ଜିଓ ଗିଗାଟିଭି: ମିଳିବ ୬୦୦ ଏଚଡି ଚ୍ୟାନେଲ, ୩ ମାସ କାଳ ମାଗଣାରେ ଦେଖିପାରିବେ ମନପସନ୍ଦର କାର୍ଯ୍ୟକ୍ରମ, ଜାଣନ୍ତୁ ରେଜିଷ୍ଟ୍ରେସନ କରିବାର ପୂରା ପ୍ରକ୍ରିୟା

53

୧୫ ଅଗଷ୍ଟରୁ ସାରା ଦେଶରେ ଆରମ୍ଭ ହେବାକୁ ରିଲାଏନ୍ସ ଜିଓର ଗିଗାଟିଭି ସେବା । ବଡ କଥା ହେଲା ରେଜିଷ୍ଟ୍ରେସନ କରିବା ପାଇଁ ଗ୍ରାହକଙ୍କୁ କୌଣସି ପ୍ରକାରର ଶୁଳ୍କ ଦେବାକୁ ପଡିବ ନାହିଁ । ତେବେ କଂପାନୀର ଏହା ଏକ ଫାଇବର ବ୍ରୋଡବ୍ୟାଣ୍ଡ ଆଧାରିତ ଏଚଡି ସେବା ଅଟେ । ଯେଉଁଥିରେ କୌଣସି ପ୍ରକାରର ଆଂଟିଣା ଲଗାଇବାକୁ ଆପଣଙ୍କୁ ପଡିବ ନାହିଁ । ଫୋନ ଆଧାରରେ ହିଁ ଲୋକଙ୍କୁ ଏଚଡି କ୍ୱାଲିଟିରେ ୬୦୦ରୁ ଅଧିକ ଚ୍ୟାନେଲ ଦେଖିବାର ସୁବିଧା ମିଳିବ । ତେବେ ଏହିସବୁ ଚ୍ୟାନେଲ ଦେଖିବା ପାଇଁ ଆପଣ ରିଲାଏନ୍ସ ଦ୍ୱାରା ଉପଲବ୍ଧ କରାଯାଇଥିବା ସେଟଅପ ବକ୍ସ ସହିତ ସଂଯୋଗ କରି ଏହି ସେବାର ମଜା ଉଠାଇପାରିବେ ।

କିପରି ହେବ ରେଜିଷ୍ଟ୍ରେସନ

କଂପାନୀ ତରଫରୁ କୁହାଯାଇଛି କି, ୧୫ ଅଗଷ୍ଟରୁ ଏହି ନୂଆ ସେବା ଆରମ୍ଭ ହେବ । ଏହି ସୁବିଧାର ଲାଭ ଉଠାଇବା ପାଇଁ ଗ୍ରାହକତମାନେ ମାଇଜିଓ ଆପ କିମ୍ବା ଜିଓଡଟ୍ କମକୁ ଯାଇ ରେଜିଷ୍ଟ୍ରେସନ କରିପାରିବେ । ରେଜିଷ୍ଟ୍ରେସନ ବର୍ତମାନ ୧୧୦୦ଟି ସହର ପାଇଁ ହେବ । ଏଥିରେ ଯେଉଁ ସହରମାନଙ୍କରେ ସବୁଠାରୁ ଅଧିକ ରେଜିଷ୍ଟ୍ରେସନ ହେବ, ସେଠାରେ ପ୍ରଥମେ କନେକ୍ସନ ଦିଆଯିବ ।

୫୦୦ଟଙ୍କାରୁ ଆରମ୍ଭ ହେବ ପ୍ଲାନ

କଂପାନୀ ଗ୍ରାହକମାନଙ୍କ ପାଇଁ ୫ଟି ପ୍ଲାନ ଲଂଚ କରିବାକୁ ଯାଉଛି । ଯାହାର ପ୍ରାରମ୍ଭିକ ଦାମ ରଖାଯାଇଛି ମାତ୍ର ୫୦୦ ଟଙ୍କା ଏବଂ ସର୍ବାଧିକ ୧୫୦୦ ଟଙ୍କା ରଖାଯାଇଛି । ସମସ୍ତ ପ୍ଲାନରେ ଡିଟିଏଚ କନେକ୍ସନ ପାଇଁ କୌଣସି ପ୍ରକାରର ତଥା କୌଣସି ବି ଚାର୍ଜ ଲାଗିବ ନାହିଁ । ୫୦୦ ଟଙ୍କିଆ ପ୍ଲାନରେ ଲୋକଙ୍କୁ ମାସିକ ୩୦୦ ଜିବି ଡାଟା ଏବଂ ୫୦ ଏମବିପିଏସର ସ୍ପିଡ ମିଳିବ ।

୭୫୦ର ପ୍ଲାନ

ଏହାପରେ ୭୫୦ ଟଙ୍କିଆ ପ୍ଲାନ ରହିଛି, ଯେଉଁଥଇରେ ଲୋକଙ୍କୁ ୪୫୦ ଜିବିର ଡାଟା ମିଳିବ । ଏଥିରେ ମଧ୍ୟ ସ୍ପିଡ ୫୦ ଏମବିପିଏସର ମିଳିବ ।

୯୯୯ଟଙ୍କିଆ ପ୍ଲାନ

୯୯୯ଟଙ୍କିଆ ମାସିକ ପ୍ଲାନରେ ଲୋକଙ୍କୁ ୬୦୦ ଜିବି ଡାଟା ସମେତ ୧୦୦ ଏମବିପିଏସ ସ୍ପିଡ ମିଳିବ ।

୧୨୯୯ଟଙ୍କିଆ ପ୍ଲାନ

୧୨୯୯ ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ୩୦ ଦିନ ପର୍ଯ୍ୟନ୍ତ ୭୫୦ ଜିବି ଡାଟା ଏବଂ ୧୦୦ ଏମବିପିଏସର ସ୍ପିଡ ମିଳିବ । ସମସ୍ତ ପ୍ଲାନରେ ଗ୍ରାହକଙ୍କୁ ଡିଟିଏଚ ଏବଂ ଲ୍ୟାଣ୍ଡଲାଇନ ଫୋନର ସୁବିଧା ମଧ୍ୟ କଂପାନୀ ତରଫରୁ ମିଳିବ ।

୧୫୦୦ ଟଙ୍କିଆ ପ୍ଲାନ

୧୫୦୦ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ୩୦ ଦିନ ଯାଏଁ ୯୦୦ ଜିବି ଡାଟା ଏବଂ ୧୫୦ ଏମବିପିଏସର ସ୍ପିଡ ମିଳିବ ।