ଭୟଙ୍କର ତଥା କଦର୍ଯ୍ୟ ନିୟମ ! ସାଉଦି ଆରବରେ ଦୁଷ୍କର୍ମର ଶିକାର ମହିଳାଙ୍କୁ ମିଳେ ଦଣ୍ଡ

36

ଦୁନିଆରେ ଏମିତି ଅନେକ ଦେଶ ଅଛି ଯେଉଁଠି ଏବେ ବି ମହିଳା ମାନେ ବହୁତ କଦର୍ଯ୍ୟ ତଥା ଦୟନୀୟ ଅବସ୍ଥାରେ ଗତି କରୁଛନ୍ତି । ଏମିତି ଦେଶ ମାନଙ୍କ ମଧ୍ୟରୁ ଏକ ଦେଶ ହେଲା ସାଉଦି ଆରବ । ଏହି ଦେଶରେ ମହିଳାଙ୍କୁ କୌଣସି ସାଧାରଣ ତଥା ଜରୁରୀ ସୁବିଧା ମଧ୍ୟ ମିଳେ ନାହିଁ । ଏହି କଥା ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ପରେ ଏବେ ଲୋକଲୋଚନକୁ ଆସିଛି । ଏମିତି ଏକ ଖବର ପ୍ରକାଶ ପାଇଛି ଆଜତକରେ ।

ଘଟଣା ସେବେ ସାମ୍ନାକୁ ଆସିଲା ଯେବେ ସେଠାରେ ମହିଳାଙ୍କ ଅଧିକାର ପାଇଁ ମହିଳା ପରିଷଦ ଗଠନ କରାଗଲା । କିନ୍ତୁ ମହିଳା ପରିଷଦ ଗଠନ ପରେ ମଧ୍ୟ ମହିଳାଙ୍କୁ କୌଣସିି ସଭାରେ ବସିବା ପାଇଁ ଅନୁମତି ମିଳିଲା ନାହିଁ । ଆପଣ ଏ କଥାରୁ ଜାଣି ପାରୁଥିବେ ସେଠାରେ ମହିଳାଙ୍କ ଅବସ୍ଥା କିପରି ଥିବ । ସେମାନେ ଏକାକୀ ଘରୁ ବାହାରି ପାରିବେ ନାହିଁ । ଜାଣନ୍ତୁ କ’ଣ କ’ଣ ରହିଛ ସେଠାରେ ନିୟମ, ଯାହା ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ ।

୧.ଏଠାରେ ଦୁଇ ଜଣ ପୁରୁଷ ସାକ୍ଷୀ ଦେବା ପରେ ଯାଇ ଜଣେ ମହିଳା କୌଣସି ସମ୍ପତ୍ତି କଣିି ପାରିବେ । ଏଠାରେ ପୁରୁଷଙ୍କ ସାକ୍ଷୀ ବିନା ମହିଳାଙ୍କୁ ଚିହ୍ନିବା କଷ୍ଟ । ଦୁଇ ଜଣ ପୁରୁଷଙ୍କ ସାକ୍ଷୀ ପରେ ଯାଇକି ମହିଳାଙ୍କ ବିଶ୍ୱସନୀୟତା ସାବ୍ୟସ୍ତ ହୋଇଥାଏ ।

୨. ଏଠାରେ ମହିଳାମାନେ କୌଣସି ପ୍ରକାର ଖେଳରେ ଭାଗ ନିଅନ୍ତି ନାହିଁ । ଯଦି ଏମିତି କିଛି କରନ୍ତି ମହିଳା ତେବେ ତାଙ୍କୁ ଲୋକଙ୍କ ରୋଷର ଶିକାର ହେବାକୁ ପଡେ । ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ୨୦୧୨ରେ ଅଲିମ୍ପିକରେ ପ୍ରଥମ ଥର ପାଇଁ ଜଣେ ସାଉଦୀ ମହିଳା ଭାଗ ନେଇଥିଲେ । କିନ୍ତୁ ଏନେଇ ଦେଶରେ ଗର୍ବ କରିବା ପରିବର୍ତ୍ତେ ଉକ୍ତ ମହିଳା ଖେଳାଳିଙ୍କୁ ବହୁତ ବିରୋଧ ହୋଇଥିଲା ।

୩. ଦୁଷ୍କର୍ମକାରୀଙ୍କୁ ଏଠାରେ ଶକ୍ତ ଦଣ୍ଡ ବିଧାନ ରହିଛି ବୋଲି କୁହାଯାଏ । କିନ୍ତୁ ସତ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ଏଠାରେ ଦୁଷ୍କର୍ମ ଏକ ସାଧାରଣ କଥା । ଏହି ଦେଶରେ ପତ୍ନୀର ବିନା ଅନୁମତିରେ ଜୋର ଜବରଦସ୍ତ ଶାରୀରିକ ସମ୍ମନ୍ଧକୁ ଦୁଷ୍କର୍ମ କୁହାଯାଏ ନାହିଁ । କେବଳ ଏତିକି ନୁହଁ ଅନ୍ୟ ଦୁଷ୍କର୍ମ ମାମଲାରେ ୪ ଜଣ ସାକ୍ଷୀ ପ୍ରଦାନ ନକଲେ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ ନାହିଁ ।

ଏଣୁ ଏହି ଦେଶରେ ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବା ବହୁତ କଷ୍ଟ । କିଛି ମାମଲାରେ ଏପରି ମଧ୍ୟ ହୋଇଛି ଯଦି ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି ଏବଂ ସେ ସେହି ସମୟରେ ଏକୁଟିଆ ଅଛନ୍ତିି ଏବଂ ତାଙ୍କର କେହି ପୁରୁଷ ଅଭିଭାବକ ନାହାନ୍ତିି ତେବ ଏପରିସ୍ଥଳେ ଦଣ୍ଡବିଧାନ ହୁଏ ପୀଡିତାଙ୍କୁ ।

୪.ସାଇଦୀ ଆରବରେ ପ୍ରତ୍ୟେକ ମହିଳାଙ୍କର ପୁରୁଷ ଅଭିଭାବକ ରହିବା ନିହାତି ଜରୁରୀ ।

୫.ଏସବୁ ଅସୁବିଧା ସତ୍ୱେ ଏହି ଦେଶରେ ମହିଳା ମାନେ ଶିକ୍ଷାକ୍ଷେତ୍ରରେ ପୁରୁଷଙ୍କ ଠାରୁ ଅନେକ ଆଗରେ । କିନ୍ତୁ ଚାକିରୀ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ଖମବ କମ ବହୁତ କମ୍ ।

୬. ଦେଶର ନିୟମ ଅନୁସାରେ ମହିଳା ମାନେ ଏକା ଭ୍ରମଣ କରିପାରନ୍ତି ନାହିଁ । ତାଙ୍କ ସହ କେହି ନା କେହି ପୁୁରୁଷ ରହିବା ଦରକାର ।