ୟୁଜିସିର ନିର୍ଦ୍ଧେଶ ବିଶ୍ୱବିଦ୍ୟାଳୟ ପରିସରରେ ବ୍ୟାନ୍ ହେବ ପ୍ଲାଷ୍ଟିକ ବୋତଲ ଏବଂ କପ୍ !

33

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଏବଂ ଉଚ୍ଚ ଶିକ୍ଷା ସଂସ୍ଥା ଅଧିନରେ ଥିବା ବିଶ୍ୱବିଦ୍ୟାଳୟ ପରିସରରେ ପ୍ଲାଷ୍ଟିକର ବ୍ୟାନ୍ କରିବାକୁ ନିର୍ଦ୍ଧେଶ ଜାରି କରାଯାଇଛି । ଏଥିରେ ପ୍ଲାଷ୍ଟିକ ସାମଗ୍ରୀ ଯେପରିକି ପ୍ଲାଷ୍ଟିକ ଷ୍ଟ୍ର, କପ୍ ,ଲଞ୍ଚ୍ ପ୍ୟାକେଟ୍ ,ବୋତଲ,ବ୍ୟାଗ୍ ଆଦିର ବ୍ୟବହାରରେ ପ୍ରତିବନ୍ଧ ଲଗାଇ ଦିଆଯାଇଛି । ଏହି ପ୍ରୟାସ ପରେ ବିଶ୍ୱବିଦ୍ୟାଳୟକୁ କଠିନ ପଦକ୍ଷେପ ନେବାକୁ ପଡିପାରେ । କେନ୍ଦ୍ରୀୟ ପର୍ଯ୍ୟାବରଣ ମନ୍ତ୍ରାଳୟ ଏକ ପରାମର୍ଶ ଜାରୀ କରି କହିଛନ୍ତି ଯେ ଭାରତ ଚଳିତ ବର୍ଷ ବିଶ୍ୱ ପର୍ଯ୍ୟାବରଣ ଦିବସ ସମାରୋହରେ ଭାରତର ଥୀମ୍ “ ବିଟ୍ ପ୍ଲାଷ୍ଟିକ୍ ପଲ୍ୟୁସନ୍” ରହିଛି । ଏହାପରେ ଆୟୋଗ ତରଫରୁ ଏଭଳି ନିର୍ଦ୍ଧେଶ ଜାରି କରାଯାଇଛି । ବିଶ୍ୱ ପର୍ଯ୍ୟାବରଣ ଦିବସ ଅବସରରେ ପ୍ଲାଷ୍ଟିକ୍ ପର୍ଯ୍ୟାବରଣ ଉପରେ ସବୁଠାରୁ ବଡ ସମାରୋହ ରହିଛି । ୟୁଜିସି ତରଫରୁ ସବୁ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ପାଖକୁ ଯାଇଥିବା ପତ୍ରରେ ପ୍ଲାଷ୍ଟିକ୍ ବୋତଲ, କପ୍, ପଲିଥିନ ଭଳି ଦ୍ରବ୍ୟକୁ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ବ୍ୟାନ୍ କରିବାକୁ କୁହାଯାଇଥିଲା । ୟୁଜିସି ତରଫରୁ ବିଶ୍ୱବିଦ୍ୟାଳୟ ପରିସରରେ ପ୍ଲାଷ୍ଟିକ ବୋତଲ ବ୍ୟବହାର କରି ଏଣେତେଣେ ଫୋପାଡୁଥିବା ଲୋକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଛି ।