ଦଳ ଓ ଲୋକଙ୍କ ଉପରେ ନିର୍ଭର କରୁଛି କେଉଁଠାରେ ଲଢିବି ନିର୍ବାଚନ : ବୈଜୟନ୍ତ ପଣ୍ଡା

20

vlcsnap-2017-09-24-19h47m47s169କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାର ସେବା କରିବାର ସୁଯୋଗ ପାଇଲେ ଖୁସି ହେବି ବୋଲି ବୈଜୟନ୍ତ ଗତକାଲି ସମ୍ବଲପୁରରେ କହିବା ପରେ କେନ୍ଦ୍ରାପଡ଼ା ଛାଡ଼ି ବୈଜୟନ୍ତ ସମ୍ବଲପୁର କିମ୍ବା ବରଗଡ଼ରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଆଉ ଏହି ଚର୍ଚ୍ଚା ପରେ ଆଜି ପୁଣି ପ୍ରତିକ୍ରିୟା ରଖିଛନ୍ତି ବୈଜୟନ୍ତ । କହିଛନ୍ତି, ସେ କେଉଁଠାରୁ ନିର୍ବାଚନ ଲଢ଼ିବେ ତାହା ଦଳ ଓ ଲୋକଙ୍କ ଉପରେ ନିର୍ଭର କରେ । ଏଥିସହ ବୈଜୟନ୍ତ କହିଛନ୍ତି, ଓଡିଶାର ସବୁ ଜିଲ୍ଲାର ବିକାଶ କଥା ସେ ଚିନ୍ତା କରୁଛନ୍ତି ।

ବିଜୁ ଜନତା ଦଳରେ କୋଣଠେସା ହୋଇ ମୋଦି ଓ ବିଜେପିର ନିକଟତର ହେଉଥିବା ନେଇ ଚର୍ଚ୍ଚା ଭିତରେ ଶନିବାର ସମ୍ବଲପୁରରେ ବୈଜୟନ୍ତଙ୍କ ଏହି ବାଇଟ୍ ପୁଣି ଥରେ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି । ନିର୍ବାଚନୀ ରାଜନୀତିରେ ସେବା କରିବାର ଅର୍ଥ କ’ଣ ତାହା ସମସ୍ତେ ଜାଣନ୍ତି । ତାହା ହେଉଛି- ନିର୍ବାଚନରେ ଲଢ଼ି ବିଜୟୀ ହୋଇ ସେହି ଅଂଚଳ ପାଇଁ କାମ କରିବା ବା ସେମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିବା । ଯେଉଁଥିରେ ନିର୍ବାଚନ ହିଁ ମୂଳ କଥା ।

Screen shot 2017-09-24 at 7.50.33 PMଏହି ବୟାନ ନେଇ ଚର୍ଚ୍ଚା ଜୋର ଧରିବା ପରେ ବୈଜୟନ୍ତ ରବିବାର ଟ୍ୱିଟ୍ ଯୋଗେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି- ସେ କେଉଁଠାରୁ ନିର୍ବାଚନ ଲଢ଼ିବେ ତାହା ଦଳ ଓ ଲୋକଙ୍କ ଉପରେ ନିର୍ଭର କରେ । କିନ୍ତୁ ତା ଭିତରେ ଆଉ ଗୋଟିଏ ବଡ଼ ଚର୍ଚ୍ଚା ହେଉଛି- ବୈଜୟନ୍ତ ବିଜେଡିରେ ରହିବେ ନା ବିଜେପିକୁ ଯିବେ? ଏହି ଚର୍ଚ୍ଚା ବି ଅମୂଳକ ନୁହେଁ । କାରଣ ଦଳ ଭିତରେ ସେ କୋଣଠେସା ହୋଇଥିବା କାହାକୁ ଅଜଣା ନାହିଁ । କେନ୍ଦ୍ରାପଡ଼ାରେ ଦଳ ଭିତରୁ ବିରୋଧ ସହ ତୃତୀୟ ମହଲାର କ୍ଷମତାଶାଳୀ ଅଫିସରଙ୍କୁ ସମାଲୋଚନା କରି ବୈଜୟନ୍ତ ଟାର୍ଗେଟରେ ଅଛନ୍ତି ।

ପ୍ରଶ୍ନ ଉଠୁଛି- କେନ୍ଦ୍ରାପଡ଼ାରେ ଦଳୀୟ ନେତାଙ୍କ ବିରୋଧ ପାଇଁ ନିର୍ବାଚନମଣ୍ଡଳୀ ପରିବର୍ତନ କରିବାକୁ ଚାହୁଁଛନ୍ତି କି ସାଂସଦ? ସୁପ୍ରିମୋ ନବୀନ ପଟ୍ଟନାୟକ ବୈଜୟନ୍ତଙ୍କୁ ପଶ୍ଚିମଓଡ଼ିଶାରେ ଟିକେଟ ଦେଇପାରନ୍ତି କି? ନା ପଶ୍ଚିମଓଡ଼ିଶାରେ ବିଜେପିର ସମ୍ଭାବନା ବଢ଼ୁଥିବାରୁ ବୈଜୟନ୍ତ ବିଜେପି ଯିବାକୁ ଚାହୁଁଛନ୍ତି?