ଗିନିଜ୍ ବୁକରେ ରେକର୍ଡ : ୫୦୦ ସ୍କୁଲ ପିଲାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳିଙ୍କ ପ୍ରଶିକ୍ଷଣ

28

୫୦୦ ସ୍କୁଲ ପିଲାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି ଦେଇଛନ୍ତି ପ୍ରଶିକ୍ଷଣ । ଯାହା ସ୍ଥାନ ପାଇଛି ଗିନିଜ୍ ବୁକ୍ ଅଫ୍ ରେକର୍ଡରେ । ୩୦ ମିନିଟ୍ ଧରି ଚାଲିଥିଲା ବିଶ୍ୱର ସବୁଠୁ ବଡ କ୍ରିକେଟ୍ ପ୍ରଶିକ୍ଷଣ । ସ୍ଥାନ ଥିଲା ଅଷ୍ଟ୍ରେଲିଆର ସିଡିନୀ କ୍ରିକେଟ୍ ଗ୍ରାଉଣ୍ଡ ।

ବିଶ୍ୱର ସୁନାମଧନ୍ୟ କ୍ରିକେଟ୍ କୋଚ୍ ଡାରେନ୍ ଲେହମ୍ୟାନଙ୍କ ତତ୍ୱାବଧାନରେ ଚାଲିଥିଲା ଏହି ଟ୍ରେନିଂ କାର୍ଯ୍ୟକ୍ରମ । ଅଷ୍ଟ୍ରେଲିଆର ଜାତୀୟ ପ୍ଲେୟାର ପିଟର ସିଡଲୀ, ନାଥନ୍ ଲିଓନ୍, ମିଚେଲ୍ ମାସ୍, ପିଟିର ନେଭିଲ୍ ଆଦି ସ୍କୁଲ ପିଲାଙ୍କୁ ଟିପ୍ସ ଦେଇଥିଲେ । ୩୦ ମିନିଟ୍ ଧରି ସମାନ ଆକ୍ଟିଭିଟି ଏକ ସମୟରେ କରାଯାଇଥିଲା ।

ବ୍ୟାଟିଂ, ବୋଲିଂ, ଫିଲ୍ଡିଂ ଟେନିଂ ଦିଆଯାଇଥିଲା । ଗିନିଜ୍ ବୁକ୍ ଅଫ୍ ରେକର୍ଡର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ନୂଆ ପିଢିକୁ କ୍ରିକେଟ୍ ପ୍ରତି ଆକର୍ଷଣ ଓ ରେକର୍ଡ ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆରେ ଏପରି କୋଚିଂ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।