ବିପଦରେ ସ୍ମାର୍ଟଫୋନ ! ମୋବାଇଲକୁ ଲକ୍ କରି ଦାବି କରୁଛି ଟଙ୍କା

31

ଆପଣ ଯଦି ଆଣ୍ଡ୍ରଏଡ ୟୁଜର୍ସ ଅଟନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ନିକଟରେ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଏକ ନୂଆ ଭାଇରସ ତଥା ‘ଡବଲକର’ ଘୂରି ବୁଲୁଛି । ଡବଲକର ଭାଇରସ ୟୁଜର୍ସଙ୍କର ସ୍ମାର୍ଟଫୋନର ପିନକୁ ବଦଳାଇ ଫୋନକୁ ଅଚଳ କରିଦେଇଥାଏ ଏବଂ ଡାଟା ଚୋରି କରି ବଦଳରେ ଟଙ୍କା ଦାବି କରିଥାଏ ।

ଡବଲକର ଭାଇରସ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଆଟାକ କରିବା କ୍ଷଣି ହିଁ ସର୍ବ ପ୍ରଥମେ ୟୁଜର୍ସଙ୍କର ଫୋନକୁ ଲକ୍ କରିଦେଇଥାଏ । ଅର୍ଥାତ୍ ଏହି ଭାଇରସ ୟୁଜର୍ସଙ୍କର ପିନକୁ ବଦଳାଇ ସ୍ମାର୍ଟଫୋନଟିକୁ ଅଚଳ କରି ପକାଇଥାଏ । ଏହାପରେ ଫୋନର ପିନ ବଦଳାଇଦେଇଥାଏ । ଯାହାଦ୍ୱାରା କି ୟୁଜର୍ସ ସ୍ମାର୍ଟଫୋନକୁ ଖୋଲି ପାରିବେ ନାହିଁ । ଏହାପରେ ଡବଲକର ଆଣ୍ଡ୍ରଏଡ ସ୍ମାର୍ଟଫୋନରୁ ୟୁଜର୍ସଙ୍କର ସମସ୍ତ ତଥ୍ୟ ଚୋରି କରିନେଇଥାଏ ।

ଏହାପରେ ୟୁଜର୍ସଙ୍କର ଡାଟାକୁ ଫେରାଇବା ପାଇଁ ଏହି ଭାଇରସ୍ ଟଙ୍କା ଦାବି କରିଥାଏ । ଡବଲକର ଭାଇରସ ଫେକ ଏଡାବ ଫ୍ଲାସ ଜରିଆରେ ଗୋଟିଏ ଫୋନରୁ ଅନ୍ୟ ଏକ ଫୋନକୁ ପ୍ରଦେଶ କରିଥାଏ । ଏହି ଭାଇରସ ଆଣ୍ଡ୍ରଏଡ ସ୍ମାର୍ଟଫୋନକୁ ଅଚଳ କରି ହୋମ ଆପ୍ଲିକେସନରେ ଡିଫଲ୍ଟ ଆଧାରରେ ସେଟ୍ ହୋଇଯାଇଥାଏ । ଏହାପରେ ଯେମିତି ୟୁଜର ନିଜ ସ୍ମାର୍ଟଫୋନର ହୋମ ବଟନ ଉପରେ କ୍ଲିକ୍ କରନ୍ତି ଠିକ୍ ସେହି ସମୟରେ ହିଁ ଡବଲକର ଆକ୍ଟିଭ ହୋଇଯିବ ଏବଂ ଏହି ଡିଭାଇସ ଫୋନଟିକୁ ଲକ କରିଦେଇଥାଏ ।

ତେବେ ୨୪ ଘଂଟା ମଧ୍ୟରେ ଡବଲକର ଭାଇରସ ଆଣ୍ଡ୍ରଏଡ ୟୁଜର୍ସଙ୍କଠାରୁ ୪ ହଜାର ଟଙ୍କା ଦାବି କରିଥାଏ । ଯଦି ୟୁଜର୍ସ ଏହି ଟଙ୍କା ନ ଦିଅନ୍ତି ତେବେ ୟୁଜର୍ସଙ୍କର ଡାଟାକୁ କରପ୍ଟ କରିବାକୁ ଧମକ ଦେଇଥାଏ ।