ଭାରତର ପ୍ରଥମ ମହିଳା ଟ୍ରକ ମେକାନିକ ! ସୋସିଆଲ ମିଡିଆରେ ଭାଇରାଲ

43

Inline 2 _ Shanti Devi fixing tyres. Image source bharatmoms_ଯାତ୍ରା ସମୟରେ ଅଚାନକ ଗାଡିର ଟାୟାର ପଙ୍କଚର୍ ହୋଇଗଲେ ମେକାନିକର ଖୋଜା ପଡେ । ଆଉ ଏଥିପାଇଁ ଖୁବ୍ କସରତ କରିବାକୁ ପଡେ । ଆଉ ଏହି ସମୟରେ ଜଣେ ମହିଳା ଗାଡି ଟାୟାର ପଙ୍କଚର ରିପାରିଂ କରିବାକୁ ଆଗେଇ ଆସିଲେ ,ଏହା ନିଶ୍ଚୟ ଆଶ୍ଚର୍ଯ୍ୟର କଥା ହେବ । ହେଲେ ଏହା ସତ ।

ଏ ଖବର ସୋସିଆଲ ମିଡିଆରେ ବି ଖୁବ୍ ଭାଇରାଲ । ଜଣେ ମହିଳା ହେଉଛନ୍ତି ଟ୍ରକ୍ ମେକାନିକ୍ । ସୂଚନା ଅନୁସାରେ ଦିଲ୍ଲୀରେ ରହୁଥିବା ୫୫ ବର୍ଷିୟା ଶାନ୍ତି ଦେବୀ ଭାରତର ପ୍ରଥମ ଟ୍ରକ୍ ମେକାନିକ ଭାବେ ଖୁବ୍ ନାଁ କମେଇଛନ୍ତି । କିଛି ମିନିଟରେ ସେ ଖୁବ୍ ସହଜରେ କରିଦେଇଛନ୍ତି ଟାୟାର ପଙ୍କଚର ରିପାରିଂ କାମ । କେବଳ ଛୋଟ ଗାଡିର ଟାୟାର ନୁହେଁ ବଡ ବଡ ଟ୍ରକର ଟାୟାର ରିପାରିଂ କାମ ବି କରିଦେଉଛନ୍ତି । ଜଣେ ପୁରୁଷ ପାଇଁ ଯାହା କଷ୍ଟକର ମନେହୁଏ ସେ’ଠି ଜଣେ ମହିଳା ଯେ ଏତେ ଏତେ ଓଜନର ଚକାର ମତାମତି କରୁଛନ୍ତି ସମସ୍ତେ ଦେଖି ତାଜୁବ ହେଉଛନ୍ତି । କିନ୍ତୁ ଏହା ଶାନ୍ତି ଦେବୀଙ୍କ ନିତିଦିନିଆ କାମ ପାଲଟିଯାଇଛି । ଦିନକୁ ୧୦ରୁ ୧୫ଟି ଟାୟାରର ପଙ୍କଚର ରିପାରିଂ କରିଥାନ୍ତି । ୫୦ କିଲୋ ଓଜନର ଟାୟାରକୁ ବି ଉଠାଇବାରେ ସକ୍ଷମ ହୁଅନ୍ତି ଶାନ୍ତି ଦେବୀ ।

କିଛି କାମକୁ ଲୋକେ କଠିନ ମନେକରି ମହିଳାଙ୍କ ପକ୍ଷେ ଏହା ସମ୍ଭବ ନୁହେଁ ବୋଲି ମନେକରିଥାନ୍ତି । ହେଲେ ଏଥିରୁ ପୂରା ବ୍ୟତିକ୍ରମ ଏହି ମହିଳା ମେକାନିକ୍ ଶାନ୍ତି ଦେବୀ । ଆଜି ଏପରି ଦୁଃସାହାସିକ କାମ କରି ମହିଳାଙ୍କ ପାଇଁ ଆଦର୍ଶ ପାଲଟିଯାଇଛନ୍ତି ।

ଏହାସହ ଦେଖନ୍ତୁ ଏହି ଭିଡିଓ-