କଳାଧନ ଉପରେ ମୋଦିଙ୍କ ସର୍ଜିକାଲ ଷ୍ଟ୍ରାଇକ୍ : ବନ୍ଦ ହେଲା ୫ଶହ ଓ ହଜାର ଟଙ୍କିଆ ନୋଟ୍

36

କଳାଧନକୁ ନାଲି ଆଖି ଦେଖେଇଲେ ମୋଦି । ଖେଳିଲେ ମାଷ୍ଟର ଷ୍ଟ୍ରୋକ୍ । ମଙ୍ଗଳବାର ମଧ୍ୟରାତ୍ରରୁ ଦେଶରେ ଏଯାଏ ପ୍ରଚଳିତ ହୋଇଆସୁଥିବା ୫ ଶହ ଓ ୧ହଜାର ଟଙ୍କିଆ ନୋଟକୁ ନିଷିଦ୍ଧ କରିଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ଘୋଷଣା କରି ଦେଶବାସୀଙ୍କୁ ଚକିତ କରିଦେଇଛନ୍ତି । ଭ୍ରଷ୍ଟାଚାର କଳାଧନ ଜାଲ ନୋଟ୍ କାରବାର ଓ ଜାଲ ନୋଟ ଜରିଆରେ ଚାଲିଥିବା ସୀମାପାର ଆତଙ୍କବାଦ ଉପରେ ମୋଦିଙ୍କର ଏହା ଏକ ଅଭିନବ ସର୍ଜିକାଲ ଷ୍ଟ୍ରାଇକ୍ ବୋଲି ଚାରିଆଡେ ଚର୍ଚ୍ଚା । ମୋଦିଙ୍କର ଏହି ଚକମା କଳାଧନ ଜମାଜାରୀଙ୍କ ନିଦ ହଜେଇ ଦେଇଛି । ମୋଦିଙ୍କୁ ଏଥିପାଇଁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି ।

କାଲି ସଂନ୍ଧ୍ୟାରେ ଟେଲିଭିଜନରେ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଥିଲେ । ମଧ୍ୟ ରାତ୍ରିରୁ ୫୦୦ ଓ ୧୦୦୦ଟଙ୍କିଆ ନୋଟ କାଗଜ ସହ ସମାନ ହୋଇଯିବ ବୋଲି କହିଥିଲେ । ତେବେ ଲୋକଙ୍କ ପାଖରେ ଥିବା ୧୦୦ , ୫୦ , ୨୦ , ୫ , ୨ ଟଙ୍କିଆ ନୋଟ୍ ଓ ବିଭିନ୍ନ ପ୍ରକାର କଏନ ସେମିତି ପୂର୍ବଭଳି ବଜାରରେ ଚାଲିବ । ଖୁବ୍ ଶୀଘ୍ର ଆରବିଆଇ ନୂଆ ୫୦୦ଟଙ୍କିଆ ଓ ୨ହଜାର ଟଙ୍କିଆ ନୋଟ ପ୍ରଚଳନ କରିବ । ଲୋକଙ୍କ ପାଖରେ ଥିବା ୫୦୦ ଓ ହଜାର ଟଙ୍କିଆ ନୋଟ୍ ଗୁଡିକୁ ସେମାନେ ବ୍ୟାଙ୍କ୍ ଓ ଡାକ ଘରେ ଡିସେମ୍ବର ୩୦ ସୁଦ୍ଧା ଜମା କରିପାରିବେ ।

ପ୍ରଧାନମନ୍ତ୍ରୀ ନିର୍ଭର ପ୍ରତିଶୃତି ଦେଇ କହିଛନ୍ତି , ଆପଣଙ୍କ ଟଙ୍କା ଆପଣଙ୍କର ହୋଇ ରହିବ । କେହି ଟଙ୍କାଟିଏ ବି ନେଇପାରିବେ ନାହିଁ ।
ଏହା ସହ ଦେଖନ୍ତୁ ଏହି ଭିଡିଓ –