ଟ୍ରେନ ଟିକେଟ୍ ବୁକିଂ କରୁଛନ୍ତି କି ? ତେବେ ଜାଣି ରଖନ୍ତୁ କଣ ରହିଛି ନୂଆ ନିୟମ ଏବଂ କେମିତି ଉଠାଇବେ ଫାଇଦା

55

ଯଦି ଆପଣ ତତକାଳ ଟିକେଟ ବୁକ୍ କରୁଛନ୍ତି କିମ୍ବା କରିବାକୁ ଯାଉଛନ୍ତି ତେବେ ଆପଣଙ୍କୁ ଏହା ସହ ଜଡିତ କିଛି ନିୟମ ସଂପର୍କରେ ଜଣାଥିବା ଆବଶ୍ୟକ । ତେଣୁ ଆଜି ଆମେ ଆପଣଙ୍କୁ ତତକାଳ ଟିକେଟ ବୁକିଂଠାରୁ ଆରମ୍ଭ କରି ରଦ୍ଦ କରିବା ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ସଂପର୍କରେ ଜଣାଇବାକୁ ଯାଉଛୁ ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିପାରେ । ତେବେ ନଜର ପକାନ୍ତୁ ସେହି ନିୟମଗୁଡିକ ଉପରେ . . .

ଟିକେଟ୍ ବୁକିଂର ରହିଛି ଭିନ୍ନ ଭିନ୍ନ ସମୟ

ତତକାଳ ଟିକେଟକୁ ସାଧାରଣତଃ ଆପଣ ଯାତ୍ରା କରିବାର ଗୋଟିଏ ଦିନ ପୂର୍ବରୁ ହିଁ ବୁକ୍ କରିପାରିବେ । କେଉଁଠାରୁ ବି ତତକାଳ ଟିକେଟ ବୁକ୍ କରିବା ପାଇଁ ସମୟ ଧାର୍ଯ୍ୟ ରହିଛି । ଯଦି ଆପଣ ଏସି ବଗି ପାଇଁ ଟିକେଟ୍ ବୁକ କରୁଛନ୍ତି ତେବେ ଆପଣ ସକାଳ ୧୦ଟାରୁ ଟିକେଟ ବୁକ୍ କରିପାରିବେ ।

ସେହିପରି ଯଦି ଆପଣ ବିନା ଏସି ବାଲା ବଗି ପାଇଁ ଟିକେଟ ବୁକ କରୁଛନ୍ତି ତେବେ ଏଥିପାଇଁ ଆପଣ ସକାଳ ୧୧ଟାରୁ ବୁକ୍ କରିପାରିବେ । ଏହି ପ୍ରକ୍ରିୟା ସକାଳ ୧୧ଟାରୁ ଆରମ୍ଭ ହୋଇଥାଏ । ଆପଣ ତତକାଳ ଟିକେଟ୍ କାଉଂଟରରେ ନେବା ଅପେକ୍ଷା ଅନଲାଇନରୁ ଚାହିଁଲେ ବୁକ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ଆଇଆରସିଟିସିକୁ ଯାଇ ତାକୁ ଲଗଇନ କରିବାକୁ ପଡିବ ।

ଗୋଟିଏ ଟିକେଟ ଉପରେ ୪ଜଣ କରିପାରିବେ ଯାତ୍ରା

ରେଲୱେର ତତକାଳ ନିୟମ ମୁତାବକ, ଗୋଟିଏ ତତକାଳ ଚିକେଟ ଉପରେ କେବଳ ଚାରି ଜଣ ଯାତ୍ରା କରିପାରିବେ । ନିକଟରେ ଅନଲାଇନ ଆପରେ ଜଣେ ୟୁଜର ଆଇଡି ଉପରେ ଦୁଇଟି ତତକାଳ ଟିକେଟ ବୁକ କରାଯାଇପାରିବ । ଏହି ବ୍ୟବସ୍ଥା ଫାଷ୍ଟ ଏସି ଏବଂ ଏଗଜିକ୍ୟୁଟିଭ୍ କ୍ଲାସ ପାଇଁ ଉଦ୍ଦିଷ୍ଟ ।

ୱେଟିଂ ତତକାଳ ଟିକେଟକୁ ନେଇ ରହିଛି ନିୟମ

ଯଦି କୌଣସି ବି ତତକାଳ ଟିକେଟ ଉପରେ କିଛି ଯାତ୍ରୀଙ୍କର ସିଟ୍ କମଫର୍ମ ହୋଇଛି ତେବେ କିଛି ଲୋକଙ୍କର ଟିକେଟ ୱେଟିଂ ବା ଆପଏସିରେ ରହିଛି । ତେବେ ଏଭଳି ପରିସ୍ଥିତିରେ ୱେଟିଂ ଏବଂ ଆରଏସି ବାଲା ମଧ୍ୟ ଟ୍ରେନରେ ଯାତ୍ରା କରିପାରିବେ ।

