ଇଂଟରନେଟ ୱାଇଫାଇ ନିଶା : ବାପାଙ୍କୁ ଡରି ଶୈାଚାଳୟରେ ୫ ଘଂଟା ବିତେଇଲେ ଯୁବକ

28

5ଏବେ ଇଂଟରନେଟର କରିସ୍ମାରେ ସମସ୍ତେ ମତୁଆଲା । ୱାଇଫାଇର ବେଗରେ ଦୈାଡୁଛି ଦୁନିଆଁ । ଯେଉଁଠି ଦେଖିବ ମୋବାଇଲ ଓ ଲ୍ୟାପଟପରେ ବ୍ୟସ୍ତ ରହୁଛନ୍ତି ଆଜିର ଯୁବକଯୁବତୀ । ଖାଇବା ପିଇବା ବି ଭୁଲି ଯାଉଛନ୍ତି । ଏମିତି ଏକ ଘଟଣା ଘଟିଛି ମୁମ୍ବାଇର ଭାଣ୍ଡୁପ ଅଂଚଳରେ । ଏହି ସ୍ଥାନରେ ରହୁଥିବା ଜଣେ ଯୁବକ କରଣର ୱାଇଫାଇରେ ନେଟ ଚଳାଇବାର ନିଶା ଏମିତି ଘାରିଲା ଯେ ବାପାଙ୍କ ତାଗିଦକୁ ଡରି ନିଜ ଘରର ଶୈାଚାଳୟ ରୁମରେ ୫ ଘଂଟା ବିତେଇଥିଲା । ଏ ଖବରକୁ ନେଇ ଚର୍ଚ୍ଚା ।

6କରଣର ଘରେ କିଛି ଦିନ ହେଲା ୱାଇଫାଇ ଲାଗିଥିଲା । ଏହାପରେ କରଣ ପୂରା ଦିନ ଫୋନ ଓ ଲାପଟପରେ ବିତେଇବାକୁ ଲାଗିଲା । କରଣର ସ୍ୱଭାବରେ ପରିବର୍ତନକୁ ଲକ୍ଷ୍ୟ କରି ତାଙ୍କୁ ତାଙ୍କ ବାପା ବିରକ୍ତ ହେଲେ । ଏମିତି ହେଲା ଦିନେ କରଣର ପଢା ରୁମକୁ ତାର ବାପା ହଠାତ ପଶିଗଲେ , ଦେଖିଲେ ସେ ନେଟରେ ବ୍ୟସ୍ତ ।ଡାକିଲେ ବି ଶୁଣିଲେ ନାହିଁ । ଇଂଟରନେଟରେ ଏତେ ବ୍ୟସ୍ତ ରହିଲା ଯେ ସବୁକିଛି ଭୁଲିଗଲା । କରଣଙ୍କ ବାପା ଅସହ୍ୟ ରାଗି କରଣଙ୍କ ଠାରୁ ମୋବାଇଲ ଛଡାଇନେଲେ । ଆଉ କେବେ ଲାପଟପ ଓ ମୋବାଇଲ ଦେବେ ନାହିଁ ବୋଲି କହିଲେ ।

7ଏହାପରେ କରଣ ଆଉ ବାପା ଘରେ ଥିବା ବେଳେ ମୋବାଇଲ ବ୍ୟବହାର କଲାନାହିଁ । ଦିନେ ସକାଳେ କରଣ ଦେଖିଲା ସେ ଫେସବୁକରେ ଫଲୋଅନ କରିଥିବା ଝିଅ ରିୟା , ତାର ଫ୍ରେଣ୍ଡ ରିକ୍ୱେଷ୍ଟ ଆସେପ୍ଟ କରିଛି । ତେଣୁ ସେ ଖୁସିରେ ଆତ୍ମହରା ହୋଇ , ବାପା ଘରେ ଥିବାରୁ ଫୋନ ଓ ହେଡଫୋନ ଧରି ଘରର ଶୈାଚାଳୟ ଭିତରକୁ ଚାଲିଗଲା । ସେଠାରେ ଘଂଟା ଘଂଟା ଧରି ଚାଟିଙ୍ଗରେ ମାତିଗଲା । ଏତେ ସମୟ ଧରି କୁଆଡେ ଗଲା ବୋଲି ଖୋଜା ପଡିଲା । ଯେତେବେଳେ ଦେଖିଲେ ଘରର ଟଏଲେଟ ଭିତରୁ ବନ୍ଦ ଅଛି , କରଣର ଜଣ ବୋଧେ ଅଘଟଣ ଘଟିଛି ଭାବି ତାର ବାପା ଜଣେ ପଡୋଶୀ ଲୋକ ସାହାଯ୍ୟରେ କବାଟ ଭାଂଗିଲେ । କରଣକୁ ସେଠାରେ ବସି ଚାଟିଂରେ ମାତି ଥିବାର ଦେଖିଲେ । ସେ ଏପରି କରିବ ବୋଲି ବିଶ୍ୱାସ କରିନଥିଲେ ତା ବାପା । ତାଙ୍କର ଭୟ ପୁଣି ରାଗରେ ପରିଣତ ହୋଇଯାଇଥିଲା।