ଅଜବ ଘଟଣା : ପୁଅର ହେୟାର ଷ୍ଟାଇଲ ପାଇଁ ବାପା ହରେଇଲେ ଚାକିରି

35

5ଲଣ୍ଡନ : ପୁଅର ନୂଆ ହେୟାର ଷ୍ଟାଇଲ ପାଇଁ ବାପାଙ୍କର ବାପାଙ୍କର ଚାକିରି ଯାଇଛି । କଥାଟା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ । ହେଲେ ଏକଥା ସତ । ଲଣ୍ଡନରେ ବାସକରୁଥିବା କ୍ରେଗ୍ ଇମାନୁଅଲ ନାମକ ଜଣେ ବ୍ୟକ୍ତି ତାଙ୍କ ପୁଅର କେଶକୁ ଭିନ୍ନ ଷ୍ଟାଇଲରେ ନିକଟସ୍ଥ ଏକ ସେଲୁନ୍ ରେ କଟାଇଥିଲେ । ଯାହାର ପ୍ରତିବଦଳରେ ସେ ତାଙ୍କୁ ନିଜ ବୃତ୍ତିକୁ ଛାଡିବାକୁ ପଡିଥିଲା । ଦୈନିକ ଜାଗରଣରେ ପ୍ରକାଶିତ ଏହି ଖବର ଏବେ ଚର୍ଚ୍ଚାରେ ।

ସୂଚନା ଅନୁସାରେ , କ୍ରେଗ୍ ନିଜ ପୁଅର ନୂଆ ହେୟାର ଷ୍ଟାଇଲ କରି ବିଦ୍ୟାଳୟକୁ ଛାଡିଥିଲେ କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କ ପୁଅ ମୈକନଜୀଙ୍କ ଏଭଳି କେଶ କଟାକୁ ବିରୋଧ କରିଥିଲେ ଏଥିସହ ଏପରି ହେୟାର ଷ୍ଟାଇଲ ଦ୍ୱାରା ଅନ୍ୟ ପିଲାଙ୍କ ଉପରେ ଏହାର ପ୍ରଭାବ ପଡିବ ବୋଲି ବାରଣ କରି ତାକୁ ବିଦ୍ୟାଳୟରୁ ତଡି କରିଦେଇଥିଲେ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଟିର ଅବିଭାବକଙ୍କୁ କହିଥିଲେ ଯେ, ଯେ ପର୍ଯ୍ୟନ୍ତ ମୈକେନଜୀଙ୍କ କେଶ ପୂର୍ବ ପରି ନ ହୋଇ ଯାଇଛି ସେପର୍ଯ୍ୟନ୍ତ ସେ ବିଦ୍ୟାଳୟକୁ ଆସିପାରିବ ନାହିଁ ।

ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ ଉଭୟ ବାପା-ମାଆ ପିଲାଟିର ଯତ୍ନ ରଖିବା ପାଇଁ ଘରେ ରହିବାକୁ ପଡିଛି ଆଉ ଯେଉଁଥି ପାଇଁ ପିତା କ୍ରେଗ ଚାକିରି ଛାଡି ଘରେ ରହିବାକୁ ବାଧ୍ୟ ହୋଇଛନ୍ତି ।