ଖୁଲାସା କରି ଫସିଗଲେ ! ଆଇପିଏସ ଡି.ରୂପାଙ୍କୁ ପୁରସ୍କାର ଭାବେ ମିଳିଲା ବଦଳି

62

ଏଆଇଏଡିଏମକେ ନେତା ଶଶିକଳାଙ୍କୁ ଜେଲରେ ମିଳୁଥିବା ଭିଆଇପି ସୁବିଧାର ଖୁଲାସା କରିଥିବା କର୍ଣ୍ଣାଟକର ଡିଆଇଜି ଡି.ରୂପାଙ୍କୁ ଟ୍ରାନ୍ସଫର୍ କରିଦିଆଯାଇଛି । ବର୍ତ୍ତମାନ ରୂପାଙ୍କୁ ଟ୍ରାଫିକ୍ ବିଭାଗର ଦାୟିତ୍ୱ ଦିଆଯାଇଛି । ଡି. ରୂପା ପୁଲିସ୍ ମହାନିଦ୍ଦେଶକ ଏଚ୍.ଏସ୍. ସତ୍ୟନାରାୟଣ ରାଓଙ୍କୁ ଏକ ରିପୋର୍ଟ ଦେଇଛନ୍ତି । ଯେଉଁଥିରେ ଅଭିଯୋଗ କରାଯାଇଛି କି, ସେଂଟ୍ରାଲ୍ ଜେଲରେ ବନ୍ଦୀ ହୋଇଥିବା ଏଆଇଏଡିଏମକେର ପ୍ରମୁଖ ଶଶିକଳାଙ୍କୁ ଭିଭିଆଇପି ଟ୍ରିଟମେଂଟ୍ ମିଳୁଛି । ତାଙ୍କ ପାଇଁ ଜେଲ୍ ମଧ୍ୟରେ ଏକ ସ୍ୱତନ୍ତ୍ର ରୋଷେଇଶାଳ ନିର୍ମାଣ କରାଯାଇଛି । ଖାଲି ସେତିକି ନୁହେଁ ଶଶିକଳାଙ୍କୁ ଏଭଳି ଅନେକ ସୁବିଧାଗୁଡିକ ମଧ୍ୟ ଯୋଗାଇ ଦିଆଯାଉଛି । ଏହା ବଦଳରେ ଜେଲ୍ ଅଧିକାରୀ ମଧ୍ୟ ଦୁଇ କୋଟି ଟଙ୍କା ଲାଂଚ ନେଇଛନ୍ତି ।

ଏହି ଘଟଣାର ଖୁଲାସା କରି ଡି. ରୂପା ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି । କାରଣ, ଏହା ପୂର୍ବରୁ ମଧ୍ୟ ରୂପା ଚର୍ଚ୍ଚାରେ ରହିଆସିଛନ୍ତି । ୧୩ ବର୍ଷ ପୂର୍ବରୁ ରୂପା ମଧ୍ୟପ୍ରଦେଶର ତତକାଳୀନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ ଗିରଫ କରିବା ଲାଗି କର୍ଣ୍ଣାଟକର ହୁବଳୀ ସହରରୁ ଭୋପାଳ ଚାଲିଆସିଥିଲେ । ଖାଲି ସେତିକି ନୁହେଁ ଡି.ରୂପାଙ୍କ ଏଭଳି ନିର୍ଭିକ ତଥା ସାହସିକାତାପୂର୍ଣ୍ଣ କାର୍ଯ୍ୟ ପାଇଁ ତାଙ୍କୁ ଲେଡି ସିଙ୍ଘମର ଆଖ୍ୟା ମଧ୍ୟ ଦିଆଯାଇଛି ।

ଏଠାରେ ଆମେ କହି ରଖୁଛୁ କି, ଡି.ରୂପାଙ୍କ ପିଲାଦିନ କର୍ଣ୍ଣାଟକର ଦାବନଗିରି ସହରରେ ବିତିଥିଲା । ପାଠପଢା ସମୟରେ ରୂପା ୟୁନିଭର୍ସିଟି ଟପର ରହିବା ସହ ଜଣେ ସାର୍ପ ସୁଟର୍ ମଧ୍ୟ ରହିଆସିଛନ୍ତି । ରୂପା ଏନସିସିରେ ଥିବାବେଳେ ‘ଏ’, ‘ବି’ ଏବଂ ‘ସି’ ସାର୍ଟିଫିକେଟ୍ ହାସଲ କରିଥିଲେ । ଏଥିସହିତ ଭରତନାଟ୍ୟମ୍ ଏବଂ ହିନ୍ଦୁସ୍ଥାନୀ ଗୀତରେ ମଧ୍ୟ ମହାରତା ହାସଲ କରିଛନ୍ତି । ରୂପା ଗଡ୍ଗ ଏବଂ ୟାଦଗିର୍ ଜେଲର ଏସପି ରହି ସାରିଛନ୍ତି । ରୂପା ବେଙ୍ଗାଲୁରର ଡିଏସପି ରହିଥିବା ସମୟରେ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦ୍ୟୁରୁପ୍ପାଙ୍କ ବିନା ପରମିଟରେ ଚାଲୁଥିବା ଗାଡିଗୁଡିକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

ସୌଜନ୍ୟ: ନ୍ୟୁଜଏଇଟିନ୍