କାଫେରେ ଅଶ୍ଳୀଳ ଭିଡିଓ ଦେଖୁଛନ୍ତି ସ୍କୁଲ ପିଲା ! ୪୭ ନାବାଳକଙ୍କୁ ଧରିଲା ପୁଲିସ

80

6ଇଂଟରନେଟ କାଫେରେ ଅଶ୍ଳୀଳ ଭିଡିଓ ଦେଖିବା ପଡିଲା ମହଙ୍ଗା । ୪୭ ଜଣ ନାବାଳକଙ୍କୁ ଅଶ୍ଳୀଳ ଭିଡିଓ ଦେଖିବା ବେଳେ ଗିରଫ କରିଛି ହାଇଦ୍ରାବାଦ ପୁଲିସ୍ । ଏମାନଙ୍କର ବୟସ ୧୨ ରୁ ୧୬ ବର୍ଷ ମଧ୍ୟରେ । ଏବେ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ।

ଏବେ ଅନେକ ଇଂଟରନେଟ କାଫେରେ ଖୁଲମଖୁଲା ଚାଲିଛି ଅଶ୍ଳୀଳ ଭିଡିଓ ଦେଖା । ଆଉ ଏହାର ଖୁବ୍ ଫାଇଦା ନେଉଛନ୍ତି ସ୍କୁଲ ପିଲାମାନେ । ପାଠପଢାର ପ୍ରୋଜେକ୍ଟ କରିବା ନାଁରେ କାଫେରେ ବସି ଦେଖୁଛନ୍ତି ପର୍ଣ୍ଣ ଛବି ଓ ଭିଡିଓ । ହାଇଦ୍ରାବାଦର ଏକ କାଫେରେ ଅନେକ ଛୋଟ ଛୋଟ ପିଲା ଓ ସେଂଟର ମାଲିକକୁ ଗିରଫ କରିଛି ପୁଲିସ ଏବଂ ମିଡିଆ ଆଗରେ ମଧ୍ୟ ସେମାନଙ୍କୁ ଚଲେଇଛି ।

ପୁଲିସ ଇଂଟରନେଟ ସେଂଟରଗୁଡିକୁ ଦୋଷ ଦେଇଛି । ସେମାନେ ନିୟମ ଉଲଂଘନ କରୁଛନ୍ତି । ସେଂଟରରେ କୈାଣସି ସିସିଟିଭି ଲଗାଉନାହାଁନ୍ତି ଏବଂ ରେଜିଷ୍ଟରରେ ମଧ୍ୟ ଇଂଟରନେଟ ୟୁଜରଙ୍କ ନାଁ ଓ ବୟସ ଲେଖୁନାହାଁନ୍ତି । ଅର୍ଥ ଲାଳସାରେ ସେମାନେ ଚଳାଉଛନ୍ତି ଏପରି ଧନ୍ଦା ।

ପୁଲିସର ସୂଚନା ଅନୁସାରେ ଗିରଫ ପିଲାମାନଙ୍କ ପିତାମାତା କହୁଛନ୍ତି ଯେ ସେମାନଙ୍କ ପିଲା ସ୍କୁଲ ପ୍ରିଟେଷ୍ଟର ପ୍ରୋଜେକ୍ଟ ୱର୍କ ପାଇଁ ଇଂଟରନେଟ କାଫେକୁ ଯାଉଛନ୍ତି । ଗତ ମଙ୍ଗଳବାର ରାତିରେ ପୁଲିସର ଏକ ସ୍ପେଶାଲ ଟିମ୍ ସାଉଥ ଜୋନର ୯୨ଟି ଇଂଟରନେଟ ସେଂଟର ଉପରେ ଚଢାଉ କରିଥିଲେ । ଆଉ ଏତେ ସଂଖ୍ୟକ ୧୨-୧୬ ବୟସର ପିଲାଙ୍କୁ ଧରିଥିଲେ ।