ଇନଷ୍ଟାଗ୍ରାମରେ ଫଟୋ ଛାଡି ରୋଜଗାର ୫ଲକ୍ଷ ଟଙ୍କା ! ଚର୍ଚ୍ଚାରେ ଏହି ଦମ୍ପତ୍ତି

37

photo--ଦୁନିଆରେ ଏମିତି ଲୋକ ଅଛନ୍ତି କୈାଣସି ଚାକିରୀ ନକରି ବି ସହଜରେ ଅର୍ଥ ଉପାର୍ଜନ କରିଥାନ୍ତି । ସେମାନଙ୍କ ଦକ୍ଷତା ଓ ଧୀଶକ୍ତି ଦ୍ୱାରା ହିଁ ଏପରି କରିପାରିଥାନ୍ତି । ଏମିତି ଦୁଇ ଦଂପତ୍ତି ଅଛନ୍ତି ,ଯିଏ କୈାଣସି କାମ ନକରି ବି ଲକ୍ଷ ଲକ୍ଷ ଟଙ୍କା କମାଇପାରୁଛନ୍ତି । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ନିଜ ଫଟୋ ଦ୍ୱାରା ସେମାନେ ଏହି ରକମର ଅର୍ଥ ଉପାର୍ଜନ କରିଥାନ୍ତି ।

ପ୍ରକାଶିତ ସୂଚନା ଅନୁସାରେ, ଏହି ଦଂପତ୍ତି ବିଶ୍ୱସାରା ବୁଲିଥାନ୍ତି । ଆଉ ସେହି ସ୍ଥାନର ଫଟୋ ଉଠାଇ ନିଜ ଇନଷ୍ଟାଗ୍ରାମରେ ଛାଡିଥାନ୍ତି ଏବଂ ଏହି ଚମତ୍କାର ଫଟୋକୁ ଦେଖି ଲୋକେ ଖୁବ୍ ଆକର୍ଷିତ ହୁଅନ୍ତି । ଏଭଳି ଭାବେ ସେମାନେ ଏହି ଫଟୋକୁ ପ୍ରମୋଟ କରିଥାନ୍ତି । ଫଳରେ ଏହି ଦଂପତ୍ତି ଫଟୋର ବ୍ରାଣ୍ଡ ବା ସ୍ଥାନର ମାଲିକଙ୍କ ଠାରୁ ମୋଟ ଅଙ୍କର ଅର୍ଥ ପାଇଥାନ୍ତି । ଏହି ଦଂପତ୍ତିଙ୍କ କହିବାନୁସାରେ , ଏକ ଫୋନ କଂପାନୀ ତାଙ୍କୁ ୩ଦିନ ଭିତରେ ୫ଟି ଫଟୋ ଅପଲୋଡ ପାଇଁ ୨୨ଲକ୍ଷ ଟଙ୍କା ଦେଇଥିଲେ ।

ନିଜର ଏହି ଫଟୋ ପାଇଁ କିଛି ପୂର୍ବ ପ୍ରସ୍ତୁତି କରିଥାନ୍ତି ବୋଲି ଏହି ଦଂପତ୍ତି କୁହନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଇନଷ୍ଟାଗ୍ରାମରେ ଏମାନଙ୍କର ଫଲୋୟର୍ସ ସଂଖ୍ୟା ୩୦ ଲକ୍ଷରୁ ଅଧିକ ।