ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ : ପୁରୁଷ ପେଟରୁ ବାହାରିଲା ଭ୍ରୁଣ

52

55କନକ ବ୍ୟୁରୋ : ଜଣେ ପୁରୁଷର ପେଟରୁ ବହାରିଲା ଭ୍ରୁଣ । ଅବିଶ୍ୱାସ ଲାଗୁଥିଲେବି ଘଟଣାଟି ସତ୍ୟ । ଭୁବନେଶ୍ୱର ଏମ୍ସର ଡାକ୍ତରମାନଙ୍କ ଏହି ବିରଳ ଅସ୍ତ୍ରୋପଚାରକୁ ସଫଳ ଭାବେ ସଂପୂର୍ଣ୍ଣ କରିଛନ୍ତି । ବିରଳ ଘଟଣାକ୍ରମରେ ଯଦି ମା ପେଟରେ ଯାଆଁଳା ଭ୍ରୁଣ ରହିଯାନ୍ତି, ଯମଜ ସନ୍ତାନ ଜନ୍ମ ହୋଇଥାନ୍ତି । କିନ୍ତୁ କୌଣସି ସମୟରେ ଗୋଟିଏ ଭ୍ରୁଣରେ ଅନ୍ୟ ଏକ ଭ୍ରୁଣ ରହିଯାଇଥାଏ । ଡାକ୍ତରୀ ବିଜ୍ଞାନରେ ଏହାକୁ ‘ଫିଟ୍ସ ଫିଟୁ’ କୁହାଯାଏ । ଏଭଳି ଘଟଣା ଉନବିଂଶ ଶତାଦ୍ଧୀରେ ପ୍ରଥମଥର ପାଇଁ ଦେଖାଯାଇଥିଲା । ବର୍ତମାନ ସୁଦ୍ଧା ସମଗ୍ର ପୃଥିବୀରେ ଏଭଳି ମାତ୍ର ୧୦୦ଟି ଘଟଣା ଦେଖିବାକୁ ମିଳିଛି ।

99ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳର ଜଣେ ୨୧ ବର୍ଷୀୟ ଯୁବକର ତଳିପେଟରେ ଥିବା ପେଲଭିସରେ ଏହି ଭ୍ରୁଣ ରହିଥିଲା । ବୟସ ବଢିବାସହ ଭ୍ରୁଣ ବଡ ହେବାର ସୁଯୋଗ ପାଇ ନଥିଲେବି ସେଥିରେ ଚର୍ମ ଓ ଲୋମ ସୃଷ୍ଟି ହେବାରୁ ଯୁବକ ଜଣକ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ସେ ଏକ ଘରୋଇ ହସପିଟାଲରେ ଅସ୍ତ୍ରପଚାର କରିଥିଲେ । ସମସ୍ୟାର ସମାଧାନ ନହେବାରୁ ସେ ଏମ୍ସ ଆସିଥିଲେ ।

ଏମ୍ସର ଶଲ୍ୟ ବିଭାଗ ମୁଖ୍ୟ ଡାକ୍ତର ତୁଷାର ଶୁଭଦର୍ଶନ ମିଶ୍ର ଏବଂ ତାଙ୍କ ଡାକ୍ତରୀ ଟିମ୍ ଦିର୍ଘ ୫ ଘଂଟା ଧରି ଅପରେସନ କରିଥିଲେ ।

ଏହାସହ ଦେଖନ୍ତୁ ଏହି ଭିଡିଓ –