ସ୍ୱୀକୃତି ମିଳିଲା କ୍ୟାନସର ପୀଡିତା ଶେଷ ଇଚ୍ଛାକୁ : ପୁଣି ଥରେ ବଂଚିବା ପାଇଁ ଝିଅର ଶବକୁ ରଖାହେଲା ସାଇତା

90

pan1479465213ସାଧାରଣତଃ ମରିବା ପରେ ଶବକୁ ପୋଡି ଦିଆଯାଏ ବା ସମାଧି ଦିଆଯାଏ । ଯେତେ ପ୍ରିୟ ପରିଜନ ଓ ନିଜର ଥାଆନ୍ତୁ ,କେହି କେବେ ମୃତଦେହକୁ ଘରେ ରଖିନଥାନ୍ତି । କିଛି ଦିନର ମୋହ କୋହ ପୁଣି ନିତିଦିନିଆ ଚଳନୀ ପାଲଟି ଯାଏ । କେବେ ଆପଣ ଶୁଣିଛନ୍ତି ବା ଦେଖିଛନ୍ତି କି । ପୁଣିଥରେ ବଂଚିବାର ଆଶା ରଖି ବିଜ୍ଞାନର ଚମତ୍କାରିତାକୁ ଅପେକ୍ଷା କରି ମୃତଦେହକୁ ସାଇତି ରଖିବାର ।

screenshot-2016-11-18-12-16-44-681x428ହଁ ,ଏମିତି ଏକ ଘଟଣା ଘଟିଛି ଇଂଲଣ୍ଡରେ । ଜଣେ ୧୪ ବର୍ଷର ଝିଅର ଶେଷ ଇଚ୍ଛାକୁ ଜାଣି ସମସ୍ତେ ହୋଇଛନ୍ତି ଆଶ୍ଚର୍ଯ୍ୟ । ଏକ ବିରଳ କ୍ୟାନସର ରୋଗଗ୍ରସ୍ତରେ ମୃତ୍ୟୁ ଆସନ୍ନ ଜାଣି ଝିଅଟି କୋର୍ଟକୁ ଜଣାଇଥିଲେ ନିଜର ଶେଷ ଇଚ୍ଛା । ସେ ବଂଚିବାକୁ ଚାହେଁ । ଏଣୁ ତାର ମୃତଦେହକୁ କୃତିମ ଉପାୟରେ ସାଇତି ରଖିବାକୁ କରିଛି ଅନୁରୋଧ । ଭବିଷ୍ୟତରେ ବିଜ୍ଞାନ ଯେବେ ତାର ଏହି କ୍ୟାନସର ରୋଗର ନିରାକରଣ କରିବ । ସେତେବେଳେ ତାର ଶରୀରରେ ପୁଣି ପରୀକ୍ଷା କରାଯାଇ ତାକୁ ବଂଚାଯିବ ବୋଲି ଝିଅଟି କହିଛି । ନିଜର ମୃତ୍ୟୁ ପୂର୍ବରୁ ଏ ଚିଠି ଝିଅଟି ଲେଖିଛି ହାଇକୋର୍ଟର ବିଚାରପତି ପିଟର ଜ୍ୟାକସନଙ୍କୁ । ସେ ବିଶ୍ୱାସ ରଖିଛନ୍ତି କ୍ରାଓଜେନିକ୍ ପ୍ରିଜରଭେସନ ତାକୁ ଆଉ ଥରେ ବଂଚିବାର ସୁଯୋଗ ଦେବ ।

1479485195-91d14be5a0f08c1c423b1846c0c4954a-1038x576ଏହି କ୍ୟାନସର ପୀଡିତା ଅନୁରୋଧକୁ ସ୍ୱାଗତ କରିଛନ୍ତି ବିଚାରପତି । ଏମିତି ଘଟଣା ଯାହା ଇଂଲଣ୍ଡରେ ପ୍ରଥମ ଘଟିଛି । ଯାହାକୁ ହାଇକୋର୍ଟ ସ୍ୱୀକୃତି ଦେଇଛି । ଏହି କ୍ରାଓନିକ୍ ପଦ୍ଧତିରେ ଯେତେ ଶବକୁ  ଆଜିଯାଏ ସାଇତା ରଖାଯାଇଛି ,କେହି ପୁନଃଜୀବିତ ହୋଇନାହାଁନ୍ତି । କିନ୍ତୁ ରୁଷିଆ ଓ ଆମେରିକାରେ ମୃତଦେହକୁ ତରଳ ନାଇଟ୍ରୋଜେନ ଦ୍ୱାରା ଫ୍ରୋଜେନ ଭାବରେ ରଖିବାର ସୁବିଧା ରହିଛି ।

ଏହି ବର୍ଷ ଅକ୍ଟୋବରରେ ଏହି କ୍ୟାନସର ପୀଡିତାଙ୍କର ମୃତ୍ୟୁ ହୋଇଯାଇଛି ଏବଂ ସେ ଭବିଷ୍ୟତରେ ଡାକ୍ତରୀ ବିଦ୍ୟା ତାଙ୍କୁ ପୁନଃଜୀବିତ କରୁ ବା ନକରୁ ,କିନ୍ତୁ ତାଙ୍କର ଏହି ବଂଚିବାର ତୀବ୍ର ଅଭିପ୍ରାୟ ପୂର୍ବକ ଶେଷ ଇଚ୍ଛାକୁ ସ୍ୱୀକୃତି ଦିଆଯାଇ ସାଇତି ରଖାଯାଇଛି ମୃତ ଦେହକୁ । ଏଥିପାଇଁ ଆମେରିକା ପଠାଇଦିଆଯାଇଛି ପୀଡିତାର ମୃତଦେହକୁ ।

ଏହାସହ ଦେଖନ୍ତୁ ଏହି ଭିଡିଓ –

 

ଏହାସହ ମଧ୍ୟ ଦେଖନ୍ତୁ-ଲାଇଭ ଟିଭି ସୋ’ରେ ବିବାହ ପ୍ରସ୍ତାବ : କ୍ୟାନସର ପୀଡିତା ପାଇଲେ ନୂଆ ସାଥୀ