ଜିନିଷ ଖରାପ ପଡିଲେ ଫେରସ୍ତ ମିଳିବ ଟଙ୍କା ! କଂପାନୀ ଦେବ କ୍ଷତିପୂରଣ, ଜାଣନ୍ତୁ କଣ ରହିଛି ନୂଆ ନିୟମ

48

ବିଭିନ୍ନ ପ୍ରକାରର ଅଫରର ପ୍ରଲୋଭନ ଦେଖାଇ ଲୋକଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରୁଥିବା ବିଜ୍ଞାପନ ଉପରେ ଏବେ ସରକାର ଲଗାଇବେ ଲଗାମ । ଆଗାମୀ ଦିନରେ ବସିବାକୁ ଯାଉଥିବା କ୍ୟାବିନେଟ ବୈଠକରେ କନଜ୍ୟୁମର ପ୍ରୋଟେକସନ ବିଲ ୨୦୧୭ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି । ଏହି ବିଲଟି ପାଇଁ ସରକାର ଆମେରିକାର ପ୍ରସ୍ତାବ ଅନୁସାରେ ଏକ ଏଭଳି ଏଜେନ୍ସିର ଗଠନ କରିବେ ଯିଏକି ଦେଶର ପ୍ରତ୍ୟେକ ଗ୍ରାହକର ଅଧିକାରକୁ ଗୁରୁତ୍ୱ ଦେବେ । ଏଥିସହିତ ୧୯୮୬ରୁ ଲାଗୁ ଉପଭୋକ୍ତା ସରକ୍ଷଣ ନିୟମକୁ ଖୁବ୍ ଶୀଘ୍ର ହିଁ ପରିବର୍ତ୍ତନ କରିଦିଆ ଯିବ । ଯାହାର ବ୍ଲୁପ୍ରିଂଟ ୨୦୧୫ରୁ ହିଁ ସରିଛି ।

ଏହି ନୂଆ ବିଲ ଆଧାରରେ ବ୍ରାଣ୍ଡକୁ ନେଇ ସେଲିବ୍ରେଟିଙ୍କର ଦାୟିତ୍ୱ ନିର୍ଦ୍ଧାରଣ କରାଯିବ । ଏବଂ ଗ୍ରାହକଙ୍କୁ ଭ୍ରମିତ କଲା ଭଳି ବିଜ୍ଞାପନ ଉପରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । କଂଜ୍ୟୁମର ପ୍ରୋଟେକସନ ବିଲ ୨୦୧୭ ଆଧାରରେ ୧୦ ଲକ୍ଷ ଟଙ୍କାର ଜରିମାନା ଏବଂ ୨ ବର୍ଷ କାଳ ଜେଲଦଣ୍ଡାଦେଶ ମଧ୍ୟ ପ୍ରସ୍ତାବ ରହିଛି । ତେବେ ସରକାରଙ୍କର ଏହି ନୂଆ ବିଲ୍ ସିଧାସଳଖ ସେଲିଂ କଂପାନୀଗୁଡିକ ଉପରେ ହିଁ ଲାଗୁ କରାଯିବ ।ବିଲଟିର ବ୍ଲୁପ୍ରିଂଟ ୨୦୧୫ରୁ ହିଁ ହୋଇସାରିଛି । ଏହାପରେ ଏହାକୁ ଖାଦ୍ୟ ଏବଂ ଉପଭୋକ୍ତା ମାମଲାରେ ସ୍ଥାୟୀ ସମିତି ବା ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଯାଇଥିଲା । ଯଦି କ୍ୟାବିନେଟ ଏହାକୁ ମଂଜୁରୀ ଦେଇ ଦିଏ ତେବେ ଏହାକୁ ମଧ୍ୟ ଲୋକସଭାରେ ପେରିତ କରିଦିଆଯିବ । ନୂଆ ନିୟମ ଦ୍ୱାରା ଉପଭୋକ୍ତା ଅଧିକାରୀମାନଙ୍କ ମଧ୍ୟରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ।

ନୂଆ ନିୟମ ଅନୁସାରେ, ଯଦି ଆପଣ କୌଣସି ଖାଦ୍ୟ ପ୍ୟାକେଟ୍ କିଣିଛନ୍ତି ଏବଂ ସେହି ପ୍ୟାକେଟକୁ ଅନ୍ୟ ୧୦୦ ଜଣ ଲୋକ ମଧ୍ୟ କିଣିଛନ୍ତି ଏବଂ ଉକ୍ତ ଖାଦ୍ୟଟିକୁ ଖାଇବା ଦ୍ୱାରା ସମସ୍ତଙ୍କର ଦେହ ଖରାପ ହୋଇଯାଏ । କିନ୍ତୁ ଅସୁସ୍ଥ୍ୟ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେବଳ ଜଣେ ବ୍ୟକ୍ତି ହିଁ କଂପାନୀ ବିରୋଧରେ ଅଭିଯୋଗ ଆଣନ୍ତି ତେବେ ବାକି ୯୯ଜଣ ଗ୍ରାହକଙ୍କୁ ମଧ୍ୟ ଗୋଟିଏ ହିଁ ଅଭିଯୋଗକାରୀଙ୍କ ଦାବି ଉପରେ କ୍ଷତିପୂରଣ ମିଳିବ । ଏହି ଅଭିଯୋଗ ଆପଣଙ୍କୁ ଉଭୟ ଅନଲାଇନ ଏବଂ ନିକଟସ୍ଥ ଉପଭୋକ୍ତା ଅଦାଲତକୁ ଯାଇ କରିପାରିବେ ।

ସେହିପରି ଯଦି ମାନୁଫ୍ୟାକଚରିଂ, ଡିଜାଇନିଂ, ଫର୍ମୁଲା, ଟେଷ୍ଟିଂ ଏବଂ ପ୍ୟାକେଜିଂ ଆଦିରେ ଭୁଲ୍ କାରଣରୁ କୌଣସି ଗ୍ରାହକର ଜୀବନ ଯିବା ଭଳି କ୍ଷତି ଘଟେ ତେବେ ଏଭଳି ପରିସ୍ଥିତିରେ ମାନୁଫ୍ୟାକ୍ଚର୍ସ ହିଁ ଦାୟୀ ରହିବ । ଖାଲି ସେତିକି ନୁହେଁ ସରକାରଙ୍କର ଏହି ନୂଆ ନୀତିରେ ଇ-କମର୍ସ କଂପାନୀମାନେ ମଧ୍ୟ ସାମିଲ ଅଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଜଣେ ଗ୍ରାହକ ବିକ୍ରେତା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କେବଳ ଲେନଦେନ ଥିବା ସ୍ଥାନରେ କରିପାରିବେ । ସେହିପରି ଯଦି ଏନେଇ କେହି କୌଣସଲ୍ୱି ପ୍ରକାରର ମିଥ୍ୟା ଅଭିଯୋଗ କରନ୍ତି ତେବେ ଉକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ୧୦,୦୦୦ରୁ ଆରମ୍ଭ କରି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯିବ ।