ବାରବାଟୀର ୧୨ ଟି କଥା !

49

ଓଡ଼ିଶା ଇତିହାସର ମୁକସାକ୍ଷୀ ବାରବାଟୀ । ହଜାର ହଜାର ବର୍ଷର ଇତିହାସ ବିଷୟରେ ଆଲୋଚନା ନକରି ଆମେ ବାରବାଟୀ ଷ୍ଟାଡ଼ିୟମ ବିଷୟରେ ଜାଣିବା କିଛି କଥା । ୧୯୫୮ ମସିହାରୁ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ନେଇ ଛିଡ଼ା ହୋଇଛି ବାରବାଟୀ ଷ୍ଟାଡ଼ିୟମ । ଏଥିମଧ୍ୟରେ ବିତି ଗଲାଣି ୫୮ ବର୍ଷ । ତେବେ ୧୯୮୦ରେ ବାରବାଟୀ ଷ୍ଟାଡ଼ିୟମକୁ ମିଳିଥିଲା ଆନ୍ତର୍ଜାତୀୟ ମାନ୍ୟତା । ଆଉ ୧୯୮୨ରେ ଷ୍ଟାଡ଼ିୟମରେ ଆନ୍ତର୍ଜାତିକ ମ୍ୟାଚ୍ ଆୟୋଜନ ପାଇଁ ମିଳିଥିଲା ସବୁଜ ସଙ୍କେତ । ତେବେ ବାରବାଟୀର କିଛି ଗୌରବମୟ ଗାଥା ବିଷୟରେ ଆଲୋଚନା କରିବା . . . .

୧- ବାରବାଟୀ ଷ୍ଟାଡ଼ିୟମରେ ଭାରତର ଅନ୍ୟତମ ସଫଳ ଅଲରାଉଣ୍ଡର କପିଲ ଦେବ ଟେଷ୍ଟ କ୍ୟାରିୟରରେ ନିଜର ୩୦୦ତମ ୱିକେଟର ହାସଲ ପାଇଥିଲେ । ୧୯୮୭ ମସିହାରେ ଶ୍ରୀଲଙ୍କାର ରୁମେଶ ରତ୍ନନାୟକଙ୍କୁ ଆଉଟ କରିଥିଲେ କପିଲ ଦେବ ।

୨- ବାରବାଟୀରେ ମଧ୍ୟ ୨ଟି ବିଶ୍ୱ କପ ମ୍ୟାଚ ଆୟୋଜିତ କରାଯାଇଛି । ୧୯୮୭ରେ ଅଷ୍ଟ୍ରେଲିଆ ବନାମ ଜିମ୍ବାୱେ ଏବଂ ୧୯୯୬ରେ ଭାରତ ବନାମ କେନିୟା ମ୍ୟାଚ ଖେଳାଯାଇଥିଲା ।

୩-  ଭାରତର ପୂର୍ବତନ ଅଧିନାୟକ ଅଜହରଙ୍କ ପାଇଁ ଲକି ବାରବାଟୀ । ଅଜହାର ଓ ଅଜୟ ଜାଦେଜା ୪ର୍ଥ ୱିକେଟ ପାଇଁ ୨୭୫ ରନର ପାର୍ଟନରସିପ କରିଥିଲେ । ଯାହା ଏବେ ପର୍ଯ୍ୟନ୍ତ ଏକ ରେକର୍ଡ ରହିଛି ।

୪- ଦିନିକିଆରେ ମଧ୍ୟ ୧୫୨ରନ(ଅପରାଜିତ) ଜିମ୍ବାୱେ ବିପକ୍ଷରେ ଖେଳିଥିଲେ ଆଜାହାର ।

୫- ବାରବାଟୀରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାଁରେ ସର୍ବାଧିକ ରନ (୪୬୯) କରିବାର ରେକର୍ଡ ରହିଛି ।

