ଅଜବ ଘଟଣା : ନବଜାତ ଶିଶୁର କୁଆଁ କୁଆଁ କାନ୍ଦରେ ମା’ଫେରିପାଇଲା ଜୀବନ

91

screenshot_2-4-300x138ଆପଣ ଅନେକ ଗଳ୍ପ ଓ କାହାଣୀ ଶୁଣିଥିବେ । ମା ଓ ଶିଶୁର ଅନାବିଳ ସ୍ନେହ ,ଶ୍ରଦ୍ଧାର ଉଦାହରଣ ଅନେକ ଦେଖିବାକୁ ମିଳେ । ନିଜ ଅନ୍ତଫାଡି ,ଦଶମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଥିବା ପିଲା ପାଇଁ ମା’ଟିଏ ତାର ଜୀବନ ବି ବାଜି ଲଗେଇଦିଏ ।

କେବେ ଶୁଣିଛନ୍ତି ନବଜାତ ଶିଶୁର କଅଁଳ କାନ୍ଦରେ ମରି ପଡିଥିବା ମା’ଟିଏ ପୁଣି ଜୀଇଁବାର । ହଁ ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ହଂକଂର କ୍ୱିନ ଏଲିଜାବେଥ୍ ହସ୍ପିଟାଲରେ । ଏ କଥା କୈାଣସି କାହାଣୀ ବା କାଳ୍ପନିକ କଥାବସ୍ତୁ ନୁହେଁ । ଏହା ନିରାଟ ସତ ଘଟଣା ।

3ବର୍ମିଘମର କ୍ୱିନ ଏଲିଜାବେଥ୍ ହସ୍ପିଟାଲରେ ଜଣେ ମା’ ତାର ଶିଶୁକୁ ଜନ୍ମ ଦେବା ପରେ ପରେ ମରିଯାଇଥିଲେ । ୪ ଘଂଟା ଧରି ମରିପଡିଥିଲେ । ଡାକ୍ତରମାନେ ମା’ଟିକୁ ବଂଚାଇବାରେ ନିରାଶ ହୋଇଥିଲେ । ହେଲେ କୁନି ସଦ୍ୟଜାତ ଶିଶୁଟିକୁ ତାର କୁଆଁ କୁଆଁ ଡାକରୁ ବିରତ କରିପାରିନଥିଲେ । ସେଠାରେ ଥିବା ଡାକ୍ତର ଓ ନର୍ସମାନେ ଅନେକ ଚେଷ୍ଟା କରି ବି ମା’କୁ ହରାଇଥିବା ଶିଶୁଟିର କରୁଣ କାନ୍ଦକୁ ରୋକି ପାରିନଥିଲେ ।

4ସଦ୍ୟ ଜନ୍ମିତ ଶିଶୁ । ଯିଏ କାନ୍ଦ କଣ ଜାଣିନି । ମା’ର ସ୍ନେହକୁ ବି ଚିହ୍ନିବାର ସମୟ ପାଇନି । ତା’କୁ କଣ ବା କହି ନର୍ସ ଓ ଡାକ୍ତର ବୁଝାଇ ତୁନି କରିବେ । ଶେଷରେ ମା’ର ମୃତ ଶରୀର ପାଖରେ ଛାଡି ଦେଲେ । ଶିଶୁଟି ମା’ର ମୁହଁରେ କଅଁଳ ହାତକୁ ରଖି କାନ୍ଦିବାରେ ଲାଗିଲା । ବୋଧେ ଶିଶୁଟି ତାର ଅବୁଝା ମନରେ ବୁଝୁଥିଲା ତାର ମା’ କାହିଁକି ଆଖି ବୁଝି ଶୋଇଛି । ତାକୁ କୋଳକୁ କାହିଁକି ନେଉନି । ନିଜ ଶିଶୁର ଅନବରତ କରୁଣ କାନ୍ଦରେ ପରିବେଶଟି ଖୁବ୍ ହୃଦୟବିଦାରକ ପାଲଟି ଯାଇଥିଲା । ୪ଘଂଟା ଧରି ମା’ର ଜୀବନ ମୃତ୍ୟୁ ପାଖରେ ବନ୍ଧା । ଏପଟେ ମା’କୁ ଉଠାଇବାକୁ ଶିଶୁଟିର ଆକୁଳ କାନ୍ଦ । ଶେଷରେ ହାରି ଗଲା ମୃତ୍ୟୁ । ମା’ ର ସୁପ୍ତ ହୃଦୟରେ ପୁଣି ହଠାତ୍ କଂପନ ହେଲା । ଧିରେ ଧିରେ ଆଖି ଖୋଲିଲା ମା’ଟି । ସେଠାରେ ଉପସ୍ଥିତ ଡାକ୍ତର ଓ ନର୍ସମାନେ ଆଶ୍ଚର୍ଯ୍ୟ ହୋଇଗଲେ ଏମିତି ଏକ ଚମତ୍କାର ଦେଖି । ମା’ର ଆଖି ଖୋଲିବା ଦେଖି ଶିଶୁଟିର କାନ୍ଦ ବି ଧିରେ ଧିରେ ବନ୍ଦ ହୋଇଗଲା ।

ଏହି ପୂରା ଘଟଣାକୁ ଦେଖନ୍ତୁ ଏହି ଭିଡିଓରୁ । ସେଦିନ ସେଠାରେ ଉପସ୍ଥିତ କେହି ଜଣ ଡାକ୍ତର ଏଭଳି ଏକ ଚମତ୍କାର ଘଟଣାକୁ ନିଜ ମୋବାଇଲରେ କଏଦ କରିନେଇଥିଲେ । ପରେ ଏହା ୟୁଟୁବରେ ଖୁବ୍ ଭାଇରାଲ ହୋଇଛି ।
ଦେଖନ୍ତୁ ଏହି ଭିଡିଓ –

ଏହାସହ ମଧ୍ୟ ଦେଖନ୍ତୁ- ମା’ର ଚିକିତ୍ସା ପାଇଁ ନିଜକୁ ବିକିବେ ଯୁବତୀ : ଅନଲାଇନରେ ଦେଲେ ବିଜ୍ଞାପନ