ୱେଟିଂ ଟିକେଟ୍ କନଫର୍ମ ହେବ କି ନାହିଁ, ଏବେ ନିଜେ ଜାଣିପାରିବେ ଯାତ୍ରୀ ! ଜାଣନ୍ତୁ ପୂରା ପ୍ରକ୍ରିୟା

20

ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଅଧିକାଂଶ ସମୟରେ ଟିକେଟ କନଫର୍ମ ନହେଉଥିବା ଭଳି ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଯାହାଦ୍ୱାରା ଯାତ୍ରୀମାନେ ଚିନ୍ତାରେ ପଡିଯାଆନ୍ତି କି ତାଙ୍କ ଟିକେଟ କନଫର୍ମ ହେବ ନା ତାଙ୍କୁ ୱେଟିଂରେ ରହିବାକୁ ପଡିବ । କିନ୍ତୁ ଏବେ ଆଉ ଯାତ୍ରୀଙ୍କ ଏହି ସମସ୍ୟା ରହିବ ନାହିଁ । କାରଣ, ଯାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରେଳମନ୍ତ୍ରାଳୟ ଏକ ଜରୁରୀ ପଦପେକ୍ଷ ନେଇଛି । ଯାହାଦ୍ୱାରା ଯାତ୍ରୀମାନେ ନିଜେ ହିଁ ଜାଣିପାରିବେ କି, ତାଙ୍କ ଟିକେଟ କନଫର୍ମ କି ନୁହେଁ ।

ଏଥିପାଇଁ ଆପଣଙ୍କୁ କେବଳ ପ୍ରୋବାବିଲିଟି ଅଫ କନଫର୍ମେସନ ଉପରେ କ୍ଲିକ୍ କରିବାକୁ ହେବ । ସୂଚନା ମୁତାବକ, ଯାତ୍ରୀ ଟିକେଟ ବୁକ କରୁଥିବା ସମୟରେ ନିମ୍ନରେ ଦିଆଯାଇଥିବା ପ୍ରୋବାବିଲିଟି ଅଫ କନଫର୍ମେସନ ଉପରେ କ୍ଲିକ୍ କରିପାରିବେ । ଏହି ସୁବିଧା ଆପଣଙ୍କୁ ପିଏନଆଇ ଷ୍ଟାଟସ ଚେକ୍ କରୁଥିବା ସମୟରେ ବି ମିଳିବ । ଏହା ଗତ ୨ ବର୍ଷ ବର୍ଷର ୱେଟିଂ ଲିଷ୍ଟର ଆକଳନକୁ ନଜର ରଖି ବାହାର କରାଯିବ ।

ଏଠାରେ ଆମେ କହି ରଖୁଛୁ କି, ରେଳମନ୍ତ୍ରାଳୟ ତରଫରୁ ଏହି ବ୍ୟବସ୍ଥା ସେଂଟର ଫର ରେଲୱେ ଇନଫର୍ମେସନ ସିଷ୍ଟମର ନୂଆ algorithms ଆଧାରରେ ପ୍ରସ୍ତୁତ କରାଯାଇଛି । ବଡ କଥା ହେଲା କି, ପର୍ବ-ପର୍ବାଣୀ କିମ୍ବା ଛୁଟି ସମୟରେ ରେଳ ଟିକେଟ ଜନିତ ବହୁତ ସମସ୍ୟା ସୃଷ୍ଟି ହୋଇଥାଏ । ଏଭଳି ପରିସ୍ଥିତିରେ ନିହାତି ଦରକାରୀ ଥିବା ବ୍ୟକ୍ତିଙ୍କୁ କନଫର୍ମ ଟିକେଟ ମିଳିବା କୌଣସି ସ୍ୱପ୍ନ ସାକାର ହେବା ଭଳି ହୋଇଥାଏ । ରେଳ ମନ୍ତ୍ରାଳୟର ଏହି ନିଷ୍ପତି କାରଣରୁ ଯାତ୍ରୀମାନଙ୍କୁ ଏବେ ଆପଣା ଛାଏଁ ଜଣାପଡିଯିବ କି ତାଙ୍କ ୱେଟିଂ ଟିକେଟକୁ କନଫର୍ମ ହେବାର କେତେ ସମ୍ଭାବନା ରହିଛି ।