ତତକାଳ ଟିକେଟ କରିବାକୁ ଚାହିଁଲେ

ଯଦି ଆପଣ ତତକାଳ ଟିକେଟ କ୍ୟାନସେଲ କରିବାକୁ ଚାହୁଁଛନ୍ତି ତେବେ ଏହି କାମ ଆପଣ ଟ୍ରେନ ଛାଡିବାର ୩୦ ମିନିଟ ପୂର୍ବରୁ କରିପାରିବେ । ହେଲେ ଧ୍ୟାନ ରଖିବେ କି ଯଦି ଆପଣଙ୍କର ତତକାଳ ଟିକେଟ୍ ୱେଟିଂ କିମ୍ବା ଆରଏସିରେ ରହିଛି ତେବେ ତାହା ଆପଣାଛାଏଁ ରଦ୍ଦ ହୋଇଯିବ ।

ଆପଣଙ୍କର ଟଙ୍କା କିଭଳି ପାଇବେ ଫେରସ୍ତ

ତତକାଳ ଟିକେଟ ଥରକରେ କମଫର୍ମ ହୋଇ ଯାଏ ତେବେ ତା ପରେ ତାକୁ କ୍ୟାନସେଲ କରିବା ସମୟରେ ଆପଣଙ୍କୁ କୌଣସି ରିଫଣ୍ଡ ମିଳିବ ନାହିଁ । ହେଲେ ଯଦି ଆପଣ ୱେଟିଂ ଏବଂ ଆରଏସି ତତକାଳ ଟିକେଟ ଟ୍ରେନ ଛାଡିବାର ୩୦ ମିନିଟ ପୂର୍ବରୁ କ୍ୟାନସେଲ କରୁଛନ୍ତି ତେବେ ଆପଣଙ୍କୁ ରିଫଣ୍ଡ ମିଳିବ । ତତକାଳ ଟିକେଟ ଉପରେ ଆପଣଙ୍କୁ ଗୋଟିଏ କାରଣରୁ ସଂପୂର୍ଣ୍ଣ ଫଣ୍ଡ ମିଳିପାରିବ । ତାପରେ ଏକଥା ମାଇନେ ରଖୁନି କି ଆପଣଙ୍କର ଟିକେଟ କନଫର୍ମ କି ନୁହେଁ । ନିୟମ ଅନୁସାରେ ଯଦି ଆପଣ ଯେଉଁ ଟ୍ରେନରୁ ଯାତ୍ରା କରିବାକୁ ଯାଉଛନ୍ତି ତାହା ତିନି ଘଂଟା ବିଳମ୍ବରେ ଆସିବ ଏବଂ ଆପଣ ଆଉ ସେଥିରେ ଯିବାକୁ ଚାହୁଁନାହାଁନ୍ତି କିମ୍ବା ରେଳ ମନ୍ତ୍ରାଳୟ ତରଫରୁ ଟ୍ରେନ ରଦ୍ଦ କରିଦିଆଯାଉଛି ତେବେ ଆପଣଙ୍କୁ ପୂରା ରିଫଣ୍ଡ ମିଳିବ ।

କେତେ ଲାଗିବ ଚାର୍ଜ

ତତକାଳ ଟିକେଟ ପାଇଁ ଯେଉଁ ଚାର୍ଜ ନିଆଯାଇଥାଏ, ତାହା ସେକେଣ୍ଡ କ୍ଲାସର ବେସିକ ଭଡାର ୧୦ ପ୍ରତିଶତ ହୋଇଥାଏ । ସେହିପରି ଅନ୍ୟ କ୍ଲାସ ପାଇଁ ଏହି ବେସିକ ଭଡାର ୩୦ ପ୍ରତିଶତ ହୋଇଥାଏ ।

ଘରକୁ ଆସିବ ତତକାଳ ଟିକେଟ୍

ତତକାଳ ଟିକେଟ ବୁକ୍ କରିବା ପାଇଁ ଆପଣଙ୍କ ନିକଟରେ କେବଳ ଅନଲାଇନ ପେମେଂଟ ବା କାଉଂଟରରେ ଟଙ୍କା ଦେବାର ବିକଳ୍ପ ରହିନାହିଁ ବରଂ ଯଦି ଆପଣ ଚାହିଁବେ ତେବେ ଆପଣଙ୍କର ଟିକେଟ ହୋମ ଡେଲିଭରୀ ମଧ୍ୟ ହୋଇପାରିବ । ଏଥିପାଇଁ ଆପଣଙ୍କୁ ପେ ଅନ ଡେଲିଭରୀର ବିକଳ୍ପକୁ ଚୟନ କରିବାକୁ ହେବ । ଆପଣ ଚାହିଁଲେ ପ୍ରଥମେ ବୁକ୍ କରି ପରେ ଏହାର ପେମେଂଟ କରିପାରିବେ ।