାର୍ଡ ସହ ଆଧାର କାର୍ଡକୁ ମାତ୍ର ଏକ ଏସଏମଏସ୍ ଜରିଆରେ ଯୋଡ଼ନ୍ତୁ : ଆୟକର ବିଭାଗ

110

ଆୟକର ବିଭାଗ କରଦାତାଙ୍କୁ ଏକ ଏସଏମଏସ୍ ସୁବିଧାର ଉପଯୋଗ କରି ଆଧାର ସହ ପ୍ୟାନ କାର୍ଡ ଲିଙ୍କ କରାଇବା ସୁଯୋଗ ଦେଇଛନ୍ତି । ଏଥିପାଇଁ କେହି ବି ନିଜ ଫୋନରୁ ବଡ ଅକ୍ଷରରେ ୟୁଆଇଡିପିଏନ ପରେ ଖାଲି ସ୍ଥାନ ଛାଡି ନିଜର ଆଧାର ସଂଖ୍ୟା ଓ ତା’ପରେ ନିଜ ପ୍ୟାନ କାର୍ଡ ସଂଖ୍ୟା ଲେଖି ୫୬୭୬୭୮ କିମ୍ବା ୫୬୧୬୧ କୁ ଏସଏମଏସ୍ ପଠାଇବାକୁ ପଡିବ । ଏହା ବ୍ୟତୀତ ଆୟକର ବିଭାଗର ଇ-ଫାଇଲିଙ୍ଗ ୱେବସାଇଟ୍ ଯାଇ ଆପଣ ପ୍ୟାନ କାର୍ଡ ସହ ଆଧାର କାର୍ଡକୁ ଲିଙ୍କ କରିପାରିବେ ।

ସୂଚନା ଅନୁସାରେ ଅର୍ଥ ଅଧିନିୟମ ୨୦୧୭ ଅନୁସାରେ ସରକାର ପ୍ୟାନ ଓ ଆଧାର କାର୍ଡକୁ ଯୋଡିବା ଅନିବାର୍ଯ୍ୟ କରିଦେଇଛନ୍ତି । ଏହା ଜୁଲାଇ ୨୦୧୭ରୁ ପ୍ରଭାବଶାଳୀ ହେବ । ଆୟକର ବିଭାଗ ବ୍ୟକ୍ତିଙ୍କର ସ୍ଥାୟୀ ଖାତା ସଂଖ୍ୟା ପ୍ୟାନକୁ ଆଧାର କାର୍ଡ ସହ ଯୋଡିବା ଏକ ନୂଆ ଇ-ସୁବିଧା ଆରମ୍ଭ କରିଛନ୍ତି । ସରକାର ଆୟକର ରିଟର୍ଣ୍ଣ ଦାଖଲ କରିବା ପାଇଁ ପ୍ୟାନ ସହ ଆଧାର ସଂଖ୍ୟା ଅନିବାର୍ଯ୍ୟ କରିଦେଇଛନ୍ତି ।

ପ୍ୟାନକାର୍ଡ, ଆଧାରକାର୍ଡ ଓ ବ୍ୟାଙ୍କ ଆକାଉଂଟରେ ଦିଆ ଯାଇଥିବା ତଥ୍ୟ ସମାନ ହେବା ଦରକାର । ଯଦି ଏପରି ନହୁଏ ତେବେ ଆପଣ ପ୍ୟାନକାର୍ଡ କିମ୍ବା ଆଧାରକାର୍ଡ ବଦଳାଇବା ପାଇଁ ଆବେଦନ କରିବା ଉଚିତ । ଏହି ପରିବର୍ତ୍ତନ ଆପଣ ଆୟକର ବିଭାଗର ୱେବସାଇଟରେ ଦିଆଯାଇଥଇବା ଲିଙ୍କ୍ ଜରିଆରେ ମଧ୍ୟ କରିପାରିବେ । ଯଦି ଆପଣଙ୍କ ଆଧାରରେ ସୁଧାର ଆଣିବା ପାଇଁ ଚାହାନ୍ତି, ତେବେ ୟୁଆଇଇଡିରେ ଜରୁରୀ ତଥ୍ୟ ସହ ଆପଣ ଆବେଦନ କରିପାରିବେ । ଏହି କାମକୁ ଆପଣ ଅନଲାଇନ ମଧ୍ୟ କରିପାରିବେ ।

ଯଦି ଆଧାର ଓ ପ୍ୟାନ କାର୍ଡ ଲିଙ୍କ କରୁନାଆନ୍ତି –
ଆପଣ ଯଦି ୧ ଜୁଲାଇ ପର୍ଯ୍ୟନ୍ତ ନିଜର ଆଧାର କାର୍ଡ ଓ ପ୍ୟାନ କାର୍ଡ ଲିଙ୍କିଙ୍ଗର କାମ ପୁରା କରି ନାହାନ୍ତି, ତେବେ ଅପାଣଙ୍କ ପ୍ୟାନକାର୍ଡ ରଦ୍ଦ ହୋଇପାରେ । ଏପରି ପରିସ୍ଥିତିରେ ଆପଣ ଏହି ଆର୍ଥିକ ବର୍ଷରେ ନିଜର ଇନକମ ଟାକ୍ସ ରିଟର୍ଣ୍ଣ ଭରିପାରିବେ ନାହିଁ । କାରଣ ଇନକମ ଟାକ୍ସ ରିଟର୍ଣ୍ଣ ଭରିବା ପାଇଁ ଏପରି କରିବା ପାଇଁ ଉଭୟ ପ୍ୟାନକାର୍ଡ ଓ ଆଧାର କାର୍ଡ ଅନିବାର୍ଯ୍ୟ କରାଯାଇଛି ।