ଢେଙ୍କାନାଳରେ ଯୌତୁକ ଲୋଭରେ ୪ ବିବାହ: ତୃତୀୟ ପତ୍ନୀ ହେଲେ ଏସପିଙ୍କ ଦ୍ୱାରସ୍ଥ,ପୂର୍ବରୁ କୋରାପୁଟରେ ଅଭିଯୋଗ କରିଥିଲେ ଦ୍ୱିତୀୟ ପତ୍ନୀ

28

କନକ ବ୍ୟୁରୋ: ଯୌତୁକ ପାଇଁ ୪ ବିବାହ । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳରୁ । ସଂପୃକ୍ତ ବ୍ୟକ୍ତି ହେଉଛନ୍ତି କୋରାପୁଟ ଜିଲ୍ଲା ପୂଜାରୀପୁଟ ଗାଁର ସାଇଶଙ୍କର ପଟ୍ଟନାୟକ ଓରଫ ଶ୍ୟାମ ସୁନ୍ଦର । ଶ୍ୟାମସୁନ୍ଦରଙ୍କ ତୃତୀୟ ପତ୍ନୀ ଏଭଳି ଅଭିଯୋଗ ଆଣିଛନ୍ତି ।

ହିନ୍ଦୋଳ ବ୍ଲକର ଜଣେ ମହିଳାଙ୍କ ଅଭିଯୋଗ ଅନୁସାରେ, ତାଙ୍କର ୨୦୧୫ରେ ଶ୍ୟାମସୁନ୍ଦରଙ୍କ ସହ ବୈଦିକ ରୀତିରେ ବିବାହ ହୋଇଥିଲା । କିନ୍ତୁ ପୂର୍ବରୁ ସେ ମାଲକାନଗିରି ଅଂଚଳର ଜଣେ ୟୁବତୀଙ୍କୁ ବିବାହ କରିଥିଲେ । ଯୌତୁକ ପାଇଁ ସେ ପୂର୍ବରୁ ୨ ଜଣଙ୍କୁ ବିବାହ କରିଥିବା ବି ସଂପୃକ୍ତ ମହିଳା ଏସପିଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି । ଏନେଇ ଥାନାରେ ମାମଲା ରୁଜୁ ହୋଇଛି