ମୋବାଇଲ ଡାଟା ଭଳି ଉପଭୋକ୍ତାଙ୍କୁ ମିଳିବ ବିଦ୍ୟୁତ୍ ସଂପର୍କିତ ସୂଚନା । ପ୍ରତିଦିନ ଆପଣ କେତେ ବିଦ୍ୟୁତ୍ ସାରୁଛନ୍ତି ଏବଂ କେଉଁ ଉପକରଣରୁ ଆପଣଙ୍କର ଅଧିକ ବିଲ୍ ଉଠୁଛି? ଏନେଇ ସବୁ ତଥ୍ୟ ଏବେ ଚାଲିଆସିବ ମୋବାଇଲକୁ

36

ଘରେ ବ୍ୟବହୃତ ହେଉଥିବା ସମସ୍ତ ବୈଦ୍ୟୁତିକ ଉପକରଣ ଉପରେ ପ୍ରତିଦିନ କେତେ ପରିମାଣରେ ବିଦ୍ୟୁତ୍ ଖର୍ଚ୍ଚ ହେଉଛି, ଏସଂପର୍କିତ ସୂଚନା ଖୁବ୍ ଶୀଘ୍ର ଉପଭୋକ୍ତାଙ୍କୁ ଉପଲବ୍ଧ କରାଇଦିଆଯିବ । ସାର୍ବଜନୀକ ବିଦ୍ୟୁତ୍ ନିଗମ ଏବଂ କଂପାନୀମାନେ ଉପଭୋକ୍ତାଙ୍କୁ ଏହି ଉପଲବ୍ଧ କରାଇବେ, ଯେଭଳି ମୋବାଇଲ କଂପାନୀମାନେ ଆପଣଙ୍କୁ ପ୍ରତିଦିନ ଇଂଟରନେଟ ଡାଟା ଖର୍ଚ୍ଚ ବାବଦକୁ ସୂଚନା ଦେଇଥାନ୍ତି । ତେବେ ଅଟୋମେସନ ଟେକନିକ୍ ପ୍ରତି ଢଳୁଥିବା କେନ୍ଦ୍ରୀୟ ଶକ୍ତି ମନ୍ତ୍ରାଳୟ ଏସଂପର୍କରେ ବର୍ତ୍ତମାନ ବିଭିନ୍ନ ରାଜ୍ୟମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ଏହାପରେ ଦେଶର ସମସ୍ତ ବିଦ୍ୟୁତ୍ ବିତରଣ କଂପାନୀମାନଙ୍କ ସହ ମତ ମାଗାଯାଇ ଏହି ବ୍ୟବସ୍ଥାକୁ ଲାଗୁ କରିଦିଆଯିବ ।

କେନ୍ଦ୍ରୀୟ ଶକ୍ତି ମନ୍ତ୍ରାଳୟ ସାର୍ବଜନୀକ କ୍ଷେତ୍ରର ବିତରଣ କଂପାନୀମାନଙ୍କୁ କହିଛି କି, ଆଧୂନିକ ଜ୍ଞାନକୌଶଳ ବ୍ୟବହାର କରି ଉପଭୋକ୍ତାଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଏଥିସହିତ ସାର୍ବଜନୀକ କଂପାନୀମାନେ ଉପଭୋକ୍ତା କେନ୍ଦ୍ରୀତ ଏହି ସୁବିଧାଗୁଡିକୁ ଉପଲବ୍ଧ କରାଇବାକୁ ମଧ୍ୟ ମନ୍ତ୍ରାଳୟ ପରାମର୍ଶ ଦେଇଛି ।ଏଥିରେ କଂପାନୀମାନେ ଉପଭୋକ୍ତାଙ୍କୁ ଦୂରସଂଚାର କଂପାନୀମାନଙ୍କ ଲାଇନ ଉପରେ ସେବାରୁ ସନ୍ତୁଷ୍ଟ ନହେବା ସ୍ଥିତିରେ ବିଦ୍ୟୁତ କଂପାନୀ ବଦଳାଇବା, ପ୍ରତିଦିନ ଅଧିକ ଖର୍ଚ୍ଚ ହେଉଥିବା ବିଦ୍ୟୁତ ସଂପର୍କିତ ସୂଚନା ଏବଂ ମିଟରରୁ ଜାରି ବିଦ୍ୟୁତର ଅପଚୟ ହେବାର କାରଣ ସଂପର୍କିତ ତଥ୍ୟ ଦେବା ଭଳି ସୁବିଧା ଉପଲବ୍ଧ କରାଇବେ ।

କଣ ମିଳିବ ଲାଭ

ବିଦ୍ୟୁତ୍ କଂପାନୀମାନେ ପ୍ରତିଦିନ ବିଦ୍ୟୁତ୍ ସେବା ଯୋଗାଇବା ସହିତ ଘରେ ଥିବା କେଉଁ ବୈଦ୍ୟୁତିକ ଉପକରଣ ଦ୍ୱାରା ଅଧିକ ବିଦ୍ୟୁତ୍ ଖର୍ଚ୍ଚ ହେଉଛି, ଏସଂପର୍କିତ ସୂଚନା ମଧ୍ୟ ଉପଭୋକ୍ତାଙ୍କୁ ପ୍ରଦାନ କରିବେ । ଏହାଦ୍ୱାରା ଉପଭୋକ୍ତା ଜାଣିପାରିବେ କି କେଉଁ ଉପକରଣ ବ୍ୟବହାର କରିବା ଦ୍ୱାରା ସେମାନଙ୍କୁ ଅଧିକ ଟଙ୍କା ଦେବାକୁ ପଡୁଛି । ଏଥିସହିତ ଉପଭୋକ୍ତା ଜାଣିପାରିବେ କି ସେମାନେ କେଉଁ ଉପକରଣ ବ୍ୟବହାର କରିବେ ଆଉ କେଉଁଟା ନୁହେଁ ଏବଂ ଗୋଟିଏ ମାସରେ ସେମାନେ କେତେ ବିଦ୍ୟୁତ ଏବଂ ଟଙ୍କା ସଂଚୟ କରିପାରିବେ ।

ଶକ୍ତି ମନ୍ତ୍ରାଳୟ ସୂଚନା ମୁତାବକ, ସ୍ମାର୍ଟ ଗ୍ରେଡ ଏବଂ ସ୍ମାର୍ଟ ମିଟର ଜରିଆରେ ଉପଭୋକ୍ତାଙ୍କୁ ଏଭଳି ସୁବିଧାମାନ ଉପଲବ୍ଧ କରାଯାଇପାରିବ । ଏହାଦ୍ୱାରା ଉଭୟ ବିଦ୍ୟୁତ୍ ଚୋରି ଏବଂ ବିଦ୍ୟୁତର ଅପଚୟକୁ ମଧ୍ୟ ଅନେକାଂଶରେ ରୋକାଯାଇପାରିବ । ଏଥିସହିତ ହିଁ Outage Management Systemର ବ୍ୟବହାର କରି ବିଦ୍ୟୁତ୍ କାଟର କାରଣର ସୂଚନା ମଧ୍ୟ ଉପଭୋକ୍ତାଙ୍କୁ ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯିବ ।