ସ୍ତ୍ରୀ ପୁତ୍ର ସନ୍ତାନ ଜନ୍ମ ନକରିବା ହେଲା ଦୋଷ : ଦେଖନ୍ତୁ ଜଣେ ଓକିଲଙ୍କ ନିଜ ପତ୍ନୀଙ୍କୁ ଅତ୍ୟାଚାରର କାହାଣୀ

45

2ସମାଜରେ ଦୋଷୀ ଓ ଅପରାଧରେ ଜଡିତ ଲୋକଙ୍କ ଦୋଷର ରହସ୍ୟକୁ ଭେଦ କରି ନ୍ୟାୟ ପଥ ଦେଖାନ୍ତି ଓକିଲ । ହେଲେ ସେହି ଓକିଲ ନିଜେ ଯଦି ଅଜ୍ଞ ଓ ଅମାନୁଷିକ କାମ କରିଦୋଷୀ ହୁଅନ୍ତି ? ଏମିତି ଏକ ଦୋଷୀ ଓକିଲର ଖବର ପ୍ରକାଶ ପାଇଛି ଏନଡିଟିଭି ନ୍ୟୁଜରେ । ଦିଲ୍ଲୀ ହାଇକୋର୍ଟର ଜଣେ ଓକିଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ନିଜ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ଖୁବ୍ ମାଡ ମାରିବାର ଭିଡିଓ ପୁଲିସ ହାତରେ ଲାଗିଛି । ମାଡ ମାରିବାର ଭିଡିଓକୁ ଓକିଲଙ୍କ ଜଣେ ଝିଅ ମୋବାଇଲରେ ରେକର୍ଡ କରି ପୁଲିସଙ୍କୁ ଦେଇଛନ୍ତି । ଭିଡିଓରେ ଓକିଲ ନିଜ ପତ୍ନୀଙ୍କୁ ଅଶ୍ଳିଳ ଭାଷାରେ ଗାଳି କରିବା ସହ ମାଡ ମାରିବାର ଦୃଶ୍ୟ କଏଦ ହୋଇଛି ।

3ଏକ ମିନିଟର ଏହି ଭିଡିଓରେ ଦେଖିବାକୁ ମିଳିଛି ଓକିଲଙ୍କର ନିର୍ଯ୍ୟାତନା ଦେବାର ଦୃଶ୍ୟ । ଓକିଲ ନିଜ ଝିଅକୁ ଖୁବ୍ ଜୋରରେ ମାରୁଛନ୍ତି ଏବଂ ଯେତେବେଳେ ସେ ତଳେ ପଡିଯାଉଛନ୍ତି ,ପୁଣି ଘୋଷାଡି ଘୋଷାଡି ପିଟିବା ଜାରି ରଖୁଛନ୍ତି ।

ଓକିଲ ଏମିତି କାହିଁକି କରୁଛନ୍ତି ? 

ସ୍ତ୍ରୀ କୈାଣସି ପୁତ୍ର ସନ୍ତାନ ଜନ୍ମ ନଦେଇଥିବାରୁ ଓକିଲଙ୍କ ଏପରି ବିଭତ୍ସ କାଣ୍ଡ । ଏହି ପରିବାର ଦିଲ୍ଲୀର ପାଖ ଅଂଚଳ ବସନ୍ତ କୁଂଜରେ ରହନ୍ତି । ଓକିଲଙ୍କ ପତ୍ନୀ ଆରୋପ ଲଗେଇଛନ୍ତି ଯେ ବିବାହର ୧୫ ବର୍ଷ ହେଲା ସେ ଏମିତି ନିର୍ଯ୍ୟାତିତ ହୋଇଆସୁଛନ୍ତି । ଓକିଲ ଏମିତି ଆଖି ବୁଜା ମାଡ ଦେଉଛନ୍ତି ନିଜ ସ୍ତ୍ରୀଙ୍କୁ ଏବଂ ନିଜ ଝିଅଙ୍କୁ ବି ଛାଡି ନାହାଁନ୍ତି ।

ଆଉ ଏବେ ନିଜ ଓକିଲ ବାପାର ଅତ୍ୟାଚାରର କାହାଣୀକୁ ନିଜ ମୋବାଇଲରେ କଏଦ କରି ପୁଲିସକୁ ଦେଇଛନ୍ତି ଓକିଲଙ୍କ ଦ୍ୱିତୀୟ ଝିଅ । ଏହି ଭିଡିଓରେ ଓକିଲଙ୍କର ଏ କାରନାମା ଏବେ ଚର୍ଚ୍ଚାରେ ।

ଦେଖନ୍ତୁ ଏହି ଭିଡିଓ-