ମହାରାଷ୍ଟ୍ର : ଜନ୍ମର ୬ମିନିଟ୍ ଭିତରେ ନବଜାତକର ହେଲା ଆଧାର କାର୍ଡ !

50

ମହାରାଷ୍ଟ୍ରର ଉସ୍ମାନାବାଦ ଜିଲ୍ଲାରେ ସାମାଜିକ ଜାଗରଣର ଏକ ଝଲକ ଦେଖିବାକୁ ମିଳିଛି । ଏଠାରେ ଜଣେ ଶିଶୁକନ୍ୟାର ଜନ୍ମର ୬NBT-imageମିନିଟ୍ ପରେ ଏହାର ପରିଚୟ ପତ୍ର ଉପହାର ସ୍ୱରୂପ ଦିଆଯାଇଛି । କେବଳ ୬ ମିନିଟରେ ଆଧାର ପଂଜିକରଣର ଅଂଶ ସାଜିଥିବା ଏହି ଶିଶୁକନ୍ୟାର ନାମ ଭାବନା ସନ୍ତୋଷ ଯାଦବ । ଏହି ଶିଶୁକନ୍ୟାର  ଜନ୍ମ ରବିବାର ଦିନ ହୋଇଛି ।

ଜନ୍ମର କିଛି ମିନିଟ୍ ପରେ ଭାବନାର ମାତାପିତା ତା’ର ଆଧାର ପଂଜିକରଣ କରିଛନ୍ତି । ଏହି ବିଷୟରେ ସୂଚନା ଦେଇ ଜିଲ୍ଲାର କଲେକ୍ଟର ରାଧାକୃଷ୍ଣ ଗାମେ କହିଛନ୍ତି , ଶିଶୁର ଜନ୍ମ ୧୨.୦୩ମିନିଟରେ ହୋଇଥିଲା ଏବଂ ୧୨.୦୯ମିନିଟରେ ଶିଶୁକନ୍ୟାର ମାତାପିତା ଅନଲାଇନରେ ଏହାର ଜନ୍ମ ପ୍ରମାଣ ପତ୍ର ଏବଂ ଆଧାର କାର୍ଡ ପଂଜିକରଣ କରିନେଇଥିଲେ ।

60817004ନବଜାତକ ବିଷୟରେ ସୂଚନା ଦେବାକୁ ଯାଇ ଡାକ୍ତରଖାନାର ଚିକିତ୍ସକ ଏକନାଥ ମାଲେ କହିଛନ୍ତି ଶିଶୁକନ୍ୟା ପୁରା ସୁସ୍ଥ ଅଛି । ସେ ଏହାବି ଦାବୀ କରିଛନ୍ତି ଉସ୍ମାନାବାଦର ଜିଲ୍ଲା ମହିଳା ଚିକିତ୍ସାଳୟ ରେ ଗତ ଏକ ବର୍ଷରେ ଜନ୍ମ ନେଇଥିବା ପାଖାପାକି ୧୩୦୦ ଶିଶୁଙ୍କ ଆଧାର କାର୍ଡ ତିଆରି ହୋଇଛି । ଏବେ ୬ମିନିଟ୍ ପରେ ଶିଶୁକନ୍ୟାର ଆଧାର କାର୍ଡକୁ ନେଇ ଖବର ପ୍ରକାଶ ପରେ ଚାରିଆଡେ ଚର୍ଚ୍ଚା । ଆଉ ଏହା ମଧ୍ୟ ଅନ୍ୟପିତାମାତାଙ୍କ ପାଇଁ ଏକ ପ୍ରେରଣା ଭଳି କାମ କରିଛି ।

(ସୌଜନ୍ୟ- ନବଭାରତ ଟାଇମ୍ସ)