ଏକ ନିଆରା ବିବାହ ଉତ୍ସବ : ବର ସାଜିଛି କନିଆଁ ଓ କନିଆଁ ସାଜିଛି ବର

41

ନିଜ ବିବାହକୁ ନେଇ ସବୁ ଝିଅ ଉତ୍ସାହିତ ଥାଆନ୍ତି । ଆଉ ସବୁ ଝିଅ ଚାହାଁନ୍ତି ଜୀବନର ଏହି ବିଶେଷ ମୂହୂର୍ତ୍ତରେ ସେ ସମସ୍ତଙ୍କଠାରୁ ଅଲଗା ଏବଂ ଅଧିକ ସୁନ୍ଦରୀ ଦେଖାଯାଆନ୍ତୁ ବୋଲି । କିନ୍ତୁ ଏ’ଠି ବିବାହ ଉତ୍ସବରେ କନ୍ୟାର ଇଚ୍ଛାକୁ ନେଇ କିଛି ଭିନ୍ନ ଢଙ୍ଗରେ କରାଯାଇଛି ବିବାହ ପର୍ବ । ବେଦିରେ କନିଆଁ ସାଜିଛି ବର ଓ ବର ସାଜିଛି କନିଆଁ ବେଶ ।

ନିକଟରେ ଚୀନରେ ଅନୁଷ୍ଠିତ ହୋଇ ଯାଇଛି ଏପରି ଏକ ବିବାହ ଯେଉଁଥିରେ ବର ବେଶରେ ଅଛନ୍ତି କନିଆଁ ଆଉ କନିଆଁ ବେଶରେ ଅଛନ୍ତି ବର । ଖାଲି ସେତିକି ନୁହେଁ ବେଶଧାରଣ କରିବା ସହ ନିଜ ନିଜର ପାରମ୍ପରିକ ରୀତିନିତିରେ ମଧ୍ୟ କରିଛନ୍ତି ବିବାହ । ମାତ୍ର ଏହାର ପ୍ରକୃତ କାରଣ ବିଷୟରେ ଜାଣିଲେ ଆପଣ ବହୁତ ଆଶ୍ଚର୍ଯ୍ୟ ହେବେ ଯେ, କନ୍ୟାର ଦାବି ଥିଲା ସେ ବହୁତ ମୋଟା ଆଉ ଏଥିପାଇଁ ତାଙ୍କୁ କନ୍ୟା ପରିଧାନ କରୁଥିବା ପୋଷାକ ଆଦୌ ମାନିବ ନାହିଁ ଅନ୍ୟପଟେ ବରର କହିବା କଥା ଥିଲା ଯେ, ଯଦି ସେ ତାଙ୍କ କଥା ରଖି କନ୍ୟାର ପୋଷାକ ପରିଧାନ କରିବେ ତେବେ ସେ ତାଙ୍କ ଜୀବନସାଥୀ ପ୍ରତି ଥିବା ଭଲ ପାଇବାକୁ ପ୍ରମାଣିତ କରିପାରିବେ ।

ବାସ୍ କଥା ଏତିକି କଥା ଯାହାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି ଏଭଳି ଏକ ନିଆରା ଢଙ୍ଗର ବିବାହ ଉତ୍ସବ । ଯେଉଁଥିରେ କନିଆଁ ସାଜିଛି ବର ଓ ବର ସାଜିଛି କନିଆଁ ବେଶ ।