୬- ୨୦୧୧ରେ ଖେଳାଯାଇଥିଲା ଭାରତ ବନାମ ୱେଷ୍ଟଇଣ୍ଡିଜ ସିରିଜର ପ୍ରଥମ ମ୍ୟାଚ । ୱେଷ୍ଟଇଣ୍ଡିଜ ଦଳ ପ୍ରଥମେ ବ୍ୟାଟିଂ କରି ୨୧୧/୯ କରିଥିଲେ । ୨୧୨ ରନର ଛୋଟ ବିଜୟ ଲକ୍ଷ୍ୟକୁ ନେଇ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ୫୦ରନରେ ଦଳ ହରାଇଥିଲା ୪ଟି ଓି୍ୱକେଟ ହେଲେ ସଙ୍କଟ ମୋଚକ ସାଜିଥିଲେ ରୋହିତ ଶର୍ମା । ଖେଳିଥିଲେ ୭୨ରନର ଉପଯୋଗୀ ପାଳି ତାଙ୍କୁ ସହଯୋଗ କରିଥିଲେ ରବିନ୍ଦ୍ର ଜାଦେଜା । ଜାଦେଜାଙ୍କ ବ୍ୟାଟରୁ ବାହାରିଥିଲା ୩୮ ରନ ।

୭- ୨୦୦୭ରେ ଖେଳାଯାଇଥିଲା ଭାରତ ବନାମ ୱଷ୍ଟେଇଣ୍ଡିଜ୍ । ଭାରତ ପ୍ରଥମେ ବ୍ୟାଟିଂ କରି ୧୮୯ ରନ କରି ଅଲଆଉଟ ହୋଇଯାଇଥିଲା । ଏହି ମ୍ୟାଚରେ ସର୍ବାଧିକ ୬୩ ରନ କରିଥିଲେ ଦୀନେଶ କାର୍ତିକ । ୭ ଜଣ ଖେଳାଳି ୨ ଅଙ୍କ ଟପି ପାରିନଥିଲେ ।

୮- ୨୦୧୫, ୫ ଅକ୍ଟୋବରରେ ପ୍ରଥମ ଟି-୨୦ ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା ।

୯- ଆଇପିଏଲରେ ମଧ୍ୟ ବାରବାଟୀ ଷ୍ଟାଡିୟମ କିକ୍ରେଟ ପ୍ରେମୀଙ୍କ ମନ ଜିଣିଥିଲା । କେକେଆର, ଡେକାନ ଚାର୍ଜରସ, ଫଜାବର ମଧ୍ୟ ଘରୋଇ ଗ୍ରାଉଣ୍ଡ ରହିସାରିଛି ବାରବାଟୀ ।

୧୦- ବାରବାଟୀ ଷ୍ଟାଡ଼ିୟମରେ ମୋଟ୍ ୭ଟି ଆଇପିଏଲ୍ ଖେଳାଯାଇଥିଲା । ୨୦୧୦ ମସିହାରେ ପ୍ରଥମଥର ପାଇଁ ବାରବାଟୀକୁ ଏହି ସୌଭାଗ୍ୟ ମିଳିଥିଲା ।

୧୧- ପ୍ରଥମ ବିଦେଶୀ ଖେଳାଳି ଭାବେ ଜିମ୍ବାୱେର ଗ୍ରାଂଟ ଫ୍ଲାଉର ଦିନିକିଆରେ ୧୦୨ ରନ ଶତକ ଅର୍ଜନ କରିଥିଲେ ।

୧୨- ଦିନିକିଆରେ ସର୍ବାଧିକ ଦଳଗତ ରନ ୩୮୧ ଯାହାକି ଭାରତ ଇଂଲଣ୍ଡ ବିପକ୍ଷରେ ୨୦୧୭ ଜାନୁଆରୀରେ କରିଥିଲା । ଏହି ମ୍ୟାଚରେ ଯୁବରାଜ ସିଂହ ଖେଳିଥିଲେ ତାଙ୍କ କ୍ୟାରିୟରର ସର୍ବାଧିକ ରନ ୧୫୦ ।