ମାଆର ମମତାରେ ବନ୍ଧା ଛୁଆ : ମୃତ୍ୟୁ ପରେ ବି କୋଳ ଛାଡୁନି କୁନି ହାତୀ, ଦେଖନ୍ତୁ ହୃଦୟ ବିଦାରକ ଦୃଶ୍ୟ

48

3ଜୀବନର ପ୍ରଥମ ସୃଷ୍ଟି ମା ଗର୍ଭରେ । ଜୀବନର ପ୍ରଥମ ସ୍ପର୍ଶ ମା କୋଳରେ । ମା ବିନା ଜୀବନ ଅର୍ଥ ହୀନ  । ଅନେକ ସମୟରେ ଏହି କଥାକୁ ମଣିଷ ବୁଝି ପାରୁନଥିବା ଦେଖିବାକୁ ମିଳେ । କିନ୍ତୁ ଏହି କଅଁଳିଆ ହାତୀ ଛୁଆଟା ମା’ର ମମତାକୁ ଠିକ୍ ବୁଝି ପାରିଛି ।

2ମା ହାତୀଟି ମରିଗଲା ପରେ କୁନି ହାତୀଟି ମା’ର ମୃତ ଦେହ ଉପରେ ମୁଣ୍ଡ ଗଡାଉଛି । ସତେ ଯେମିତି ଛୁଆ ହାତୀଟି ମାଆ ହାତୀର ମରିବା କଥାକୁ ବିଶ୍ୱାସ କରିପାରୁନି । ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିବା ପାଇଁ ଘଟଣାସ୍ଥଳରେ ଶହ ଶହ ଲୋକ ଜମା ହୋଇଥିଲେ । ମା’ ହାତୀଟିର ମୃତଦେହକୁ ସେଠାରୁ ନିଆଯାଉଥିବା ବେଳେ କୁନି ହାତୀ ଛୁଆଟି ଲାଗୁଛି ଯେମିତି ନେବା ପାଇଁ ବାରଣ କରୁଛି । ମଣିଷ ପରି ବି ପଶୁଟିଏ ତାର ନିଜର ଲୋକକୁ ହରାଇଲେ କେତେ ଦୁଃଖରେ ଭାଙ୍ଗିପଡେ । ଏହି ଦୃଶ୍ୟ ସେଠାରେ ଦେଖିବାକୁ ମିଳିଛି ।

ଏହି ଘଟଣା ଘଟିଛି ଆସାମ ଗୁଆହାଟୀର ସୋନିପତରେ । ମା ହାତୀଟି କୋ÷ଣସି କାରଣରୁ ଏକ ଖାଲରେ ଖସି ପଡି ପ୍ରାଣ ହରାଇଛି । ପାଖରେ ପଡିଯାଇଥିଲା ଛୁଆ ହାତୀ । ଏହି ଖବର ପାଇବା ପରେ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳାରେ ପହଁଚି ହାତୀ ଛୁଆକୁ ଉଦ୍ଧାର କରିଥିଲେ ।

ଏହାସହ ଦେଖନ୍ତୁ ଏହି ଭିଡିଓ –