ଏଟିଏମରୁ ବାହାରୁଛି ନକଲି ୨ହଜାର ଟଙ୍କିଆ ନୋଟ୍ ! ଏହାକୁ ନେଇ ଚର୍ଚ୍ଚା

41

ରାଜଧାନୀ ଦିଲ୍ଲୀରେ ଏବେ ନକଲି ୨ହଜାର ଟଙ୍କିଆ ନୋଟକୁ ନେଇ ଚର୍ଚ୍ଚା । ଦିଲ୍ଲୀର ସଙ୍ଗମ ବିହାରର ରୋହିତଙ୍କ ସହ ଘଟିଛି ଏମିତି ଏକ ଘଟଣା । ସେ ଏସବିଆଇର ଏକ ଏଟିଏମରୁ ୮ହଜାର ଟଙ୍କା ଉଠାଇବାକୁ ଯାଇଥିଲେ । ଏଟିଏମ୍ ମେସିନରୁ ୨-୨ ହଜାଉରର ୪ଟି ନୋଟ୍ ବାହାରିଲା । ଏହି ନୋଟକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ରୋହିତ । ୪ଟି ଯାକ ନୋଟ୍ ଥିଲା ନକଲି ।

ଏହି ମାମଲାର ସୂଚନା ପୁଲିସକୁ ଦେଲାପରେ ,ସଙ୍ଗମ ବିହାର ଥାନାର ଏସଆଇ ଓ ହାବିଲଦାର ଘଟଣା ସ୍ଥଳୀରେ ପହଁଚିଥିଲେ । ଯାଂଚ ପାଇଁ ଏସଆଇ ନିଜ ଏଟିଏମ କାର୍ଡରୁ ୨ହଜାର ଟଙ୍କା ବାହାର କଲେ । ଫଳ ସେୟା ହିଁ ହେଲା । ଏଟିଏମରୁ ବାହାରିଲା ନକଲି ନୋଟ୍ । ଏହାପରେ ପୁଲିସ ଏହି ମାମଲାର ଯାଂଚ କାର୍ଯ୍ୟ ଚଳାଇଛି ।
ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ –

ଏହାସହ ମଧ୍ୟ ପଢନ୍ତୁ – ପ୍ରତି ଘଣ୍ଟାରେ ସ୍ନାନ କରନ୍ତି ଏ ଝିଅ ! ନୁହେଁତ ସାପ ଭଳି ହୋଇଯାଉଛି ଚେହେରା