ମୋଦି ସରକାରଙ୍କ ବଡ ନିଷ୍ପତି : ରାତାରାତି ବଦଳି ଯିବ ଏହି ଲୋକଙ୍କର ବ୍ୟାଙ୍କ ଆକାଉଂଟ, ଜାଣନ୍ତୁ କଣ ରହିବ ପ୍ରଭାବ

538

ବ୍ୟାଙ୍କିଂ କ୍ଷେତ୍ରରେ ସୁଧାର ଆଣିବା ପାଇଁ ମୋଦି ସରକାର ଏକ ଯୁଗାନ୍ତକାରୀ ନିଷ୍ପତି ନେଇଛନ୍ତି । କେନ୍ଦ୍ର ସରକାର ସାର୍ବଜନୀକ କ୍ଷେତ୍ରରେ ଥିବା ତିନୋଟି ବ୍ୟାଙ୍କ ତଥା- ବ୍ୟାଙ୍କ ଅଫ ବଡୋଦା, ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କଗୁଡିକର ବିଲୟନ(ଦୁଇଟି କଂପାନୀ ବା ସଂସ୍ଥାର ସମ୍ମିଶ୍ରଣ)କୁ ମଂଜୁରୀ ଦେଇଛନ୍ତି । ଯାହା ୧ ଏପ୍ରିଲ ୨୦୧୯ରୁ ଲାଗୁ କରିଦିଆଯିବ । ତେବେ ଏହି ବିଲୟ ସହିତ ହିଁ ଉଭୟ ଦେନା ବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କର କୋଟି କୋଟି ଖାତାଧାରକଙ୍କର ଉଭୟ ପାସବୁକ୍ ଏବଂ ଚେକ୍ ବୁକ ରାତାରାତି ବଦଳାଇ ଦିଆଯିବ । ଅର୍ଥାତ୍ ଆପଣଙ୍କୁ ୩୧ ମାର୍ଚ୍ଚ ପରେ ଆର୍ଥିକ କାରବାର ପାଇଁ ନୂଆ ପାସବୁକ ଏବଂ ଚେକବୁକର ବ୍ୟବହାର କରିବାକୁ ପଡିପାରେ । ତେବେ ଏହି ବିଲୟନ ପରେ ବ୍ୟାଙ୍କ ଅଫ ବଡୋଦା ନିକଟରେ ପାଖାପାଖି ୯୪୦୧ଟି ବ୍ୟାଙ୍କ ଶାଖା ଏବଂ ପାଖାପାଖି ୧୩୪୩୨ଟି ଏଟିଏମ ହୋଇଯିବ ।

ବ୍ୟାଙ୍କ ଅଫ୍ ବଡୋଦାରେ ହେବ ଦେନା ବ୍ୟାଙ୍କର ବିଲୟନ

ମନ୍ତ୍ରୀ ମଣ୍ଡଳ ବୈଠକରେ ନିଆଯାଇଥିବା ନିଷ୍ପତି ସଂପର୍କରେ ସୂଚନା ଦେଇ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି କି, ଉଭୟ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କର ବ୍ୟାଙ୍କ ଅଫ୍ ବଡୋଦା ସହ ବିଲୟନ ହେବ । ଏହି ବିଲୟ ପରେ ବ୍ୟାଙ୍କ ଅଫ ବଡୋଦା , ସାର୍ବଜନୀକ କ୍ଷେତ୍ରରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ପରେ ଦ୍ୱିତୀୟ ସବୁଠୁ ବଡ ବ୍ୟାଙ୍କ ଭାବରେ ଗଣା ଯିବ ।

