ବଡ ଚାକୁଣ୍ଡାକୁ ବିଷ କହିବା ପରେ ସନ୍ଦେହରେ ସାନ ଚାକୁଣ୍ଡାର ଫଳ : ମାଲକାନଗିରି ଆଦିବାସୀଙ୍କ ଛାତିରେ ଛନକା

79

କନକ ବ୍ୟୁରୋ : ବଡ ଚାକୁଣ୍ଡା ଗଛର ଫଳ ଖାଇ ଶିଶୁ ପ୍ରାଣ ହରାଇଛନ୍ତି । ବିଶେଷଜ୍ଞଙ୍କ ଏ ମତକୁ ନେଇ ମାଲକାନଗିରି ଜିଲ୍ଲାରେ ଆତଙ୍କ ଖେଳି ଯାଇଛି । ସେପେଟେ ସାନ ଚାକୁଣ୍ଡାକୁ ନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢି ଯାଇଛି । କାରଣ ଏହି ଗଛର ଫଳକୁ ଆଦିବାସୀମାନେ ଖୋଲା ବଜାରରେ ବିକ୍ରି କରୁଛନ୍ତି ।

କିିଛି ଅସାଧୁ ବ୍ୟବସୀୟ ଏହି ଫଳକୁ ଡାଲିରେ ମିଶାଉଥିବା ସାମ୍ନାକୁ ଆସିଛି । ଏପରିକି ଏହି ଅପମିଶ୍ରିତ ଡାଲି ଅଙ୍ଗନବାଡି କେନ୍ଦ୍ର, ଆବାସିକ ବିଦ୍ୟାଳୟ ଓ ମଧ୍ୟାନ୍ନ ଭୋଜନ ଜରିଆରେ ସିଧାସଳଖ କୁନି କୁନି ପିଲାଙ୍କ ପ୍ଲେଟକୁ ପହଁଚୁଛି । ଦେଖନ୍ତୁ କନକନ୍ୟୁଜର ଏକ୍ସକ୍ଲୁସିଭ ରିପୋର୍ଟ –