କି କି ପରିବର୍ତ୍ତନ ହେବ

• ଏହି ବିଲୟନ ପରେ ନୂଆ ବ୍ୟାଙ୍କର ପାଖାପାଖି କାରବାର ୧୪.୮୨ଲକ୍ଷ କୋଟି ଟଙ୍କାର ହେବ ।

• ନୂଆ ବ୍ୟାଙ୍କ ନିକଟରେ ଅଧିକ ବ୍ୟାଙ୍କ ଶାଖା ଏବଂ ଅଧିକ ଏଟିଏମ ହୋଇଯିବ ।

• ବ୍ୟାଙ୍କ ଶାଖା ଏବଂ ଏଟିଏମର ସଂଖ।। ବୃଦ୍ଧି ପାଇବା କାରଣରୁ ଗ୍ରାହକଙ୍କୁ ଟଙ୍କା ପାଇଁ ଆଉ ଏଣେତେଣେ ଦୌଡିବାକୁ ପଡିବ ନାହିଁ ।

• ବିଲୟନ ପରେ ସୃଷ୍ଟି ହୋଇଥିବା ନୂଆ ବ୍ୟାଙ୍କଟି ଟେକନିକାଲ ଆଧାରରେ ମଧ୍ୟ ହାଇଟେକ ହେବ । ଏହାଦ୍ୱାରା ଗ୍ରାହକମାନଙ୍କୁ ଅଧିକ ଫାଇଦା ମିଳିବ । ଯେଉଁଥି ପାଇଁ ସମସ୍ତ ବ୍ୟାଙ୍କିଂ କାମ ମୁହୂର୍ତ୍ତକ ମଧ୍ୟରେ ହୋଇଯିବ ଏବଂ ସେମାନଙ୍କୁ ଆଉ ଲମ୍ବା ଲାଇନରେ ଠିଆ ହେବାକୁ ବି ପଡିବ ନାହିଁ ।

• ତେବେ ଏହି ବିଲୟନ ଦ୍ୱାରା ଲୋକଙ୍କର ଜମା ରାଶି ଉପରେ କୌଣସି ପ୍ରଭାବ ପଡିବ ନାହିଁ । ତାହା ସଂପୂର୍ଣ୍ଣ ରୂପେ ସୁରକ୍ଷିତ ରହିବ ।

• ସରକାର ଆଶ୍ୱସ୍ତ କରିଛନ୍ତି କି ବିଲୟନ କାରଣରୁ ଏହି ତିନୋଟି ବ୍ୟାଙ୍କରେ କାମ କରୁଥିବା କୌଣସି ବି କର୍ମଚାରୀଙ୍କର ବି ଚାକିରି ଯିବ ନାହିଁ ।

• ବିଲୟନ ପରେ ବ୍ୟାଙ୍କ ଶାଖାମାନଙ୍କର ଆଇଏଫଏସସି କୋଡ ବଦଳାଇ ଦିଆଯିବ ।

ଗ୍ରାହକଙ୍କ ଉପରେ ପଡିବ କି ପ୍ରଭାବ

• ଏହି ବିଲୟନ ପରେ ଆପଣଙ୍କର ଉଭୟ ପାସବୁକ୍ ଏବଂ ଚେକ୍ ବୁକ ବଦଳି ପାରେ ।

• ଏଥିପାଇଁ ଆପଣଙ୍କୁ ସାମାନ୍ୟ କାଗଜପତ୍ର କାମ କରିବାକୁ ପଡିପାରେ । ଯେଉଁଥିରେ ଆପଣଙ୍କୁ ଟିକେ କଷ୍ଟ କରିବାକୁ ପଡିପାରେ ।

• ନୂଆ ବ୍ୟାଙ୍କର ଅସ୍ତିତ୍ୱ ଆସିବା ପରେ ଆପଣଙ୍କୁ ଆପଣଙ୍କର ଖାତାର ନୂଆ କେୱାଇସି କରିବାକୁ ପଡିପାରେ ।

•ସେହିପରି ବିଲୟନ ପରେ ଆପଣ ନେଇଥିବା ଲୋନ ଉପରେ ଏହାର କୌଣସି ବି ପ୍ରଭାବ ପଡିବ ନାହିଁ ଏବଂ ନା ହିଁ ଆପଣଙ୍କର ଇଏମଆଇରେ କୌଣସି ପରିବର୍ତ୍ତନ ଆସିବ ।